ମହରମକୁ ନା କହିବା ବେଳେ ପୁଣି ପୁରୀ ରଥଯାତ୍ରା କଥା ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୁସଲିମମାନଙ୍କ ମହାନ୍ ପର୍ବ ତଥା ନବବର୍ଷ ଭାବେ ପରିଚିତ ମହରମ୍ ଶୋଭାଯାତ୍ରା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଚଳିତ ବର୍ଷ କରୋନା ସଂକ୍ରମଣ ଭିତରେ ମହରମ ପର୍ବ ଆୟୋଜନ କରିବାକୁ ଜନସ୍ୱାର୍ଥ ମାମଲା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା। ହେଲେ ସର୍ବୋଚ୍ଚ ଅଦାଲତ ଏହାକୁ ଖାରଜ କରିଦେଇଛନ୍ତି। ଦେଶର କୌଣସି ବି ସ୍ଥାନରେ ମହରମ ପାଇଁ ଶୋଭାଯାତ୍ରା କିମ୍ବା ଏହା ସହ ଜଡ଼ିତ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ସାର୍ବଜନୀନ ମହରମ ପର୍ବ ପାଇଁ ଅନୁମତି ଦେବା ସମ୍ଭବ ନୁହେଁ। କାରଣ ଏହା ବିଭ୍ରାଟ ସୃଷ୍ଟି କରିବ। ଆମେ ଶୋଭାଯାତ୍ରାକୁ ଅନୁମତି ଦେଲେ ପୁଣି ବିବାଦ ସୃଷ୍ଟି ହେବ। କିଛି ଲୋକ ଏକ ନିର୍ଦ୍ଦିଷ୍ଟ ଧର୍ମର ଲୋକଙ୍କୁ କରୋନା ସଂକ୍ରମଣ ପାଇଁ ଦାୟୀ କରି ଟାର୍ଗେଟ କରିବା ଆରମ୍ଭ କରିବେ। ଆମେ ଏପରି ତିକ୍ତତା ସୃଷ୍ଟି କରିବାକୁ ଚାହୁଁନାହୁଁ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ନେତୃତ୍ୱରେ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି।

ଶିହା ଧର୍ମଗୁରୁ ମୌଲାନା ସୟଦ କଲବେ ଜୱାଦ ପୂରା ଦେଶରେ ମହରମ୍ ଶୋଭାଯାତ୍ରା କରିବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ଶୋଭାଯାତ୍ରାକୁ ଅନୁମତି ଦେଲେ ପୂରା ସଂପ୍ରଦାୟ ସମସ୍ତଙ୍କର ଟାର୍ଗେଟକୁ ଚାଲି ଆସିବ ଓ କରୋନା ମହାମାରୀକୁ ଆଖି ଆଗରେ ରଖି ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବା ଭଳି ପଦକ୍ଷେପ ପାଇଁ ଆମେ କେବେ ହେଲେ ନିର୍ଦ୍ଦେଶ ଦେବୁ ନାହୁଁ। ମହରମ୍ ଶୋଭାଯାତ୍ରା ପାଇଁ କୌଣସି ଗୋଟିଏ ସ୍ଥାନ ଚିହ୍ନଟ ହୋଇନଥାଏ। ଏହା ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହୋଇଥାଏ। ତେଣୁ ଏଭଳି ସ୍ଥିତିରେ ଏହାକୁ ଅନୁମତି ଦେବା ସମ୍ଭବ ନୁହେଁ।

ଶୁଣାଣି ବେଳେ ଆବେଦନ କରି ମୁମ୍ବାଇର ଜୈନ ମନ୍ଦିର ଓ ପୁରୀର ରଥଯାତ୍ରା କଥା ଉଠାଇ ଯୁକ୍ତି ଉପସ୍ଥାନ କରିଥିଲେ। ଯଦି ପୁରୀ ରଥଯାତ୍ରା ଭଳି ବିରାଟ ପର୍ବକୁ ଅନୁମତି ଦିଆଯାଇ ପାରୁଛି, ତା’ହେଲେ ମହରମକୁ କାହିଁକି ଅନୁମତି ଦିଆଯିବ ନାହିଁ ବୋଲି ଆବେଦନକାରୀ ପ୍ରଶ୍ନ କରିଥିଲେ। ଏହାର ଜବାବରେ ସୁପ୍ରିମକୋର୍ଟ କହିଛନ୍ତି, ଆପଣ ପୂରା ଦେଶରେ ମହରମ୍ ଶୋଭାଯାତ୍ରା କରିବାକୁ ଅନୁମତି ମାଗୁଛନ୍ତି। କିନ୍ତୁ ଜଗନ୍ନାଥଙ୍କ ପୁରୀ ରଥଯାତ୍ରା ଏକ ସ୍ୱତନ୍ତ୍ର ବା ସୀମିତ ସ୍ଥାନ ଭିତରେ ଆୟୋଜିତ ହୋଇଥାଏ। ଏଠାରେ ରଥଗୁଡ଼ିକୁ ଗୋଟିଏ ସ୍ଥାନକୁ ଅନ୍ୟ ସ୍ଥାନକୁ ଯାଇଥାଏ। ଯଦି କୌଣସି ଗୋଟିଏ ସ୍ଥାନ କଥା ହୋଇଥାନ୍ତା, ତାହେଲେ ଆମେ ସ୍ଥିତିକୁ ଯାଞ୍ଚ କରି ଶୋଭାଯାତ୍ରା ପାଇଁ ନିର୍ଦ୍ଦେଶ ଦେଇପାରିଥାନ୍ତୁ।

ଆବେଦନକାରୀ ଓକିଲ ଅଜିମ କହିଥିଲେ ଅଧିକାଂଶ ଶିହା ସଂପ୍ରଦାୟର ଲୋକ ପ୍ରଫେଟଙ୍କ ନାତି ହୁସେନ ଓ ପରିବାରର ଅନ୍ୟ ସଦସ୍ୟଙ୍କ ହତ୍ୟାକାଣ୍ଡ ଘଟଣାକୁ ମନେପକାଇ ମହରମ ଶୋଭାଯାତ୍ରା କରନ୍ତି। କରବଳା ଯୁଦ୍ଧରେ ଏଭଳି ଘଟଣା ଘଟିଥିଲା। ଲକ୍ଷ୍ନୌରେ ହିଁ ଅଧିକ ସଂଖ୍ୟାକ ଶିହା ବସବାସ କରନ୍ତି। ତେଣୁ ଏଠାରେ ଶନିବାର ମହରମ ଶୋଭାଯାତ୍ରା ଆୟୋଜନ କରାଯିବ। ଏହାପରେ କୋର୍ଟ ଏ ସଂକ୍ରାନ୍ତରେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। କୋର୍ଟ କହିଛନ୍ତି, “ଆମେ ଜାଣିନୁ ଏବେ ଲକ୍ଷ୍ନୌରେ ସ୍ଥିତି କ’ଣ ରହିଛି। ଆପଣ ହାଇକୋର୍ଟରେ ଆବେଦନ କରି ଅନୁମତି ମାଗି ପାରିବେ।”

ଆହୁରି ପଢ଼ନ୍ତୁ

ମାତ୍ର ୨୨୫ ଟଙ୍କାରେ ମିଳିବ କରୋନା ଟିକା

ଆଖି ବୁଜିଲେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର

କୃଷି ଆଇନ ନେଇ ସୋନିଆଙ୍କୁ ସୀତାରମଣଙ୍କ ଟାର୍ଗେଟ୍

ବିରୋଧ ସତ୍ତ୍ୱେ ଆସନ୍ତାକାଲି ପାରିତ ହୋଇପାରେ ବିଶ୍ୱବିଦ୍ୟାଳୟ ବିଲ୍ !

ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କୁ କରୋନା

ନିର୍ବାଚନୀ ସଭାକୁ ଅନୁମତି, ଡୋର୍ କ୍ୟାମ୍ପେନିଂରେ ସର୍ବାଧିକ ୫ ଜଣ

କାଲି ବାବ୍ରୀ ମସଜିଦ ଭଙ୍ଗା ଘଟଣାର ରାୟ: ଆଡଭାନୀଙ୍କର ହେବ ଫୈସଲା

ଆରୋଗ୍ୟ ହେଲେ ୩୮୯୬ କରୋନା ଆକ୍ରାନ୍ତ; ଆଗରେ ରହିଛି ଖୋର୍ଦ୍ଧା

ବୟସ୍କ ଓ ଦିବ୍ୟାଙ୍ଗ ଦେବେ ପୋଷ୍ଟାଲ ବାଲାଟରେ ଭୋଟ୍‌

ବିଧାନସଭା ଆସିଲେନି ମୁଖ୍ୟମନ୍ତ୍ରୀ, ଗୃହରେ ଉପସ୍ଥାପିତ ହେଲା ୭ଟି ବିଲ୍‌

ଭୁବନେଶ୍ୱରରୁ ୩୨୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୫୬ ଲୋକାଲ କେସ

‘କରୋନା ପଜିଟିଭ୍‌ ସେବାୟତ ଶ୍ରୀମନ୍ଦିର ଗଲେ କାର୍ଯ୍ୟାନୁଷ୍ଠାନ’