ଶିବଲ ଓ ସିଂଘଭୀଙ୍କ ପାଇଁ ଜାମିନ ପାଇଲେ, ଏବେ ତାଙ୍କ ବିରୋଧରେ ମାମଲା ଲଢ଼ିଲେ ଚିଦା

ନୂଆଦିଲ୍ଲୀ: କର୍ତ୍ତବ୍ୟ ଆଗରେ ବନ୍ଧୁତ୍ୱ ପଛ ବୋଲି ପୁଣିଥରେ ପ୍ରମାଣିତ ହୋଇଛି। କଂଗ୍ରେସର ୩ ଜଣ ବରିଷ୍ଠ ନେତା ପେସାରେ ଓକିଲ। ଏଥିପାଇଁ ସେମାନେ ପରସ୍ପରର ବିରୋଧରେ କୋର୍ଟରେ ଲଢ଼େଇ କହିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଯେଉଁ ଦୁଇ ଓକିଲ କିପିଲ ଶିବଲ ଓ ଅଭିଷେକ ମନୁସିଂଘଭୀଙ୍କ ପାଇଁ ପି ଚିଦାମ୍ବରମ ଜାମିନ ପାଇଥିଲେ ଏବେ ଏକ ଘରୋଇ ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟରେ ସେମାନଙ୍କ ବିରୋଧରେ ଲଢ଼େଇ କରୁଛନ୍ତି। ଜାମିନ ପାଇବା ପରେ ଚିଦା […]

ew

ew

Hemant Lenka
  • Published: Thursday, 12 December 2019
  • Updated: 12 December 2019, 05:29 PM IST

Sports

Latest News

ନୂଆଦିଲ୍ଲୀ: କର୍ତ୍ତବ୍ୟ ଆଗରେ ବନ୍ଧୁତ୍ୱ ପଛ ବୋଲି ପୁଣିଥରେ ପ୍ରମାଣିତ ହୋଇଛି। କଂଗ୍ରେସର ୩ ଜଣ ବରିଷ୍ଠ ନେତା ପେସାରେ ଓକିଲ। ଏଥିପାଇଁ ସେମାନେ ପରସ୍ପରର ବିରୋଧରେ କୋର୍ଟରେ ଲଢ଼େଇ କହିଛନ୍ତି।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲେ ଯେଉଁ ଦୁଇ ଓକିଲ କିପିଲ ଶିବଲ ଓ ଅଭିଷେକ ମନୁସିଂଘଭୀଙ୍କ ପାଇଁ ପି ଚିଦାମ୍ବରମ ଜାମିନ ପାଇଥିଲେ ଏବେ ଏକ ଘରୋଇ ଛାଡ଼ପତ୍ର ମାମଲାରେ ସୁପ୍ରିମକୋର୍ଟରେ ସେମାନଙ୍କ ବିରୋଧରେ ଲଢ଼େଇ କରୁଛନ୍ତି।

ଜାମିନ ପାଇବା ପରେ ଚିଦା ପ୍ରଥମଥର ପାଇଁ ଓକିଲ ଭାବେ ଗତକାଲି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ସେ ଶିଳ୍ପପତି ଜୟଦେବ ଶ୍ରଫ୍ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ଚାଲିଥିବା ଛାଡ଼ପତ୍ର ମାମଲାର ଓକିଲ ଅଛନ୍ତି। ପ୍ରଥମ ଦିନରେ ଚିଦାମ୍ବରମ ଆଇଏନଏକ୍ସ ମିଡିଆ ମାମଲାରେ ତାଙ୍କ ପାଇଁ ଗୋଟିଏ କୋର୍ଟରୁ ଆଉ ଗୋଟିଏ କୋର୍ଟ ଦୌଡ଼ି ଦୌଡ଼ି ଜାମିନ ପାଇଁ ଆବେଦନ କରୁଥିବା ଶିବଲ ଓ ସିଂଘଭୀଙ୍କ ବିରୋଧରେ ମାମଲା ପରିଚାଳନା କରିଥିଲେ।

ତେବେ ଆଉ ଏକ ମାମଲାରେ ଚିଦାମ୍ବରମ ଓ ସିଂଘଭୀ ଏକାଠି ଗୋଟିଏ ମାମଲା ଲଢ଼ିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos