ଟ୍ରାକ୍ଟର ରାଲି ହିଂସା ଘଟଣାରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ହିଂସକାଣ୍ଡ ଘଟଣାର ତଦନ୍ତ ପାଇଁ ହୋଇଥିବା ଏକାଧିକ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ। ଟ୍ରାକ୍ଟର ରାଲି ହିଂସା ଘଟଣାରେ ସୁପ୍ରିମକୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିବେ ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ୍‌ ବୋପାନ୍ନା ଓ ଜଷ୍ଟିସ ଭି ରାମାସୁବ୍ରମଣିଅନଙ୍କ ଖଣ୍ଡପୀଠ କହିଛନ୍ତି, ଏହି ଘଟଣାରେ ଆମେ ହସ୍ତକ୍ଷେପ କରିବୁ ନାହିଁ। ଆବେଦନକାରୀ ଘଟଣାର ତଦନ୍ତ ଦାବି କରି […]

vg

vg

Hemant Lenka
  • Published: Wednesday, 03 February 2021
  • Updated: 03 February 2021, 02:57 PM IST

Sports

Latest News

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଅନୁଷ୍ଠିତ ଟ୍ରାକ୍ଟର ରାଲି ହିଂସକାଣ୍ଡ ଘଟଣାର ତଦନ୍ତ ପାଇଁ ହୋଇଥିବା ଏକାଧିକ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି ସୁପ୍ରିମକୋର୍ଟ। ଟ୍ରାକ୍ଟର ରାଲି ହିଂସା ଘଟଣାରେ ସୁପ୍ରିମକୋର୍ଟ କୌଣସି ପ୍ରକାରର ହସ୍ତକ୍ଷେପ କରିବେ ନାହିଁ ବୋଲି ସଫାସଫା ଶୁଣାଇ ଦେଇଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ, ଜଷ୍ଟିସ ଏଏସ୍‌ ବୋପାନ୍ନା ଓ ଜଷ୍ଟିସ ଭି ରାମାସୁବ୍ରମଣିଅନଙ୍କ ଖଣ୍ଡପୀଠ କହିଛନ୍ତି, ଏହି ଘଟଣାରେ ଆମେ ହସ୍ତକ୍ଷେପ କରିବୁ ନାହିଁ। ଆବେଦନକାରୀ ଘଟଣାର ତଦନ୍ତ ଦାବି କରି ସରକାରଙ୍କୁ ସ୍ମାରକପତ୍ର ଦେଇପାରିବେ। ଆମର ବିଶ୍ୱାସ ଅଛି ଯେ ହିଂସାକାଣ୍ଡ ଘଟଣାର ତଦନ୍ତ ସରକାର କରୁଥିବେ। ଆମେ ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ବୟାନ ଶୁଣିଥିଲୁ ଯେ ଆଇନ ତା’ ବାଟରେ ଯିବ। ତେଣୁ ଆମେ ଏହି ମାମଲାରେ ହସ୍ତକ୍ଷେପ କରିବୁ ନାହିଁ। ଆପଣମାନେ ସରକାରଙ୍କ ଆଗରେ ନିଜର ଦାବି ଉପସ୍ଥାପନ କରିପାରିବେ।

ସୁପ୍ରିମକୋର୍ଟ ଆଜି ଆଇନଜୀବୀ ମନୋହର ଲାଲ ଶର୍ମାଙ୍କର ଗୋଟିଏ ଆବେଦନକୁ ବି ଖାରଜ କରି ଦେଇଛନ୍ତି। ମିଡିଆ ବିନା ପ୍ରମାଣରେ ଚାଷୀଙ୍କୁ ଆତଙ୍କବାଦୀ ବର୍ଣ୍ଣନା ନ କରୁ ବୋଲି ନିର୍ଦ୍ଦେଶ ଦେବାକୁ ସେ ଆବେଦନରେ ଉଲ୍ଲେଖ କାରିଥିଲେ। ତେବେ ସୁପ୍ରିମକୋର୍ଟ ଏହାକୁ ମଧ୍ୟ ଆଗ୍ରହ୍ୟ କରିଦେଇଛନ୍ତି।

ଅନ୍ୟପକ୍ଷରେ ଜାନୁଆରୀ ୨୬ ହିଂସକାଣ୍ଡ ଘଟଣାରେ ଆଇନଜୀବୀ ବିଶାଲ ତିୱାରୀ କରିଥିବା ଆବେଦନରେ ଉଲ୍ଲେଖ କରିଥିଲେ ଯେ ଜଣେ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତିଙ୍କ ନେତୃତ୍ୱରେ ୩ ଜଣିଆ କମିଟି ଗଠନ କରାଯାଉ। ଏହି କମିଟିରେ ଦୁଇ ଜଣ ପୂର୍ବତନ ହାଇକୋର୍ଟ ବିଚାରପତି ରୁହନ୍ତୁ। ସେମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଦିଲ୍ଲୀ ହିଂସା ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସୁପ୍ରିମକୋର୍ଟ କୁହନ୍ତୁ ବୋଲି ନିବେଦନ କରିଥିଲେ। ହେଲେ ଏହାକୁ ମଧ୍ୟ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି।

ଗଣତନ୍ତ୍ର ଦିବସରେ ଚାଷୀଙ୍କ ପକ୍ଷରୁ ବିଶାଳ ଟ୍ରାକ୍ଟର ରାଲି କରାଯାଇଥିଲା। ଏହି ସମୟରେ ପୁଲିସ୍‌ ଓ ଚାଷୀଙ୍କ ମଧ୍ୟରେ ତୀବ୍ର ସଂଘର୍ଷ ଦେଖିବାକୁ ମିଳିଛି। କିଛି ଉପଦ୍ରବୀ ଲାଲକିଲ୍ଲାରେ ଧସେଇ ପଶି ଏଠାରେ ଶିଖ୍‌ ପତାକା ମଧ୍ୟ ଉଡ଼ାଇଥିଲେ। ଏହାକୁ ନେଇ ସମଗ୍ର ଦେଶରେ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos