ଦେହ ବ୍ୟବସାୟରେ ଅଭିନେତ୍ରୀ: ଦେହର ଦାମ ହଜାରେ ଡଲାର
ହାଇଦ୍ରାବାଦ୍: ଦେହ ବ୍ୟବସାୟ ରାକେଟରେ ଅଭିନେତ୍ରୀ। ଭାରତରୁ ବିଦେଶକୁ ଲମ୍ବିଛି ଏହି ରାକେଟର ଚେର। ଦେହ ବ୍ୟବସାୟ ପାଇଁ ଯୁବତୀ ଚାଲାଣ କରୁଥିବା ଦୁଇ ଜଣ ଟଲିଉଡ୍ ଅଭିନେତ୍ରୀ ପୋଲିସ ହାତରେ ଧରାପଡ଼ିଛନ୍ତି। ଆମେରିକାକୁ ଯୁବତୀ ଚାଲାଣ କରୁଥିବା ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ୨ ଜଣ ନାମକରା ଅଭିନେତ୍ରୀ ଏବେ ପୋଲିସ ଜାଲରେ ଫସିଛନ୍ତି। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଶ୍ରୀରଜ୍ ଚେନ୍ନୁପାତି ଏବଂ ଚନ୍ଦ୍ରକଳା। ଚିକାଗୋର ଆମେରିକା ଫେଡେରାଲ ଏଜେଣ୍ଟଙ୍କ ନଜରରେ ଏମାନେ ଧରାପଡ଼ିବା ପରେ ସେଠାକାର ପୋଲିସ ଉଭୟଙ୍କୁ ଗିରଫ କରିଛି। ଦେହ ବ୍ୟବସାୟ ପୂର୍ବରୁ ଶ୍ରୀରଜ୍ ଟଲିଉଡ୍ରେ ଜଣେ ପ୍ରଡକ୍ସନ ମ୍ୟାନେଜର ଭାବେ କାମ କରୁଥିଲେ। ବେଙ୍ଗେଲୁର ଏବଂ ଚେନ୍ନାଇରୁ ୫ ଜଣ ଯୁବତୀଙ୍କୁ ଚାଲାଣ ବେଳେ ଏମାନେ ଧରାପଡ଼ିଥିବା ଜଣାପଡ଼ିଛି।
କିଛିଦିନ ତଳେ ତେଲଗୁ ଫିଲ୍ମ ଇଣ୍ଡଷ୍ଟ୍ରିରେ କାଷ୍ଟିଂକାଉଚ୍ ସମ୍ପର୍କରେ ସଙ୍ଗିନ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ଶ୍ରୀ ରେଡ୍ଡୀ। କାଷ୍ଟିଂକାଉଚ୍ ପ୍ରତିବାଦରେ ସେ ଉଲଗ୍ନ ପ୍ରତିବାଦ କରିବା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ତେବେ ଉପରୋକ୍ତ ଘଟଣା ସାମ୍ନାକୁ ଆସିବା ପରେ ପୁଣି ଥରେ ମୁହଁ ଖୋଲିଛନ୍ତି ଅଭିନେତ୍ରୀ ଶ୍ରୀ ରେଡ୍ଡୀ। କହିଛନ୍ତି ଧରାପଡ଼ିଥିବା ସମ୍ପୃକ୍ତ ଏନ୍ଆରଆଇ ଏହି ଘୃଣ୍ୟ ବ୍ୟବସାୟ ପାଇଁ ତାଙ୍କୁ ମଧ୍ୟ ଅଫର କରିଥିଲେ। ଏହି ଦେହବ୍ୟବସାୟ ପାଇଁ ସେମାନେ ହଜାରେ ଡଲାର ଯାଚିଥାନ୍ତି। ସେହିପରି ଗିରଫ ହୋଇଥିବା ଶ୍ରୀରଜ୍ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଚଳଚ୍ଚିତ୍ରର କାମ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।