ସେପ୍ଟେମ୍ବର ୩୦ ସୁଦ୍ଧା ବାବ୍ରୀ ରାୟ, ଆଡଭାନୀ ରହିଛନ୍ତି ଅଭିଯୁକ୍ତ

ନୂଆଦିଲ୍ଲୀ: ଅଯୋଧ୍ୟା ବାବ୍ରୀ ମସଜିଦ ଭଙ୍ଗା ଘଣ୍ଟାର ରାୟ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରକାଶ କରିବାକୁ ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାର ଶୁଣାଣି ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଚାଲିଛି। କୋର୍ଟ ସେପ୍ଟେମ୍ବର ୩୦ ସୁଦ୍ଧା ମାମଲାର ଶୁଣାଣି ଶେଷ କରି ରାୟ ପ୍ରକାଶ କରିବାକୁ ଆଜି ସୁପ୍ରିମକୋର୍ଟ ଡେଡଲାଇନ ଧାର୍ଯ୍ୟ କରିଛନ୍ତି।

ଏହାପୂର୍ବରୁ ସୁପ୍ରିମକୋର୍ଟ ଲକ୍ଷ୍ନୌ ସ୍ଥିତ ସିବିଆଇ କୋର୍ଟକୁ ଅଗଷ୍ଟ ୩୧ ସୁଦ୍ଧା ରାୟ ପ୍ରକାଶ କରିବାକୁ କହିଥିଲେ। ହେଲେ ଆଜି ଏହାକୁ ସେପ୍ଟେମ୍ବର ୩୦ ଯାଏ ବୃଦ୍ଧି କରିଛନ୍ତି।

ସୁପ୍ରିମକୋର୍ଟ ପ୍ରଥମେ ୨୦୧୭ ଟ୍ରାଏଲ କୋର୍ଟରୁ ଦୈନିକ ଶୁଣାଣି କରି ଏହି ମାମଲାକୁ ୨ ବର୍ଷ ମଧ୍ୟରେ ଶେଷ କରିବାକୁ କହିଥିଲେ। ଆଜି ସୁପ୍ରିମକୋର୍ଟ କହିଛନ୍ତି, ସ୍ୱତନ୍ତ୍ର ସିବିଆଇ ଜଜ ଏସକେ ଯାଦବ ମାମଲାର ଶୁଣାଣି କରିବାକୁ ଆଉ କିଛି ସମୟ ମାଗିଛନ୍ତି। ସବୁ ରିପୋର୍ଟ ଦେଖିବା ପରେ ଆମେ ଆଉ ମାସେ ସମୟ ଦେବାକୁ ନିଷ୍ପତ୍ତି ନେଇଛୁ। ଏହାର ଅର୍ଥ ସେପ୍ଟେମ୍ବର ୩୦ ସୁଦ୍ଧା ମାମଲାର ଶୁଣାଣି ଶେଷ କରି କୋର୍ଟ ରାୟ ପ୍ରକାଶ କରିବେ।

୧୯୯୨ ମସିହା ଡିସେମ୍ବର ୬ରେ ବାବ୍ରୀ ମସଜିଦ ଭଙ୍ଗା ଯାଇଥିଲା। ବାବ୍ରୀ ମସଜିଦ ଭଙ୍ଗା ଘଟଣାର ଅଭିଯୁକ୍ତ ତାଲିକାରେ ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ, ଉମା ଭାରତୀ ଓ ମୁରଲୀ ମନୋହର ଯୋଶୀଙ୍କ ଭଳି ବ୍ୟକ୍ତି ରହିଛନ୍ତି। ଏମାନଙ୍କ ବୟାନ ମଧ୍ୟ କୋର୍ଟ ରେକର୍ଡ କରି ସାରିଛନ୍ତି।

ଆହୁରି ପଢ଼ନ୍ତୁ

ନୂତନ ଶିକ୍ଷାନୀତି ଓଡ଼ିଆ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ କ୍ଷମତା ବଢ଼ାଇବ: ଧର୍ମେନ୍ଦ୍ର ପ୍ରଧାନ

ଆସିଲା ଅନଲକ-୫: ସିନେମା ହଲ ଖୋଲିବାକୁ କେନ୍ଦ୍ରର ଅନୁମତି

ନେପାଳ କରିବ ଅଯୋଧ୍ୟାପୁରୀ ଧାମ, ୪୦ ଏକର ଜମି ମଞ୍ଜୁର

ବାବ୍ରୀ ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରିବ ମୁସଲିମ ପର୍ସନାଲ ଲ’ ବୋର୍ଡ!

ଭୁବନେଶ୍ୱରରୁ ୩୬୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୨୯୪ ଲୋକାଲ୍‌ କେସ

ତଦନ୍ତରେ ଶିଥିଳତାକୁ ନେଇ ହାଇକୋର୍ଟଙ୍କ ଅସନ୍ତୋଷ

ମୁଦ୍ରା ଋଣର ଗତି କୁଆଡ଼େ?

ବାବ୍ରୀ ରାୟ: କଂଗ୍ରେସ ରଖିଲା ଏମିତି ପ୍ରତିକ୍ରିୟା

ଦୋଷମୁକ୍ତ ହେବା ପରେ ଗୋୟେଲ୍ କହିଲେ ‘ମୁଁ ମସଜିଦ୍ ଭାଙ୍ଗିଛି’, ରାୟକୁ ନାପସନ୍ଦ କଲେ ଓଓ୍ୱେସୀ

UPSC ପ୍ରିଲିମସ ପରୀକ୍ଷା ଘୁଞ୍ଚାଇବା ପାଇଁ ହୋଇଥିବା ଆବେଦନ ଖାରଜ

ମାତ୍ର ୨୨୫ ଟଙ୍କାରେ ମିଳିବ କରୋନା ଟିକା

ଆଖି ବୁଜିଲେ ‘ଜହ୍ନମାମୁଁ’ କାର୍ଟୁନିଷ୍ଟ କେ.ସି ଶିବଶଙ୍କର