ଏସ୍‌ସି/ଏସ୍‌ଟି ସଂଶୋଧନ ଆଇନକୁ ସୁପ୍ରିମକୋର୍ଟଙ୍କ ଗ୍ରୀନ ସିଗ୍ନାଲ, ଏବେ ଅଭିଯୋଗ ହେବା ମାତ୍ରେ ଗିରଫ

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ) ସଂଶୋଧନ ଆଇନ ୨୦୧୮ କ୍ଷେତ୍ରରେ କେନ୍ଦ୍ରକୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏହି ସଂଶୋଧନ ପ୍ରସ୍ତାବକୁ ଆଜି ମଞ୍ଜୁରୀ ଦେବା ସହ ଏହାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଖାରଜ କରିଛନ୍ତି। ଏହାଦ୍ୱାରା କେନ୍ଦ୍ର ସରକାର ଏସ୍‌ସି/ଏସ୍‌ଟି ଆଇନରେ କରିଥିବା ସଂଶୋଧନ ପୂର୍ବଭଳି କାଏମ ରହିଛି। ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବୀନିତ ଶରଣ ଏବଂ ଜଷ୍ଟିସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ୨-୧ରେ ଆଜି ରାୟ […]

efe

efe

Hemant Lenka
  • Published: Monday, 10 February 2020
  • Updated: 10 February 2020, 08:25 PM IST

Sports

Latest News

ନୂଆଦିଲ୍ଲୀ: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ) ସଂଶୋଧନ ଆଇନ ୨୦୧୮ କ୍ଷେତ୍ରରେ କେନ୍ଦ୍ରକୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ଏହି ସଂଶୋଧନ ପ୍ରସ୍ତାବକୁ ଆଜି ମଞ୍ଜୁରୀ ଦେବା ସହ ଏହାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଖାରଜ କରିଛନ୍ତି।

ଏହାଦ୍ୱାରା କେନ୍ଦ୍ର ସରକାର ଏସ୍‌ସି/ଏସ୍‌ଟି ଆଇନରେ କରିଥିବା ସଂଶୋଧନ ପୂର୍ବଭଳି କାଏମ ରହିଛି। ଜଷ୍ଟିସ ଅରୁଣ ମିଶ୍ରା, ଜଷ୍ଟିସ ବୀନିତ ଶରଣ ଏବଂ ଜଷ୍ଟିସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ୨-୧ରେ ଆଜି ରାୟ ଶୁଣାଇଛନ୍ତି। ଜଷ୍ଟିସ ମିଶ୍ରା ଓ ଜଷ୍ଟିସ ଶରଣ କେନ୍ଦ୍ର ସରକାର ଆଇନରେ କରିଥିବା ସଂଶୋଧନକୁ ମଞ୍ଜୁରୀ ଦେଇଥିବା ବେଳେ ଜଷ୍ଟିସ ଭଟ୍ଟ ଏହାକୁ ବିରୋଧ କରିଥିଲେ। ହେଲେ ୨:୧ରେ ଏହି ଆଇନକୁ ସୁପ୍ରିମକୋର୍ଟ ମଞ୍ଜୁରୀ ଦେଇଛନ୍ତି।

ଏହାର ଅର୍ଥ ଏସ୍‌ସି/ଏସଟି ସଂଶୋଧନ ଆଇନ ଅନୁଯାୟୀ ଅଭିଯୋଗ ମିଳିବା କ୍ଷଣି ସଂପୃକ୍ତି ବ୍ୟକ୍ତିଙ୍କ ନାଁରେ ଏଫଆଇଆର ହେବ ଏବଂ ପୁଲିସ୍‌ ତାଙ୍କୁ ଗିରଫ କରିବ।

ଖଣ୍ଡପୀଠj ଦୁଇ ବିଚାରପତି କହିଛନ୍ତି, ଏସ୍‌ସି/ଏସ୍‌ଟି ସଂଶୋଧନ ଆଇନ ସାମ୍ବିଧାନିକ। ତେଣୁ ଏହା ବିରୋଧରେ ଆଗତ ସମସ୍ତ ଆବେଦନ ଖାରଜ କରାଯାଉଛି। ଏସ୍‌ସି/ଏସଟି ଆଇନ ଅନୁଯାୟୀ ଗିରଫ ହେଉଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାରର ଆଗୁଆ ଜାମିନ ମିଳିପାରିବ ନାହିଁ।

ସଂଶୋଧନରେ କୁହାଯାଇଛି ଯେ ଜଣେ ଅଭିଯୁକ୍ତଙ୍କ ବିରୋଧରେ କୌଣସି ପ୍ରକାରର ପ୍ରାଥମିକ ତଦନ୍ତ ନ କରି ଅପରାଧିକ ମାମଲା ରୁଜୁ କରାଯିବ। ଏଥିରେ ସୁପ୍ରିମକୋର୍ଟ ଏକମତ ଅଛନ୍ତି। ତେବେ ଯଦି ପ୍ରାଥମିକ ତଦନ୍ତ ବେଳେ ଜଣେ ଅଭିଯୁକ୍ତଙ୍କ ବିରୋଧରେ ସେମିତି କୌଣସି ବଳିଷ୍ଠ ପ୍ରମାଣ ମିଳି ପାରିବ ନାହିଁ, ତା’ହେଲେ ତାଙ୍କୁ ଆଗୁଆ ଜାମିନ ମିଳିପାରିବ। ଏହା କେବଳ ବିଶେଷ କ୍ଷେତ୍ରରେ ଲାଗୁ ହେବ। ସେହିପରି ଏସ୍‌ସି/ଏସ୍‌ଟି ଆଇନ ଅନୁଯାୟୀ ମାମଲା ରୁଜୁ କରିବା ପାଇଁ କୌଣସି ବରିଷ୍ଠ ଅଧିକାରୀଙ୍କ ଅନୁମତି ଲୋଡ଼ା ନାହିଁ।

ଖଣ୍ଡପୀଠରେ ଥିବା ଜଷ୍ଟିସ ରବୀନ୍ଦ୍ର ଭଟ୍ଟ କହିଛନ୍ତି, “ଦେଶର ସମସ୍ତ ନାଗରିକଙ୍କୁ ସମାନ ଦୃଷ୍ଟିରେ ଦେଖିବା ଦରକାର। ଏହାଦ୍ୱାରା ଭାଇଚାର ସମ୍ପର୍କ ବିକାଶ ହୋଇପାରିବ। ଯଦି ଜଣେ ବ୍ୟକ୍ତିଙ୍କ ବିରୋଧରେ ପ୍ରାଥମିକ ତଦନ୍ତରୁ କୌଣସି ପ୍ରମାଣ ମିଳିବ ନାହିଁ, ତା’ହେଲେ ଅଦାଲତ ଚାହିଁଲେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ଏସ୍‌ସି/ଏସ୍‌ଟି ଆଇନ ଅନୁଯାୟୀ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିପାରିବେ।”

୧୮୮୯ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି (ନିର୍ଯାତନା ନିବାରଣ) ଅଧିନିୟମକୁ ଢାଲ କରି କରାଯାଉଥିବା କ୍ଷମତାର ଦୁରୋପଯୋଗ ଉପରେ ସୁପ୍ରିମକୋର୍ଟ ୨୦୧୮ ମସିହା ମାର୍ଚ୍ଚ ୨୦ରେ ରୋକ ଲଗାଇଥିଲେ। ମନଇଚ୍ଛା କେହି ବି ଏହି ଆଇନ ଅନୁଯାୟୀ କାହା ବିରୋଧରେ ଏଫଆଇଆର କରିପାରିବ ନାହିଁ କିମ୍ବା ବିନା ତଦନ୍ତରେ ପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିପାରିବ ନାହିଁ ବୋଲି କୋର୍ଟ କହିଥିଲେ।

ହେଲେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଲୋକଙ୍କ ରାଗକୁ ପ୍ରଶମିତ କରିବା ପାଇଁ ୨୦୧୮ରେ ମୋଦି ସରକାର ଏସସି/ଏସଟି ସଂଶୋଧନ ଆଇନ ଉଭୟ ଲୋକସଭା ଓ ରାଜ୍ୟସଭାରେ ପାସ କରାଇ ଆଇନରେ ପରିଣତ କରାଇଥିଲେ। ତେବେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos