ଭୟଙ୍କର: ଦଳିତ ଯୁବକଙ୍କୁ ମାଡ଼, ପେଟ୍ରୋଲ ଢାଳି ସମ୍ବେଦନଶୀଳ ଅଙ୍ଗରେ ସ୍କ୍ରୁ ଡ୍ରାଇଭର ପୂରାଇଦେଲେ

ନାଗାଉର: ରାଜସ୍ଥାନର ନାଗାଉର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଚୋରି ଅଭିଯୋଗରେ ୨ ଜଣ ଦଳିତ ଯୁବକଙ୍କୁ କିଛି ଲୋକ ଅତ୍ୟନ୍ତ ନିଷ୍ଠୁର ଭାବେ ମାଡ଼ ମାରିଛନ୍ତି। ଏମାନଙ୍କ ମଧ୍ୟରୁ ତଳେ ପଡ଼ି ଛଟପଟ ହେଉଥିବା ବ୍ୟକ୍ତି ଜଣଙ୍କ ରକ୍ଷା ପାଇବା ପାଇଁ ନେହୁରା ହେଉଥିଲେ ହେଁ ମାଡ଼ ମାରୁଥିବା ଲୋକଙ୍କ ହୃଦୟ ଆଦୌ ତରଳି ନଥିଲା। ସେମାନେ ଯୁବକଙ୍କ ପ୍ୟାଣ୍ଟ ଖୋଲି ଦେବା ସହ ତାଙ୍କ ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳି ଦେଇଥିଲେ। ଏହାପରେ […]

e3

e3

Hemant Lenka
  • Published: Thursday, 20 February 2020
  • Updated: 20 February 2020, 04:25 PM IST

Sports

Latest News

ନାଗାଉର: ରାଜସ୍ଥାନର ନାଗାଉର ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଚୋରି ଅଭିଯୋଗରେ ୨ ଜଣ ଦଳିତ ଯୁବକଙ୍କୁ କିଛି ଲୋକ ଅତ୍ୟନ୍ତ ନିଷ୍ଠୁର ଭାବେ ମାଡ଼ ମାରିଛନ୍ତି। ଏମାନଙ୍କ ମଧ୍ୟରୁ ତଳେ ପଡ଼ି ଛଟପଟ ହେଉଥିବା ବ୍ୟକ୍ତି ଜଣଙ୍କ ରକ୍ଷା ପାଇବା ପାଇଁ ନେହୁରା ହେଉଥିଲେ ହେଁ ମାଡ଼ ମାରୁଥିବା ଲୋକଙ୍କ ହୃଦୟ ଆଦୌ ତରଳି ନଥିଲା।

ସେମାନେ ଯୁବକଙ୍କ ପ୍ୟାଣ୍ଟ ଖୋଲି ଦେବା ସହ ତାଙ୍କ ଗୁପ୍ତାଙ୍ଗରେ ପେଟ୍ରୋଲ ଢାଳି ଦେଇଥିଲେ। ଏହାପରେ ଗୋଟିଏ ସ୍କ୍ରୁ ଡ୍ରାଇଭରକୁ ପେଟ୍ରୋଲରେ ବୁଡ଼ାଇ ତାଙ୍କ ସମ୍ବେଦନଶୀଳ ଅଙ୍ଗରେ ପୂରାଇ ଦେଇଥିଲେ। ଶେଷରେ ବ୍ୟକ୍ତି ଜଣଙ୍କୁ ଶୂନ୍ୟରେ ଫୋପାଡ଼ି ମାଡ଼ ମାରିଥିଲେ।

ଭିଡିଓଟି ଫେବୃଆରୀ ୧୬ରେ ହୋଇଥିବା ବେଳେ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଚୋରି ଅଭିଯୋଗରେ ରାଜସ୍ଥାନର ନାଗାଉର ଅଞ୍ଚଳରେ ଦୁଇ ଜଣ ଦଳିତ ଯୁବକଙ୍କୁ ଏଭଳି ଅମାନବୀୟ ଭାବେ ମାଡ଼ ମରାଯାଇଛି।

ନାଗାଉରର କରୁନ ଅଞ୍ଚଳରେ ଥିବା ଏକ ଗାଡ଼ି ସର୍ଭିସ ଦୋକାନ ନିକଟରେ ପୂରା ଘଟଣା ଘଟିଛି। ଏହି ଦଳିତ ବ୍ୟକ୍ତି ଦ୍ୱୟ ଉକ୍ତ ଦୋକାନକୁ ଗାଡ଼ି ସର୍ଭିସିଂ କରିବାକୁ ଯାଇଥିଲେ। ହେଲେ ସେମାନେ ଟଙ୍କା ଚୋରି କରିଥିବା ଦୋକାନୀ କହିଥିଲେ।

ଏହାପରେ ଦୋକାନୀର କର୍ମଚାରୀମାନେ ମିଶି ଉଭୟଙ୍କୁ ମାଡ଼ ମାରିଥିଲେ। ଘଟଣାରେ ସାମିଲ ଥିବା ସମସ୍ତ ୭ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ଅନ୍ୟପକ୍ଷରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଘଟଣାକୁ ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos