ଲସ୍କରର ୨ ଆତଙ୍କୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ

ଶ୍ରୀନଗର: ପୁଣିଥରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଜମ୍ମୁ-କଶ୍ମୀର ରାଜଧାନୀ ଶ୍ରୀନଗର ନିକଟସ୍ଥ ବାନବିରଗଡ଼ ନିକଟରେ ସୁରକ୍ଷାକର୍ମୀକ ଗୁଳିରେ ନିହତ ହୋଇଛି। ଏହି ଦୁଇ ଆତଙ୍କବାଦୀ ପାକିସ୍ତାନରେ ସକ୍ରିୟ ଲସ୍କର ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କଶ୍ମୀରରେ ଚାଲିଥିବା ଆତଙ୍କବାଦୀ ଦମନ ଅଭିଯାନ ବେଳେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ବାନବିରଗଡ଼ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ […]

a

a

Hemant Lenka
  • Published: Saturday, 25 July 2020
  • Updated: 25 July 2020, 02:03 PM IST

Sports

Latest News

ଶ୍ରୀନଗର: ପୁଣିଥରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା। ଜମ୍ମୁ-କଶ୍ମୀର ରାଜଧାନୀ ଶ୍ରୀନଗର ନିକଟସ୍ଥ ବାନବିରଗଡ଼ ନିକଟରେ ସୁରକ୍ଷାକର୍ମୀକ ଗୁଳିରେ ନିହତ ହୋଇଛି। ଏହି ଦୁଇ ଆତଙ୍କବାଦୀ ପାକିସ୍ତାନରେ ସକ୍ରିୟ ଲସ୍କର ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କଶ୍ମୀରରେ ଚାଲିଥିବା ଆତଙ୍କବାଦୀ ଦମନ ଅଭିଯାନ ବେଳେ ଦୁଇ ଆତଙ୍କୀଙ୍କ ମୃତ୍ୟୁ ଘଟିଛି। ବାନବିରଗଡ଼ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା।

ସୁରକ୍ଷାକର୍ମୀଙ୍କୁ ଦେଖିବା କ୍ଷଣି ଆତଙ୍କବାଦୀ ଗୁଳି ମାଡ଼ କରିଥିଲେ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ୨ ଆତଙ୍କୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ନାଁ ହେଉଛି ଇଶଫାକ ରସିଦ। ତା’ ଘର ଶ୍ରୀନଗରର ସୋଜେଇଥା ଅଞ୍ଚଳରେ। ଏହି ଅଞ୍ଚଳର ସେ ଲସ୍କରର ଟପ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲା। ସେ ୨୦୧୮ରୁ ଏଠାରେ ସକ୍ରିୟ ଥିଲା।

ସେହିପରି ଅନ୍ୟ ଜଣେ ନିହତ ଆତଙ୍କବାଦୀର ନାଁ ହେଉଛି ଏଜାଜ ଭଟ। ସେ ପୁଲୱାମାରେ ଲସ୍କରର କ୍ୟାଡର ଭାବେ କାର୍ଯ୍ୟ କରୁଥିଲା। ଆତଙ୍କବାଦୀଙ୍କ ମୁକାବିଲା କରିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ତାଙ୍କୁ ଅଧିକ ଚିକିତ୍ସା ପାଇଁ ୯୨ ବେସ୍‌ ସ୍ଥିତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos