ମହାତ୍ମା ଗାନ୍ଧି ହତ୍ୟା ମାମଲାର ପୁନଃ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧି ହତ୍ୟା ମାମଲାର ପୁନଃ ତଦନ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଡକ୍ଟର ପଙ୍କଜ ଫଡନିସ୍ ନାମକ ଜଣେ ବ୍ୟକ୍ତି ଏ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ହତ୍ୟା ମାମଲା ଉପରେ ପୁଣିଥରେ ତଦନ୍ତ କରିବାକୁ ଏଥିରେ ଆବେଦନ କରାଯାଇଥିଲା। ଜଷ୍ଟିସ ଏସ. ଏ. ବୋବଡେ ଓ ଜଷ୍ଟିସ ଏଲ୍. ନାଗେଶ୍ୱରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି। କୋର୍ଟ କହିଛନ୍ତି ଯେ, ଗାନ୍ଧିଙ୍କ ହତ୍ୟା ବିଷୟରେ […]

mahatma-gandhi-s-70th-death-anniversary_095146ac-324b-11e8-8c5f-3c6cc031651e

mahatma-gandhi-s-70th-death-anniversary_095146ac-324b-11e8-8c5f-3c6cc031651e

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 10:20 PM IST

Sports

Latest News

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧି ହତ୍ୟା ମାମଲାର ପୁନଃ ତଦନ୍ତ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି। ଡକ୍ଟର ପଙ୍କଜ ଫଡନିସ୍ ନାମକ ଜଣେ ବ୍ୟକ୍ତି ଏ ନେଇ ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ହତ୍ୟା ମାମଲା ଉପରେ ପୁଣିଥରେ ତଦନ୍ତ କରିବାକୁ ଏଥିରେ ଆବେଦନ କରାଯାଇଥିଲା।

ଜଷ୍ଟିସ ଏସ. ଏ. ବୋବଡେ ଓ ଜଷ୍ଟିସ ଏଲ୍. ନାଗେଶ୍ୱରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହାକୁ ଖାରଜ କରିଛନ୍ତି।

କୋର୍ଟ କହିଛନ୍ତି ଯେ, ଗାନ୍ଧିଙ୍କ ହତ୍ୟା ବିଷୟରେ ସମସ୍ତଙ୍କୁ ଜଣା ଅଛି । ହତ୍ୟାକାରୀଙ୍କୁ ମଧ୍ୟ ତୁରନ୍ତ ଫାଶୀ ଖୁଣ୍ଟରେ ଝୁଲା ଯାଇଥିଲା। ତେଣୁ ପୁଣିଥରେ ମାମଲାର ତଦନ୍ତ କେବଳ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ସୃଷ୍ଟି କରିବ। ତେଣୁ ଏହି ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏହାପୂର୍ବରୁ ବି କୋର୍ଟ ଗାନ୍ଧି ହତ୍ୟା ମାମଲାର ପୁନଃ ତଦନ୍ତ ଆବେଦନକୁ ଖାରଜ କରି ଦେଇଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos