ରାଜନୀତିକ ସମାବେଶ ପ୍ରସଙ୍ଗ: ହାଇକୋର୍ଟଙ୍କ ରାୟ ଉପରେ ସୁପ୍ରିମକୋର୍ଟଙ୍କ ରୋକ

ନୂଆଦିଲ୍ଲୀ: ଉପ ନିର୍ବାଚନ ପାଇଁ ଆୟୋଜିତ ହେଉଥିବା ରାଜନୀତିକ ସମାବେଶ ଉପରେ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ହାଇକୋର୍ଟ ରାଜନୀତିକ ସମାବେଶ ପାଇଁ ଜାରି କରିଥିବା ସମସ୍ତ ସର୍ତ୍ତ ଉପରେ ଆଜି ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏହାର ଅର୍ଥ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ, ସବୁ ରାଜନୀତିକ ଦଳ ସମାବେଶ କରିପାରିବେ। ହାଇକୋର୍ଟ ରାଜନୀତିକ ସମାବେଶ ଉପରେ ସର୍ତ୍ତ ଲାଗୁ କରିଥିବାରୁ ଏହାକୁ ନିର୍ବାଚନ କମିଶନ ପକ୍ଷରୁ […]

df

df

Hemant Lenka
  • Published: Monday, 26 October 2020
  • Updated: 26 October 2020, 04:14 PM IST

Sports

Latest News

ନୂଆଦିଲ୍ଲୀ: ଉପ ନିର୍ବାଚନ ପାଇଁ ଆୟୋଜିତ ହେଉଥିବା ରାଜନୀତିକ ସମାବେଶ ଉପରେ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ରାୟକୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ହାଇକୋର୍ଟ ରାଜନୀତିକ ସମାବେଶ ପାଇଁ ଜାରି କରିଥିବା ସମସ୍ତ ସର୍ତ୍ତ ଉପରେ ଆଜି ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏହାର ଅର୍ଥ ନିର୍ବାଚନ କମିଶନଙ୍କ ଗାଇଡଲାଇନ ଅନୁଯାୟୀ, ସବୁ ରାଜନୀତିକ ଦଳ ସମାବେଶ କରିପାରିବେ।

ହାଇକୋର୍ଟ ରାଜନୀତିକ ସମାବେଶ ଉପରେ ସର୍ତ୍ତ ଲାଗୁ କରିଥିବାରୁ ଏହାକୁ ନିର୍ବାଚନ କମିଶନ ପକ୍ଷରୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। କମିଶନ ପକ୍ଷରୁ କୁହାଯାଇଥିଲା ଯେ ଭୋଟିଂ ପ୍ରକ୍ରିୟାକୁ ସମ୍ପାଦନ କରିବା ନିର୍ବାଚନ କମିଶନଙ୍କ ଅଧିକାର। କମିଶନଙ୍କ କାର୍ଯ୍ୟକଳାପ ଉପରେ ହସ୍ତକ୍ଷେପ କରିବାର ଅଧିକାର କାହାର ନାହିଁ। ହାଇକୋର୍ଟ ମଧ୍ୟ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ।

ଏହାପରେ ସୁପ୍ରିମକୋର୍ଟ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇଥିଲେ। ହେଲେ କରୋନା ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି କମିଶନ ସମସ୍ତ ପ୍ରକାରର ବ୍ୟବସ୍ଥା କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମଧ୍ୟପ୍ରଦେଶ ହାଇକୋର୍ଟର ଗ୍ୱାଲିୟର ବେଞ୍ଚ ରାଜନୀତିକ ସମାବେଶ ପ୍ରସଙ୍ଗର ଶୁଣାଣି କରି କହିଥିଲେ ଯେ ରାଜନୀତିକ ସମାବେଶ ଓ ପ୍ରଚାର କରିବା ବେଳେ ରାଜନୀତିକ ଦଳଗୁଡ଼ିକ ପ୍ରଥମେ ଜିଲ୍ଲାପାଳଙ୍କ ଠାରୁ ଅନୁମତି ଆଣିବେ। ଏଥିସହ ଭର୍ଚ୍ୟୁଆଲ ରାଲି ସମ୍ଭବ ହେଉନାହିଁ, ତେଣୁ ଲୋକଙ୍କୁ ଏକାଠି କରିବା ଆବଶ୍ୟକ ବୋଲି ପୋଲ ପ୍ୟାନେଲ ଠାରୁ ମଧ୍ୟ ଏକ ପ୍ରମାଣପତ୍ର ଆଣିବାକୁ ପଡ଼ିବ। ଏହାପରେ ଯାଇ ରାଜନୀତିକ ସମାବେଶ ପାଇଁ ଅନୁମତି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos