ଚାଇନାରୁ ପାକ୍‌ ପାଇଁ ମିସାଇଲ ସାମଗ୍ରୀ ନେଇଯାଉଥିବା ଜାହାଜ ଜବତ

ଅହମଦାବାଦ: ଚାଇନା ବନ୍ଧୁ ପାକିସ୍ତାନକୁ ସାମରିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ କେମିତି ସହଯୋଗ କରୁଛି, ତା’ର ପୁଣି ପ୍ରମାଣ ମିଳିଛି। ଚାଇନାରୁ ହଂକଂ ପତାକା ଲଗାଇ ପାକିସ୍ତାନ ଯାଉଥିବା ଏକ ଜାହାଜକୁ ସୁରକ୍ଷାକର୍ମୀମାନେ ଗୁଜରାଟର କାଣ୍ଡଲାରେ ଜବତ କରିଛନ୍ତି। ଫେବୃଆରୀ ୩ରେ ଜାହାଜଟିକୁ ଠାବ କରି ଅଟକ ରଖାଯାଇଥିଲା। ଏବେ କେନ୍ଦ୍ରୀୟ ଓ ରାଜ୍ୟ ସୁରକ୍ଷାକର୍ମୀଙ୍କ ସମେତ ଡିଆରଡିଓ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଜାନୁଆରୀ ୧୭ରେ ଡା ଚୁହି ୟୁନ […]

w

w

Hemant Lenka
  • Published: Tuesday, 18 February 2020
  • Updated: 18 February 2020, 03:05 PM IST

Sports

Latest News

ଅହମଦାବାଦ: ଚାଇନା ବନ୍ଧୁ ପାକିସ୍ତାନକୁ ସାମରିକ କ୍ଷେତ୍ରରେ ସଶକ୍ତ କରିବା ପାଇଁ କେମିତି ସହଯୋଗ କରୁଛି, ତା’ର ପୁଣି ପ୍ରମାଣ ମିଳିଛି। ଚାଇନାରୁ ହଂକଂ ପତାକା ଲଗାଇ ପାକିସ୍ତାନ ଯାଉଥିବା ଏକ ଜାହାଜକୁ ସୁରକ୍ଷାକର୍ମୀମାନେ ଗୁଜରାଟର କାଣ୍ଡଲାରେ ଜବତ କରିଛନ୍ତି। ଫେବୃଆରୀ ୩ରେ ଜାହାଜଟିକୁ ଠାବ କରି ଅଟକ ରଖାଯାଇଥିଲା। ଏବେ କେନ୍ଦ୍ରୀୟ ଓ ରାଜ୍ୟ ସୁରକ୍ଷାକର୍ମୀଙ୍କ ସମେତ ଡିଆରଡିଓ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ସୂଚନା ଅନୁଯାୟୀ, ଜାନୁଆରୀ ୧୭ରେ ଡା ଚୁହି ୟୁନ ନାମକ ଏହି ଜାହାଜଟି ଚାଇନାର ଜିଆଙ୍ଗୟାନ ପୋର୍ଟରୁ ବାହାରିଥିଲା। ଏଥିରେ ମିସାଇଲ ନିର୍ମାଣ ପାଇଁ ଆବଶ୍ୟକ ସାମଗ୍ରୀ ଓ ଯନ୍ତ୍ରପାତି ରହିଥିଲା। ଏହା କରାଚିର ପୋର୍ଟ କ୍ୱାସିମ ବନ୍ଦରକୁ ଯିବାର ଥିଲା। ଜେନେରାଲ କାରଗୋ ଜାହାଜଟି ୨୦୧୧ରେ ନିର୍ମାଣ ହୋଇଥିଲା। ଜାହାଜରେ ୨୨ ଜଣ ସଦସ୍ୟ ରହିଥିଲେ।

ଜାହାଜଟି କାଣ୍ଡଲାର ଜେଟ୍ଟି ବନ୍ଦର ଅତିକ୍ରମ କରୁଥିବା ବେଳେ ଏହାକୁ ଅଟକ କରି ଯାଞ୍ଚ କରାଯାଇଥିଲା। ଏହାପରେ ଏକାଧିକ ସନ୍ଦେହଜନକ ସାମଗ୍ରୀ ମିଳିବାରୁ କଷ୍ଟମ ବିଭାଗ ଏହାକୁ ଆଗକୁ ବଢ଼ିବାକୁ ଦେଇ ନଥିଲା। ଏହାପୂର୍ବରୁ ଜାହାଜରେ ମାରାତ୍ମକ ସାମଗ୍ରୀ ଥିବା ଗୁଇନ୍ଦା ବିଭାଗ ମଧ୍ୟ ସୂଚନା ଦେଇଥିଲା। ଯାଞ୍ଚ ବେଳେ ଜାହାଜରୁ ଅଟୋକ୍ଲେଭ ରହିଥିଲା। ମିସାଇଲ ଲଞ୍ଚ ବେଳେ ଏହାକୁ ବ୍ୟବହାର କରାଯାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos