ମୋଦି-୨ ସରକାରରୁ ବାଦ୍‌ ପଡ଼ିଲେ ୭ ହେଭିୱେଟ୍‌

ନୂଆଦିଲ୍ଲୀ: ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ମୋଦି-୨ ସରକାର। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି-୨ ସରକାରରେ ମୋଟ ୫୭ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ତେବେ ଗତ ମୋଦି ସରକାରରେ ଥିବା ୭ ହେଭିୱେଟ୍‌ ଏଥିରୁ ବାଦ୍‌ ପଡ଼ିଛନ୍ତି। ସେମାନେ ହେଲେ ଅରୁଣ ଜେଟଲୀ, ସୁଷମା ସ୍ୱରାଜ, ସୁରେଶ ପ୍ରଭୁ, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଜୟନ୍ତ ସିହ୍ନା, ଜେପି […]

uj

uj

Hemant Lenka
  • Published: Thursday, 30 May 2019
  • Updated: 30 May 2019, 09:44 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ମୋଦି-୨ ସରକାର। ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି-୨ ସରକାରରେ ମୋଟ ୫୭ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ତେବେ ଗତ ମୋଦି ସରକାରରେ ଥିବା ୭ ହେଭିୱେଟ୍‌ ଏଥିରୁ ବାଦ୍‌ ପଡ଼ିଛନ୍ତି। ସେମାନେ ହେଲେ ଅରୁଣ ଜେଟଲୀ, ସୁଷମା ସ୍ୱରାଜ, ସୁରେଶ ପ୍ରଭୁ, ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଜୟନ୍ତ ସିହ୍ନା, ଜେପି ନଡ୍ଡା ଓ ମାନେକା ଗାନ୍ଧି।

ଅରୁଣ ଜେଟଲୀ: ମୋଦି-୧ ସରକାରରେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେବେ ଦୀର୍ଘ ୧୮ ମାସ ହେଲାଣି ସେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରୁଛନ୍ତି। ଏହି କାରଣରୁ ସେ ନିଜ ଆଡ଼ୁ ମନ୍ତ୍ରୀ ହେବେ ନାହିଁ ବୋଲି ଘୋଷଣା କରିଥିଲେ। ମୋଦି ତାଙ୍କ ବାସଭବନ ଯାଇ ତାଙ୍କୁ ବୁଝାଇଥିଲେ ହେଁ ସେ ମନ୍ତ୍ରୀ ପଦ ଗ୍ରହଣ କରିବାକୁ ରାଜି ହୋଇନଥିଲେ। ୨୦୧୪ରେ ପ୍ରଥମେ ସେ ଅର୍ଥ ସହ ପ୍ରତିରକ୍ଷା ଏବଂ ସୂଚନା ଓ ପ୍ରସାରଣ ବିଭାଗ ଦାୟିତ୍ୱ ମଧ୍ୟ ନେଇଥିଲେ।

ସୁଷମା ସ୍ୱରାଜ: ମୋଦି-୧ ସରକାରରେ ବୈଦେଶିକ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ସୁଷମା ସ୍ୱରାଜ। ଅନେକ ପ୍ରସଙ୍ଗରେ ସେ ସରକାରଙ୍କ ପକ୍ଷରୁ ଉପଯୁକ୍ତ ଯୁକ୍ତି ଉପସ୍ଥାପନ କରି ପ୍ରଶଂସା ସାଉଁଟି ଥିଲେ। ସୋଶାଲ୍‌ ମିଡିଆରେ ଯିଏ ବି ଅଭିଯୋଗ କରୁଥିଲା, ସୁଷମା ତୁରନ୍ତ ଏହାର ସମାଧାନ କରୁଥିଲେ। ଏଥର ନିର୍ବାଚନ ଲଢ଼ିବାକୁ ମନା କରିଥିବା ୬୭ ବର୍ଷୀୟ ସୁଷମା ଆଜିର ଶପଥ ଗ୍ରହଣ ଉତ୍ସବରେ ଦର୍ଶକ ମଣ୍ଡଳୀରେ ଉପସ୍ଥିତ ଥିଲେ।

ରାଜ୍ୟବର୍ଦ୍ଧନ ରାଠୋର: ମୋଦି-୧ ସରକାରରେ ରାଜ୍ୟବର୍ଦ୍ଧନ ରାଠୋର କ୍ରୀଡ଼ା ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏଥର ରାଜସ୍ଥାନରୁ ସେ ଦ୍ୱିତୀୟଥର ବିଜୟୀ ହୋଇଥିଲେ। କିନ୍ତୁ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିବା ରାଜ୍ୟବର୍ଦ୍ଧନଙ୍କୁ ଏଥର ମନ୍ତ୍ରୀ ପଦ ମିଳିନାହିଁ।

ମାନେକା ଗାନ୍ଧି: ୬୨ ବର୍ଷୀୟ ମାନେକା ଏବେ ୧୭ତମ ଲୋକସଭାରେ ଅସ୍ଥାୟୀ ବାଚସ୍ପତି ଭାବେ କାର୍ଯ୍ୟ କରିବେ। ୨୦୧୪ ମୋଦି ସରକାରରେ ସେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏପରି କି ତାଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିଥିଲା। ଏଥର ସେ ଉତ୍ତର ପ୍ରଦେଶର ସୁଲତାନପୁରରୁ ବିଜୟୀ ହୋଇ ଆସିଥିଲେ। ତଥାପି ମୋଦି-୨ ସରକାରରେ ତାଙ୍କୁ ସ୍ଥାନ ମିଳିନାହିଁ।

ଜୟନ୍ତ ସିହ୍ନା: ମୋଦି-୧ ସରକାରରେ ଜୟନ୍ତ ସିହ୍ନା ବେସାମରିକ ବିମାନଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ରହିଥିଲେ। ପ୍ରଥମେ ତାଙ୍କୁ ଅର୍ଥ ରାଷ୍ଟ୍ରମନ୍ତ୍ରୀ କରାଯାଇଥିଲା। ତିନିବର୍ଷ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ବଦଳି କରାଯାଇଥିଲା। ସେ ଦ୍ୱିତୀୟଥର ପାଇଁ ଝାରଖଣ୍ଡର ହଜାରିବାଗରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସେ ହେଉଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା ଘୋର ମୋଦି ବିରୋଧୀ ଯଶବନ୍ତ ସିହ୍ନାଙ୍କ ପୁଅ।

ଜେପି ନଡ୍ଡା: ମୋଦି-୧ ସରକାରରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଯେହେତୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏବେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି, ତେଣୁ ନାଡ୍ଡା ଦଳର ଅଧ୍ୟକ୍ଷ ପଦ ସମ୍ଭାଳିବେ ବୋଲି ଚର୍ଚ୍ଚା ହେଉଛି। ସେ ହିମାଚଳ ପ୍ରଦେଶରୁ ରାଜ୍ୟସଭା ସାଂସଦ ରହିଛନ୍ତି।

ସୁରେଶ ପ୍ରଭୁ: ୨୦୧୪ ମୋଦି ସରକାରରେ ସୁରେଶ ପ୍ରଭୁ ରେଳମନ୍ତ୍ରୀ ରହିଥିଲେ। ପରେ ତାଙ୍କୁ କମର୍ସ, ଶିଳ୍ପ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କରାଯାଇଥିଲା। ହେଲେ ମୋଦି-୨ ସରକାରରେ ସେ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିଛନ୍ତି। ସେ ରାଜ୍ୟସଭାର ସାଂସଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story