ଭୁଶୁଡ଼ିଲା କୋଠା, ଏକାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା

ଲକ୍ଷ୍ନୌ: ନୋଏଡାରେ ଥିବା ଏକ ବହୁତଳ କୋଠା ଭୁଶୁଡ଼ି ପଡ଼ିଛି। ସେକ୍ଟର ୧୧ରେ ଥିବା ବିଲଡିଂଟି ଭୁଶୁଡ଼ି ପଡ଼ିବାରୁ ଏହା ତଳେ ଏକାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ଖବର ପାଇ ପୁଲିସ୍‌ ଅଧିକାରୀ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଏହା ତଳକୁ ବାହର କରିବା କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

ସୂଚନା ଅନୁସାରେ ବଲିଡିଂଟିର ନିର୍ମାଣ କାମ ଜାରି ରହିଥିବା ବେଳେ ଏଭଳି ଅଘଟଣ ଘଟିଛି। ବିଲିଡିଂଟି ଭୁଶୁଡ଼ିବା ବେଳେ ଏହା ମଧ୍ୟରେ କିଛି ଶ୍ରମିକ ରହିଥିଲେ। ତେଣୁ ଏମାନେ ଧ୍ୱଂସାବଶେଷ ତଳେ ଚାପି ହୋଇ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ଆମ୍ବୁଲାନ୍ସ ଓ ଏନଡିଆରଏଫ ଟିମ ମଧ୍ୟ ପହଞ୍ଚିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।