ଆହ୍ଲାବାଦର ନାଁ ପରିବର୍ତ୍ତନ: ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରସିଦ୍ଧ ଆହ୍ଲାବାଦ ସହରର ନାଁକୁ ସରକାର ପ୍ରୟାଗରାଜ କରିଥିଲେ ହେଁ ଏହାକୁ ନେଇ ବିବାଦ ଜାରି ରହିଛି। ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ କରିଛନ୍ତି। ଆବେଦନକାରୀ କହିଛନ୍ତି ଯେ ରାଜ୍ୟ ସରକାରମାନେ ରେଳ ଷ୍ଟେସନ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ପ୍ରତିଷ୍ଠାନର ନାଁ ବଦଳାଇ ପାରିବେ ନାହିଁ। କାରଣ ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ […]

w

w

Hemant Lenka
  • Published: Monday, 20 January 2020
  • Updated: 20 January 2020, 04:48 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରସିଦ୍ଧ ଆହ୍ଲାବାଦ ସହରର ନାଁକୁ ସରକାର ପ୍ରୟାଗରାଜ କରିଥିଲେ ହେଁ ଏହାକୁ ନେଇ ବିବାଦ ଜାରି ରହିଛି। ଏହା ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ ହୋଇଥିଲା। ଆଜି ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଉତ୍ତର ପ୍ରଦେଶ ସରକାରଙ୍କୁ ନୋଟିସ କରିଛନ୍ତି।

ଆବେଦନକାରୀ କହିଛନ୍ତି ଯେ ରାଜ୍ୟ ସରକାରମାନେ ରେଳ ଷ୍ଟେସନ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଅନ୍ୟାନ୍ୟ ପ୍ରତିଷ୍ଠାନର ନାଁ ବଦଳାଇ ପାରିବେ ନାହିଁ। କାରଣ ଏହା କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ।

ଉତ୍ତର ପ୍ରଦେଶ ସରକାର ଐତିହାସିକ ସହର ଆହ୍ଲାବାଦର ନାଁ ବଦଳାଇ ପ୍ରୟାଗରାଜ କରିବାରୁ ଏହାକୁ ଅନେକ ବିରୋଧ କରିଥିଲେ। ହେଲେ ମୋଗଲ ସମ୍ରାଟ ଆକବର ୫୦୦ ବର୍ଷ ତଳେ ପ୍ରୟାଗକୁ ବଦଳାଇ ଆହ୍ଲାବାଦ କରିଥିଲେ।

ଏହି କାରଣରୁ ପୁଣିଥରେ ଏଭଳି ନାଁ ବଦଳା ଯାଇଛି ବୋଲି ବିଜେପି ପକ୍ଷରୁ ଯୁକ୍ତି କରାଯାଇଛି। ଆକବର ଯେଉଁ ସବୁ ସହରର ଗୁଡ଼ିକର ନାଁ ବଦଳାଇଥିଲେ ଏବେ ଆମେ ଏହାକୁ ପରିବର୍ତ୍ତନ କରୁଛୁ ବୋଲି ମଧ୍ୟ ବିଜେପି କହିଛି।

୧୫୭୫ରେ ଆହ୍ଲାବାଦ ସହରର ନାମକରଣ ହୋଇଥିଲା। ମୋଗଲ ସମ୍ରାଟ ଆକବର ଏହାକୁ ଇଲ୍ଲାବାସ ବା ଭଗବାନଙ୍କ ବାସସ୍ଥାନ କହୁଥିଲେ। ଏହାପୂର୍ବରୁ ଋକ ବେଦ ଅନୁଯାୟୀ ଏହି ସ୍ଥାନର ନାଁ ପ୍ରୟାଗ ରହିଥିଲା। ଆକବରଙ୍କ ସହଯୋଗୀ ଅବୁଲ ଫଜଲ ମଧ୍ୟ ଏହାକୁ ପିୟାଗ କହୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos