ପ୍ରତିଶୋଧ: ପୁଲୱାମା ହମ୍‌ଲାର ମାଷ୍ଟରମାଇଣ୍ଡ ସଫା, ଯବାନ ସହିଦ

ଶ୍ରୀନଗର: “ଆମେ କେବେ ଭୁଲିବୁ ନାହିଁ। ଆମେ କେବେ କ୍ଷମା ଦେବୁ ନାହିଁ”- ଫେବୃଆରୀ ୧୪ ପୁଲୱାମା ହମ୍‌ଲା ପରେ ସିଆରପିଏଫ୍‌ ପକ୍ଷରୁ ନିଆଯାଇଥିଲା ଏପରି ଶପଥ। ଆଜି ଶେଷରେ ତାକୁ ପୂରଣ କରାଯାଇଛି। ପୁଲୱାମା ହମ୍‌ଲାରେ ସାମିଲ ଥିବା ଜଣଙ୍କ ପରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଖତମ କରିବାରେ ସଫଳ ହୋଇଛନ୍ତି। ପୂର୍ବରୁ ପୁଲୱାମା ଘଟଣାରେ ସାମିଲ ଅନେକ ଆତଙ୍କବାଦୀ ନିହତ ହୋଇ ସାରିଥିବା ବେଳେ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ସାଜିଦ୍‌ ମକବୁଲ ଭଟ୍ଟ ଫେରାର ଥିଲା। […]

w

w

Hemant Lenka
  • Published: Tuesday, 18 June 2019
  • Updated: 18 June 2019, 03:51 PM IST

Sports

Latest News

ଶ୍ରୀନଗର: “ଆମେ କେବେ ଭୁଲିବୁ ନାହିଁ। ଆମେ କେବେ କ୍ଷମା ଦେବୁ ନାହିଁ”- ଫେବୃଆରୀ ୧୪ ପୁଲୱାମା ହମ୍‌ଲା ପରେ ସିଆରପିଏଫ୍‌ ପକ୍ଷରୁ ନିଆଯାଇଥିଲା ଏପରି ଶପଥ। ଆଜି ଶେଷରେ ତାକୁ ପୂରଣ କରାଯାଇଛି। ପୁଲୱାମା ହମ୍‌ଲାରେ ସାମିଲ ଥିବା ଜଣଙ୍କ ପରେ ଜଣେ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଖତମ କରିବାରେ ସଫଳ ହୋଇଛନ୍ତି।

ପୂର୍ବରୁ ପୁଲୱାମା ଘଟଣାରେ ସାମିଲ ଅନେକ ଆତଙ୍କବାଦୀ ନିହତ ହୋଇ ସାରିଥିବା ବେଳେ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ସାଜିଦ୍‌ ମକବୁଲ ଭଟ୍ଟ ଫେରାର ଥିଲା। ତେବେ ଆଜି ଅନନ୍ତନାଗରେ ଏହି ଜୈଶ-ଏ-ମହମ୍ମଦ ଆତଙ୍କବାଦୀକୁ ଖତମ କରିଦେବାରେ ସଫଳ ହୋଇଛି ସେନା। ପୁଲୱାମା ହମ୍‌ଲାରେ ବ୍ୟବହୃତ କାରଟିର ମାଲିକ ସାଜିଦ୍‌ ହିଁ ଥିଲା। ସେ ଏହି ଭୟଙ୍କର ଆକ୍ରମଣର ବ୍ଲୁପ୍ରିଣ୍ଟ ତିଆରି କରିଥିଲା। ଆଜି ସାଜିଦ୍‌ ସହ ଆଉ ଜଣେ ଆତଙ୍କୀର ମୁଣ୍ଡ ଗଡ଼ିଛି। ତା’ ନାଁ ହେଉଛି ତୌସିଫ୍ ଭଟ୍ଟ। ଗତକାଲି ପୁଲୱାମାରେ ହୋଇଥିବା ଦ୍ଵିତୀୟ ଆଇଇଡି ବିସ୍ଫୋରଣ ପଛରେ ତୱସିଫର ହାତ ରହିଥିଲା।

ଆଜି ସାଜିଦ୍‌ ଓ ତୌସିଫ୍ ଅନନ୍ତନାଗର ୱାଙ୍ଗମାରେ ଲୁଚି ଥିବାର ଖବର ସୁରକ୍ଷାକର୍ମୀଙ୍କୁ ମିଳିଥିଲା। ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। ଆତଙ୍କବାଦୀମାନେ ଲୁଚି ଥିବା ଅଞ୍ଚଳକୁ କର୍ଡନ କରି ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଆରମ୍ଭ ହୋଇଥିଲା ଗୁଳି ବିନିମୟ। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ପ୍ରଥମେ ଜଣେ ଯବାନ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆ ଯାଇଥିଲେ ହେଁ ସେଠାରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଥିଲେ। ଏହା ସତ୍ତ୍ୱେ ଅନ୍ୟ ଯବାନମାନେ ବେଶ ବୀରତ୍ୱର ସହିତ ଆତଙ୍କବାଦୀଙ୍କ ମୁକାବିଲା କରିଥିଲେ। ଶେଷରେ ସୁରକ୍ଷାକର୍ମୀଙ୍କ ଗୁଳିରେ ସାଜିଦ୍‌ ଓ ତୌସିଫ୍ ନିହତ ହୋଇଥିଲେ। ସେମାନଙ୍କ ମୃତଦେହ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି।

ଏବେ ବି ସ୍ଥାନୀୟ ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ଲୁଚି ରହିଥିବା ଖବର ରହିଛି। ତେଣୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସାଜିଦ୍‌ ପୁଲୱାମା ହମ୍‌ଲାର ଗୋଟିଏ ଦିନ ପୂର୍ବରୁ ହିଁ ଜୈଶ ସଂଗଠନରେ ସାମିଲ ହୋଇଥିଲା। ସେ 'ଅଫଜଲ' ନାଁରେ ମଧ୍ୟ ପରିଚିତ। ତା’ ଘର ଅନନ୍ତନାଗର ମହରମ ଗାଁରେ। ପୁଲୱାମା ହମ୍‌ଲାରେ ସାମିଲ ଥିବା ଅଦିଲ ଅହମ୍ମଦ ଦାର, ମୁଦ୍ଦଶୀର ଖାନ, କାମରାନ ଓରଫ ଶାହିଦ ଗାଜିକୁ ସୁରକ୍ଷାକର୍ମୀମାନେ ବିଭିନ୍ନ ଏନ୍‌କାଉଣ୍ଟର୍‌ରେ ସଫା କରିଥିଲେ।

ଏହାପୂର୍ବରୁ ଗତକାଲି ମଧ୍ୟ ଅନନ୍ତନାଗରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ଆର୍ମି ମେଜର ସହିଦ ହୋଇଥିବା ବେଳେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସେହିପରି ସନ୍ଧ୍ୟା ବେଳେ ଆତଙ୍କବାଦୀମାନେ ପୁଲୱାମାରେ ଯବାନଙ୍କ କନଭୟକୁ ଟାର୍ଗେଟ କରି ଆଇଇଡି ବିସ୍ଫୋରଣ କରିଥିଲେ। ଏଥିରେ ୯ ଜଣ ଯବାନ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ଏହି ସହିଦ ଯବାନଙ୍କ ମଧ୍ୟରେ ଓଡ଼ିଶାର ଅଜିତ ସାହୁ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story