ଶୁକ୍ରବାର ପୁଣି ସମଗ୍ର ଦେଶରେ କରୋନା ଟିକାର ଡ୍ରାଏରନ

ନୂଆଦିଲ୍ଲୀ: କରୋନା ଟିକା ଆସିବା ପୂର୍ବରୁ ଦ୍ୱିତୀୟ ଥର ପାଇଁ ପ୍ରାକ୍‌ ପ୍ରସ୍ତୁତି ବା ଡ୍ରାଏରନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଶୁକ୍ରବାର ଦିନର ଦେଶର ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏରନ ହେବ ବୋଲି ସୂଚନା ମିଳିଛି। ଏହାପୂର୍ବରୁ ଜାନୁଆରୀ ୨ରେ ସମଗ୍ର ଦେଶରେ ଡ୍ରାଏରନ କାର୍ଯ୍ୟକ୍ରମ କରାଯାଇଥିଲା। ଡ୍ରାଏରନ ବେଳେ ପ୍ରତି ଟିକାକରଣ କେନ୍ଦ୍ରରେ ୨୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଡମି ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ପ୍ରକୃତ କରୋନା ଟିକାକରଣ ବେଳେ କେମିତି […]

u

u

Hemant Lenka
  • Published: Wednesday, 06 January 2021
  • Updated: 06 January 2021, 10:05 PM IST

Sports

Latest News

ନୂଆଦିଲ୍ଲୀ: କରୋନା ଟିକା ଆସିବା ପୂର୍ବରୁ ଦ୍ୱିତୀୟ ଥର ପାଇଁ ପ୍ରାକ୍‌ ପ୍ରସ୍ତୁତି ବା ଡ୍ରାଏରନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ଶୁକ୍ରବାର ଦିନର ଦେଶର ସବୁ ରାଜ୍ୟରେ କରୋନା ଟିକାର ଡ୍ରାଏରନ ହେବ ବୋଲି ସୂଚନା ମିଳିଛି। ଏହାପୂର୍ବରୁ ଜାନୁଆରୀ ୨ରେ ସମଗ୍ର ଦେଶରେ ଡ୍ରାଏରନ କାର୍ଯ୍ୟକ୍ରମ କରାଯାଇଥିଲା।

ଡ୍ରାଏରନ ବେଳେ ପ୍ରତି ଟିକାକରଣ କେନ୍ଦ୍ରରେ ୨୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଡମି ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ପ୍ରକୃତ କରୋନା ଟିକାକରଣ ବେଳେ କେମିତି ସବୁ ବ୍ୟବସ୍ଥା ରହିବ, ତା’କୁ ଏହି ଡ୍ରାଏରନ ସମୟରେ ଯାଞ୍ଚ କରାଯାଇଥାଏ। ଟିକାକେନ୍ଦ୍ର ଠାରୁ ଆରମ୍ଭ କରି ପଞ୍ଜୀକରଣ, ଟିକାର ସଂରକ୍ଷଣ ଓ ନେବା ଆଣିବା ଆଦି ସମସ୍ତ ବିଷୟକୁ ଭଲ ଭାବେ ଯାଞ୍ଚ କରିବା ପାଇଁ ସରକାର ଡ୍ରାଏରନ କାର୍ଯ୍ୟକ୍ରମ କରୁଛନ୍ତି। ଟିକାକରଣ ବେଳେ ଯେମିତି କିଛି ଅସୁବିଧା ନ ହେବ, ତା’କୁ ଏହି ଡ୍ରାଏରନ ସମୟରେ ନିଶ୍ଚିତ କରାଯାଇ ଥାଏ।ଡ୍ରାଏ ରନ୍‌ ବେଳେ କାହାକୁ ଟିକା ଦିଆଯିବ ନାହିଁ। କେବଳ ଟିକାକରଣର ପ୍ରକ୍ରିୟାକୁ ଯାଞ୍ଚ କରାଯାଇଥାଏ।

ସରକାର କୋ ୱିନ୍‌ ଆପ୍‌ରେ ପଞ୍ଜୀକରଣ କରିଥିବା ଲୋକଙ୍କୁ ହିଁ ଟିକା ଦେବେ। ତେଣୁ ଡ୍ରାଏରନ ବେଳେ ଏହା ଠିକ୍‌ ଭାବେ କାମ କରୁଛି କି ନାହିଁ, ତା’ର ମଧ୍ୟ ସୀମକ୍ଷା କରାଯିବ। କୋ ୱିନ୍‌ ଆପ୍‌ ଜରିଆରେ ଜଣେ ଲୋକ ଟିକାକରଣର କେନ୍ଦ୍ର ଓ ତାରିଖ ସମ୍ପର୍କରେ ସୂଚନା ପାଇବେ। କୋ ୱିନ୍‌ ଆପ୍‌ରେ ୧୨ଟି ଭାଷାରେ ଲୋକଙ୍କୁ ସୂଚନା ଦିଆଯିବ। ଏହା ଠିକ୍‌ ଭାବେ କାମ କରୁଛି କି ନାହିଁ, ତା’କୁ ମଧ୍ୟ ଡ୍ରାଏରନ ବେଳେ ଯାଞ୍ଚ କରାଯିବ।

ଡିସେମ୍ବର ୨୮ ଓ ୨୯ରେ ପ୍ରଥମଥର ପାଇଁ କେବଳ ପଞ୍ଜାବ, ଆସାମ, ଆନ୍ଧ୍ରପ୍ରଦେଶ ଓ ଗୁଜରାଟରେ ଟିକାକରଣ ଡ୍ରାଏ ରନ୍‌ କାର୍ଯ୍ୟକ୍ରମ ହୋଇଥିଲା।

ଡିସିଜିଆଇ ଭାରତରେ ଦୁଇଟି ଟିକା କୋଭାକ୍ସିନ ଓ କୋଭିସିଲ୍ଡର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି। ଆସନ୍ତା ୧୩ ତାରିଖ ସୁଦ୍ଧା ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି ଭାରତ ସରକାର କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ, କରୋନାର ସମ୍ମୁଖ ଯୋଦ୍ଧା ଓ ବୟସ୍କମାନଙ୍କୁ ଟିକା ଦେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos