ଜମ୍ମୁ-କଶ୍ମୀରରେ କ୍ୟାମ୍ପସ ଖୋଲିବେ ୭ ପ୍ରଖ୍ୟାତ କଲେଜ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ସେଠାରେ ନୂଆ ପ୍ରତିଷ୍ଠାନ ଖୋଲିବା ପାଇଁ ବିଭିନ୍ନ ସଂସ୍ଥା ଅଣ୍ଟା ଭିଡ଼ିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ପ୍ରଥମଥର ପାଇଁ ମହାରାଷ୍ଟ୍ରର ଶ୍ରେଷ୍ଠ ୭ କଲେଜ କର୍ତ୍ତୃପକ୍ଷ ଜମ୍ମୁ-କଶ୍ମୀରରେ ନିଜ ନିଜର କ୍ୟାମ୍ପସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଏମାନଙ୍କ ମଧ୍ୟରେ ଫରଗୁସନ ଓ ଭିଆଇଟି ପୁଣେ ରହିଛନ୍ତି। ଜମ୍ମୁ-କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ଓ ଶିକ୍ଷାର ମାନ ବୃଦ୍ଧି କରିବାକୁ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରୁଥିବା […]

ws

ws

Hemant Lenka
  • Published: Monday, 19 August 2019
  • Updated: 19 August 2019, 05:20 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏବେ ସେଠାରେ ନୂଆ ପ୍ରତିଷ୍ଠାନ ଖୋଲିବା ପାଇଁ ବିଭିନ୍ନ ସଂସ୍ଥା ଅଣ୍ଟା ଭିଡ଼ିବା ଆରମ୍ଭ କରିଛନ୍ତି। ଏହିକ୍ରମରେ ପ୍ରଥମଥର ପାଇଁ ମହାରାଷ୍ଟ୍ରର ଶ୍ରେଷ୍ଠ ୭ କଲେଜ କର୍ତ୍ତୃପକ୍ଷ ଜମ୍ମୁ-କଶ୍ମୀରରେ ନିଜ ନିଜର କ୍ୟାମ୍ପସ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ଏମାନଙ୍କ ମଧ୍ୟରେ ଫରଗୁସନ ଓ ଭିଆଇଟି ପୁଣେ ରହିଛନ୍ତି। ଜମ୍ମୁ-କଶ୍ମୀରରେ ଶାନ୍ତି ପ୍ରତିଷ୍ଠା ଓ ଶିକ୍ଷାର ମାନ ବୃଦ୍ଧି କରିବାକୁ ଦୀର୍ଘ ଦୁଇ ଦଶନ୍ଧି ଧରି କାର୍ଯ୍ୟ କରୁଥିବା ପୁଣେ ସ୍ଥିତ ନନ୍‌ ପ୍ରଫିଟ୍‌ ଅର୍ଗାନାଇଜେସନ 'ଶରଦ'କୁ ଏହି ୭ କଲେଜର କର୍ତ୍ତୃପକ୍ଷ ଯୋଗାଯୋଗ କରିଛନ୍ତି।

'ଶରଦ'ର ମୁଖ୍ୟ ସଞ୍ଜୟ ନହର କହିଛନ୍ତି, “ଆମେ ୨୦୦୪ରୁ ଜମ୍ମୁ-କଶ୍ମୀରରେ ଶିକ୍ଷାନୁଷ୍ଠାନ ଖୋଲିବାକୁ ପ୍ରଚେଷ୍ଠା କରୁଥିଲୁ। ଏଥିପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୁଫତି ମହମ୍ମଦ ସୟିଦଙ୍କୁ ଜମି ଦେବାକୁ କହିଥିଲୁ। ମୁଫତି ମଧ୍ୟ ଜମି ଦେବାକୁ ରାଜି ହୋଇଥିଲେ। ସେ ଫରଗୁସନ ଓ ସିମବାୟୋସିସ ଭଳି ଅଗ୍ରଣୀ ଶିକ୍ଷାନୁଷ୍ଠାନର କ୍ୟାମ୍ପସ ଖୋଲିବା ପାଇଁ ସହମତି ପ୍ରକାଶ କରିଥିଲେ।

ତେବେ ସେତେବେଳେ ଏହି ଦୁଇ ଶିକ୍ଷାନୁଷ୍ଠାନ ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ। ଏହାପରେ ଆମେ ଫରଗୁସନ କଲେଜ, ଭିଆଇଟି ପୁଣେ, ଡିୱାଇ ପାଟିଲ ବିଶ୍ୱବିଦ୍ୟାଳୟ, ଗରୱାରେ କଲେଜ, ଏସ୍‌ପି କଲେଜ, ଅରହାମ ଇନଷ୍ଟିଚ୍ୟୁଟ ଓ ଅନ୍ୟାନ୍ୟ କଲେଜ ସହ ଯୋଗାଯୋଗ କରିଥିଲୁ। ଏମାନଙ୍କ ମଧ୍ୟରୁ ୭ଟି ଶିକ୍ଷାନୁଷ୍ଠାନ ଜମ୍ମୁ-କଶ୍ମୀରରେ ନିଜର କ୍ୟାମ୍ପସ ଖୋଲିବାକୁ ସହମତି ପ୍ରକାଶ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos