ଏନଆରସି ସଂଯୋଜକଙ୍କୁ ଅପ୍ରତ୍ୟାଶିତ ଢଙ୍ଗରେ ବଦଳି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆସାମ ଏନ୍‌ଆରସି ସଂଯୋଜକ ପ୍ରତୀକ ହାଜେଲଙ୍କୁ ଆଜି ସୁପ୍ରିମକୋର୍ଟ ଅଚାନକ ଭାବେ ମଧ୍ୟପ୍ରଦେଶକୁ ବଦଳି କରିଛନ୍ତି। ତେବେ ତାଙ୍କ ବଦଳି ପଛର କାରଣ ସମ୍ପର୍କରେ ସୁପ୍ରିମକୋର୍ଟ କିଛି କହିନାହାନ୍ତି। ପ୍ରତୀକଙ୍କ ବଦଳି ସମ୍ପର୍କରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆସନ୍ତା ୭ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିବେ। ତାଙ୍କୁ ଡେପୁଟେସନରେ ସେଠାକୁ ପଠା ଯାଉଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କହିଛନ୍ତି। ଜଣେ ଏନ୍‌ଆରସି ଅଧିକାରୀଙ୍କୁ ଏଭଳି ଅଚାନକ ବଦଳି […]

cx

cx

Hemant Lenka
  • Published: Friday, 18 October 2019
  • Updated: 18 October 2019, 06:08 PM IST

Sports

Latest News

ନୂଆଦିଲ୍ଲୀ: ଆସାମ ଏନ୍‌ଆରସି ସଂଯୋଜକ ପ୍ରତୀକ ହାଜେଲଙ୍କୁ ଆଜି ସୁପ୍ରିମକୋର୍ଟ ଅଚାନକ ଭାବେ ମଧ୍ୟପ୍ରଦେଶକୁ ବଦଳି କରିଛନ୍ତି। ତେବେ ତାଙ୍କ ବଦଳି ପଛର କାରଣ ସମ୍ପର୍କରେ ସୁପ୍ରିମକୋର୍ଟ କିଛି କହିନାହାନ୍ତି।

ପ୍ରତୀକଙ୍କ ବଦଳି ସମ୍ପର୍କରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆସନ୍ତା ୭ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କରିବେ। ତାଙ୍କୁ ଡେପୁଟେସନରେ ସେଠାକୁ ପଠା ଯାଉଥିବା ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ କହିଛନ୍ତି। ଜଣେ ଏନ୍‌ଆରସି ଅଧିକାରୀଙ୍କୁ ଏଭଳି ଅଚାନକ ବଦଳି କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ଦେଶରେ ପ୍ରଥମ ଘଟଣା।

ଜଷ୍ଟିସ ଗୋଗୋଇ, ଜଷ୍ଟିସ୍‌ ଏସ୍‌ଏ ବୋବଡେ ଓ ଜଷ୍ଟିସ୍‌ ଆରଏଫ୍‌ ନରିମନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ ଆଟର୍ଣ୍ଣି ଜେନେରାଲ ଖଣ୍ଡପୀଠଙ୍କୁ ପଚାରିଥିଲେ ଯେ ଏହା ପଛରେ କିଛି କାରଣ ରହିଛି କି? ଏହାର ଉତ୍ତରରେ ସିଜେଆଇ ଜଷ୍ଟିସ୍‌ ଗୋଗୋଇ କହିଥିଲେ, “କ’ଣ ବିନା କୌଣସି କାରଣରେ କିଛି ନିର୍ଦ୍ଦେଶନାମା ଦିଆଯାଇ ପାରେ କି?” ହେଲେ ଖଣ୍ଡପୀଠ ପ୍ରକୃତ କାରଣ କହିନାହାନ୍ତି।

ନିକଟରେ ଆସାମ ଏନଆରସି ତାଲିକା ପ୍ରକାଶ ପାଇଥିଲା। ଦୀର୍ଘ ଦିନରୁ ଆସାମରେ ରହୁଥିବା ପ୍ରାୟ ୧୨ ଲକ୍ଷ ଲୋକ ଏହି ତାଲିକାରୁ ବାଦ ପଡ଼ିଥିଲେ। ଅର୍ଥାତ ଏମାନେ ଭାରତୀୟ ହେବାର ଯୋଗ୍ୟତା ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos