ଫେକ୍‌ ନ୍ୟୁଜ ବିରୋଧରେ କ୍ଷମତା ବ୍ୟବହାର କରିବାକୁ କେନ୍ଦ୍ରକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାମାରୀ କରୋନା ବେଳେ ତବଲିଗି ଜମାତର କାର୍ଯ୍ୟକ୍ରମ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ପ୍ରକାଶ କରିଥିବା ଖବରକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଥିଲେ। ହେଲେ ଏହି ସତ୍ୟପାଠକୁ ପଢ଼ି ସୁପ୍ରିମକୋର୍ଟ ବିରକ୍ତ ପ୍ରକାଶ କରିଛନ୍ତି ଓ ଫେକ୍‌ ନ୍ୟୁଜ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତା’ର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଟିଭିରେ ପ୍ରସାରିତ ହେଉଥିବା […]

y

y

Hemant Lenka
  • Published: Tuesday, 17 November 2020
  • Updated: 17 November 2020, 03:43 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବେଳେ ତବଲିଗି ଜମାତର କାର୍ଯ୍ୟକ୍ରମ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମ ପ୍ରକାଶ କରିଥିବା ଖବରକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ଏହି ମାମଲାରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିଥିଲେ। ହେଲେ ଏହି ସତ୍ୟପାଠକୁ ପଢ଼ି ସୁପ୍ରିମକୋର୍ଟ ବିରକ୍ତ ପ୍ରକାଶ କରିଛନ୍ତି ଓ ଫେକ୍‌ ନ୍ୟୁଜ ପ୍ରସାରଣ କରୁଥିବା ଟିଭି ଚ୍ୟାନେଲ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତା’ର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଯଦି ଟିଭିରେ ପ୍ରସାରିତ ହେଉଥିବା ଆପତ୍ତିଜନକ କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ଉପଯୁକ୍ତ ବ୍ୟବସ୍ଥା କରିବେ ନାହିଁ, ତା’ହେଲେ କୋର୍ଟ ବାଧ୍ୟ ହୋଇ ଏଥିରେ ହସ୍ତକ୍ଷେପ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ କହିଛନ୍ତି, କୋର୍ଟ ଏହି ପ୍ରସଙ୍ଗରେ କେନ୍ଦ୍ର ଦାଖଲ କରିଥିବା ସତ୍ୟପାଠରେ ଆଦୌ ଖୁସି ନାହାନ୍ତି। କେବୁଲ ଟିଭି ନେଟୱର୍କ ଆକ୍ଟ ଅନୁସାରେ ଆପତ୍ତିଜନକ ଖବର ପ୍ରସାରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କ ପାଖରେ କି କ୍ଷମତା ରହିଛି? କେବୁଲ ଟିଭି ନେଟୱର୍କର କଣ୍ଟେଣ୍ଟକୁ ନିୟନ୍ତ୍ରଣ କରିବା ପାଇଁ କେବୁଲ ଟିଭି ନେଟୱର୍କ ଆକ୍ଟରେ କି ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦିଅନ୍ତୁ।

କେନ୍ଦ୍ର ସରକାର ଦାଖଲ କରିଥିବା ସତ୍ୟପାଠରେ ଏ ସମ୍ପର୍କରେ କେବଳ ନୀରବତା ଅବଲମ୍ବନ କରାଯାଇଛି। ଆଉ ଏକ ପ୍ରସଙ୍ଗ ହେଲା, ଅଭିଯୋଗ ହୋଇଥିବା କଣ୍ଟେଣ୍ଟ ବିରୋଧରେ ଆପଣ(କେନ୍ଦ୍ର ସରକାର) କି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି? ଏହାକୁ ରୋକିବା ପାଇଁ କ’ଣ ବ୍ୟବସ୍ଥା ରହିଛି, ସେ ସମ୍ପର୍କରେ ସରକାର ଚୁପ ରହିଛନ୍ତି। ଦୟା କରି ଆପଣ ଦାଖଲ କରିବାକୁ ଥିବା ସଂଶୋଧିତ ସତ୍ୟପାଠରେ ଏସବୁ ବିଷୟରେ ଉଲ୍ଲେଖ କରନ୍ତୁ।

କେନ୍ଦ୍ର ସରକାର ନିଜ ଉପରକୁ ଦୋଷ ଛଡ଼ାଇ ଏନବିଏ ଓ ଅନ୍ୟମାନଙ୍କ କଥା କହୁଛନ୍ତି। ହେଲେ କେବୁଲ ଟିଭି ନେଟୱର୍କ ଆକ୍ଟରେ କେନ୍ଦ୍ର ସରକାରଙ୍କୁ ସମସ୍ତ ପ୍ରକାରର କ୍ଷମତା ଦିଆଯାଇଛି। ତଥାପି ଆପଣ ଚୁପ ରହୁଛନ୍ତି। ଯଦି କଣ୍ଟେଣ୍ଟକୁ ରୋକିବା ପାଇଁ ଆପଣଙ୍କ ପାଖରେ କ୍ଷମତା ନାହିଁ, ତା’ହେଲେ ଏହାର ବ୍ୟବସ୍ଥା କରନ୍ତୁ। କେନ୍ଦ୍ର ସରକାର ଯଦି ନ କରିବେ, ତା’ହେଲେ ଫେକ୍‌ ନ୍ୟୁଜ୍‌କୁ ରୋକିବା ପାଇଁ କୋର୍ଟ ବାଧ୍ୟ ହୋଇ ହସ୍ତକ୍ଷେପ କରିବେ। ଆସନ୍ତା ୩ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାରଙ୍କୁ ଏ ସବୁ ବିଷୟରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

କରୋନା ଦେଶରେ ବ୍ୟାପିବା ପୂର୍ବରୁ ତବଲିଗି ଜମାତର ସମ୍ମିଳନୀ ହୋଇଥିଲା। ଏହି ସମ୍ମିଳନୀ ଯୋଗୁ ଦେଶରେ କରୋନା ବ୍ୟାପିଲା ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ନିଜ ଇଚ୍ଛା ଅନୁସାରେ ଖବର ପ୍ରସାରଣ କରି ଚାଲିଥିଲେ। ଏହା ବିରୋଧରେ ଜାମିଆତ ଉଲେମା ଇ-ହିନ୍ଦ ଓ ଅନ୍ୟମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଗଷ୍ଟ ମାସରେ କୋର୍ଟ ଏହାର ଶୁଣାଣି କରି କହିଥିଲେ ଯେ ଆମେ ନିର୍ଦ୍ଦେଶ ନ ଦେବା ଯାଏ ଫେକ୍‌ ନ୍ୟୁଜ୍‌ ବନ୍ଦ କରିବାକୁ ସରକାର କିଛି ବି କରିନଥିଲେ।

ଆଜି ଶୁଣାଣି ବେଳେ ମଧ୍ୟ ପ୍ରଧାନ ବିଚାରପତି ଜଷ୍ଟିସ ବୋବଡେ କହିଛନ୍ତି, ଆମ ଅଭିଜ୍ଞତାରୁ ଆମେ ଜାଣିଛୁ ଯେ କୋର୍ଟ ନିର୍ଦ୍ଦେଶ ନ ଦେଲା ଯାଏ ସରକାର କିଛି ବି ପଦକ୍ଷେପ ନେଉ ନାହାନ୍ତି। ଏପରି କହି ଶ୍ରୀ ମେହେଟାଙ୍କୁ ଆମେ ସମାଲୋଚନା ବା ତାଚ୍ଛଲ୍ୟ କରୁନାହୁଁ। କିନ୍ତୁ ଆମେ ନିର୍ଦ୍ଦେଶ ନ ଦେବା ଯାଏ ସରକାର କିଛି ବି ପଦକ୍ଷେପ ନେଇ ନଥିଲେ। ସରକାର ପଦକ୍ଷେପ ନ ନେଲେ, ଆମେ ବାଧ୍ୟ ହୋଇ ନିର୍ଦ୍ଦେଶ ଦେବୁ।

ଏହି ମାମଲାରେ ଏନବିଏ ମଧ୍ୟ ପକ୍ଷଭୁକ୍ତ ହୋଇଥିଲା। ପ୍ରେସ କାଉନସିଲ ଅଫ ଇଣ୍ଡିଆ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଆମେ ୫୦ଟି ଫେକ୍‌ ରିପୋର୍ଟିଂକୁ ନିଜ ଆଡ଼ୁ ଚିହ୍ନଟ କରିଥିଲୁ। ସେହିପରି ଏନବିଏ ମଧ୍ୟ ୧୦୦ଟି ଫେକ୍‌ ନ୍ୟୁଜ ସମ୍ପର୍କରେ ଅଭିଯୋଗ ପାଇଥିବା କୋର୍ଟଙ୍କୁ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story