ଇଭିଏମ ଉପରେ ପୁଣି ପ୍ରଶ୍ନ ଉଠାଇଲେ ବିରୋଧୀ, ଦିଲ୍ଲୀରେ କରିବେ ମେଳି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ଏକପାଖିଆ ବିଜୟୀ ହୋଇଥିବା ଘଟଣାକୁ ଏଯାଏ ବିରୋଧୀ ଦଳଗୁଡ଼ିକ ଠିକ୍‌ ଭାବେ ହଜମ କରିପାରି ନାହାନ୍ତି। ବିଜେପିର ଏଭଳି ବିପୁଳ ବିଜୟ ପଛରେ ଇଭିଏମ୍‌କୁ ଦାୟୀ କରି ପୁଣିଥରେ ବିରୋଧୀ ଦଳଗୁଡ଼ିକ ଏକାଠି ହେବେ ବୋଲି ସୂଚନା ମିଳିଛି। ଆଜି ଏନ୍‌ସିପି ସୁପ୍ରିମୋ ଶରଦ ପାୱର ଇଭିଏମ୍‌ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସେ କହିଛନ୍ତି, ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପୁଣିଥରେ ଦିଲ୍ଲୀରେ ଏକାଠି ହେବେ। ସେହିପରି ବିଶେଷଜ୍ଞ […]

t

Hemant Lenka
  • Published: Monday, 10 June 2019
  • , Updated: 10 June 2019, 08:30 PM IST

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ବିଜେପି ଏକପାଖିଆ ବିଜୟୀ ହୋଇଥିବା ଘଟଣାକୁ ଏଯାଏ ବିରୋଧୀ ଦଳଗୁଡ଼ିକ ଠିକ୍‌ ଭାବେ ହଜମ କରିପାରି ନାହାନ୍ତି। ବିଜେପିର ଏଭଳି ବିପୁଳ ବିଜୟ ପଛରେ ଇଭିଏମ୍‌କୁ ଦାୟୀ କରି ପୁଣିଥରେ ବିରୋଧୀ ଦଳଗୁଡ଼ିକ ଏକାଠି ହେବେ ବୋଲି ସୂଚନା ମିଳିଛି। ଆଜି ଏନ୍‌ସିପି ସୁପ୍ରିମୋ ଶରଦ ପାୱର ଇଭିଏମ୍‌ର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏଥିସହ ସେ କହିଛନ୍ତି, ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ପୁଣିଥରେ ଦିଲ୍ଲୀରେ ଏକାଠି ହେବେ। ସେହିପରି ବିଶେଷଜ୍ଞ ଏବଂ ଅନ୍ୟ ଫରେନସିକ ଟିମ୍‌ ମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା ହେବ ବୋଲି ସେ ସଙ୍କେତ ଦେଇଛନ୍ତି।

ଏନ୍‌ସିପିର ୨୦ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇ ଶ୍ରୀ ପାୱର କହିଛନ୍ତି, “ ପ୍ରକୃତରେ ଇଭିଏମ୍‌ ଭିତରେ କେମିତି ଏବଂ କେଉଁ ସ୍ଥିତିରେ ଭୋଟ୍‌ ଦିଆଯାଉଛି, ତା’କୁ ଜାଣିବା ଦରକାର। ଜଣେ ଭୋଟର ଭୋଟ୍‌ ଦେବା ପରେ ତା’ ଭୋଟ୍‌ ଭିଭିପ୍ୟାଟ୍‌ରେ ରେକର୍ଡ ହେଉଛି। ହେଲେ ଏଥିରେ କେତେ ସତ୍ୟତା ରହିଛି ତା’ହା ଜାଣିବା ଦରକାର। ତେଣୁ ବିରୋଧୀ ଦଳଗୁଡ଼ିକ ଏ ସମ୍ପର୍କରେ ବିଶେଷଜ୍ଞଙ୍କ ପରାମର୍ଶ ନେବେ। ଏନେଇ ଏକ ବୈଠକ ଦିଲ୍ଲୀରେ ଅନୁଷ୍ଠିତ।”

ଅନ୍ୟପକ୍ଷରେ ଏହି ସଭାରେ ଉପସ୍ଥିତ ଥିବା ଶରଦ ପାୱରଙ୍କ ପୁତୁରା ଅଜିତ ପାୱାର ଭିନ୍ନ କଥା କହିଛନ୍ତି। ସେ କହିଛନ୍ତି, “ସାଧାରଣ ନିର୍ବାଚନରେ କ’ଣ ହେଲା କିମ୍ବା ଇଭିଏମରେ କ’ଣ ଘଟୁଛି, ସେ ସମ୍ପର୍କରେ ଭାବି ସମୟ ନଷ୍ଟ କରିବା ଆବଶ୍ୟକ ନାହିଁ। ବରଂ ଆମେ କେମିତି ମହାରାଷ୍ଟ୍ର ବିଧାନସଭାରେ ଅଧିକରୁ ଅଧିକ ଆସନ ଜିତିବା, ତା’ ଉପରେ ଫୋକସ କରିବା ଦରକାର।”

ଉଲ୍ଲେଖଯୋଗ୍ୟ, ନିକଟରେ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ମହାରାଷ୍ଟ୍ରର ୪୮ଟି ଆସନରୁ ବିଜେପି-ଶିବସେନା ମେଣ୍ଟ ୪୧ଟି ଆସନ ଜିତିଥିଲା। ଏନ୍‌ସିପି ମାତ୍ର ୪ଟି ଆସନ ପାଇଥିଲା।

Related story