ପୁଣି ରାମପାଲଙ୍କୁ ଆଜୀବନ

ହିର୍ସା: ମଙ୍ଗଳବାର ଗୋଟିଏ ହତ୍ୟାକାଣ୍ଡ ମାମଲାରେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ ରହିବାକୁ ଦଣ୍ଡ ପାଇଥିବା ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜି ଆଉ ଏକ ହତ୍ୟା ମାମଲା ସମାନ ଦଣ୍ଡ ମିଳିଛି। ରାମପାଲଙ୍କ ସହ ତାଙ୍କର ଅନ୍ୟ ୧୩ ଜଣଙ୍କୁ ମଧ୍ୟ କୋର୍ଟ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ହିର୍ସାର ଆଡିସନାଲ୍‌ ଡିଷ୍ଟ୍ରିକ୍ଟ୍‌ ଓ ସେସନ୍‌ସ କୋର୍ଟ ବିଚାରପତି ଡିଆର୍‌ ଚାଲିଆ ରାମପାଲ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ରହିଛି ବୋଲି କହିବା ସହ ଏଭଳି […]

r

r

Hemant Lenka
  • Published: Wednesday, 17 October 2018
  • Updated: 17 October 2018, 06:12 PM IST

Sports

Latest News

ହିର୍ସା: ମଙ୍ଗଳବାର ଗୋଟିଏ ହତ୍ୟାକାଣ୍ଡ ମାମଲାରେ ମୃତ୍ୟୁ ପର୍ଯ୍ୟନ୍ତ ଜେଲ୍‌ ରହିବାକୁ ଦଣ୍ଡ ପାଇଥିବା ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜି ଆଉ ଏକ ହତ୍ୟା ମାମଲା ସମାନ ଦଣ୍ଡ ମିଳିଛି। ରାମପାଲଙ୍କ ସହ ତାଙ୍କର ଅନ୍ୟ ୧୩ ଜଣଙ୍କୁ ମଧ୍ୟ କୋର୍ଟ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ହିର୍ସାର ଆଡିସନାଲ୍‌ ଡିଷ୍ଟ୍ରିକ୍ଟ୍‌ ଓ ସେସନ୍‌ସ କୋର୍ଟ ବିଚାରପତି ଡିଆର୍‌ ଚାଲିଆ ରାମପାଲ ଓ ତାଙ୍କ ସହଯୋଗୀମାନଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ରହିଛି ବୋଲି କହିବା ସହ ଏଭଳି ଦଣ୍ଡବିଧାନ କରିଛନ୍ତି।

୨୦୧୪ ନଭେମ୍ବର ୧୯ରେ ହିର୍ସାରେ ଥିବା ରାମପାଲଙ୍କ ଆଶ୍ରମରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ଏନେଇ ରାମପାଲଙ୍କ ବିରୋଧରେ ବରୱାଲା ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ମଧ୍ୟ ହୋଇଥିଲା। ସେହିଦିନ ହିଁ ପୁଲିସ୍‌ ଆଶାରାମଙ୍କୁ ଗିରଫ କରିଥିଲା। ତେବେ ରାମପାଲଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଆଶ୍ରମରେ ପହଞ୍ଚିବା କ୍ଷଣି ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ। ରାମପାଲଙ୍କ ଅନୁଗାମୀ ଓ ପୁଲିସ୍‌ ମୁହାଁମୁହିଁ ହୋଇଥିଲେ।

ଆଜି ଉକ୍ତ ମାମଲାର ଶୁଣାଣି କରି ବିଚାରପତି ଚାଲିଆ ରାମପାଲ ଓ ତାଙ୍କ ସହଯୋଗୀ ଜେଲ୍‌ଦଣ୍ଡ ସହ ୨.୫ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ରାମପାଲଙ୍କୁ ୨୦୧୪ ନଭେମ୍ବର ୧୮ରେ ୪ ଜଣ ମହିଳା ଓ ଜଣେ ଶିଶୁଙ୍କୁ ହତ୍ୟା କରିଥିବା ଅପରାଧରେ ଆଜୀବନ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସହ ତାଙ୍କର ଅନ୍ୟ ୧୪ ଜଣଙ୍କୁ ମଧ୍ୟ ଜେଲ୍‌ଦଣ୍ଡ ସହ ୧ ଲକ୍ଷ ଟଙ୍କା ଲେଖାଏ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos