ଆଦିତ୍ୟ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନାର ସଙ୍କେତ

ମୁମ୍ବାଇ: ବିଜେପି ଓ ଶିବସେନା ମଧ୍ୟରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଲୋକସଭା ନିର୍ବାଚନ ଏକାଠି ଲଢ଼ିଥିବା ବିଜେପି ଓ ଶିବସେନା ବିଧାନସଭା ନିର୍ବାଚନକୁ ନେଇ ମତଭେଦ ଓ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ବିଶେଷ କରି ମହାରାଷ୍ଟ୍ରରେ ଏହି ଦୁଇ ଦଳ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ପରସ୍ପରକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଶିବସେନା ମୁଖ୍ୟ ହେଉଛନ୍ତି ଉଦ୍ଧବ ଠାକରେ। ଠାକରେ ପରିବାରର କେହି କେବେ ହେଲେ ନିର୍ବାଚନ ଲଢ଼ନ୍ତି ନାହିଁ। ହେଲେ […]

sa

Hemant Lenka
  • Published: Friday, 14 June 2019
  • , Updated: 14 June 2019, 04:23 PM IST

ମୁମ୍ବାଇ: ବିଜେପି ଓ ଶିବସେନା ମଧ୍ୟରେ ପୁଣିଥରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇଛି। ଲୋକସଭା ନିର୍ବାଚନ ଏକାଠି ଲଢ଼ିଥିବା ବିଜେପି ଓ ଶିବସେନା ବିଧାନସଭା ନିର୍ବାଚନକୁ ନେଇ ମତଭେଦ ଓ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ବିଶେଷ କରି ମହାରାଷ୍ଟ୍ରରେ ଏହି ଦୁଇ ଦଳ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ପରସ୍ପରକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି।

ଶିବସେନା ମୁଖ୍ୟ ହେଉଛନ୍ତି ଉଦ୍ଧବ ଠାକରେ। ଠାକରେ ପରିବାରର କେହି କେବେ ହେଲେ ନିର୍ବାଚନ ଲଢ଼ନ୍ତି ନାହିଁ। ହେଲେ ଚଳିତ ବିଧାନସଭା ନିର୍ବାଚନରେ ସେ ଇତିହାସ ବଦଳିବାକୁ ଯାଉଛି। ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ପ୍ରଥମଥର ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ତାଙ୍କୁ ଦଳ ବିଜେପି-ଶିବସେନା ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିବ ବୋଲି ଶିବସେନା ସଙ୍କେତ ଦେଇଛି।

ଅନ୍ୟପକ୍ଷରେ ବିଜେପି ମଧ୍ୟ ଦେବେନ୍ଦ୍ର ଫଡ଼ନାଭିସ୍‌ଙ୍କ ଛଡ଼ା କେହି ବି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ ନାହିଁ ବୋଲି ପୂର୍ବରୁ ଅନେକ ଥର କହିଛି। ଏବେ ଆଦିତ୍ୟଙ୍କ ଏଣ୍ଟ୍ରି ଦୁଇ ସହଯୋଗୀ ଦଳଙ୍କ ମଧ୍ୟରେ ନୂଆ ବିବାଦର ସୂତ୍ରପାତ କରିଛି।

ଶିବସେନାର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, “ଆଦିତ୍ୟ ଠାକରେ ଏବେ ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ବ୍ୟସ୍ତ ରହିଛନ୍ତି। ଠାକରେ ପରିବାରର କୌଣସି ସଦସ୍ୟ କେବେ ହେଲେ ଡେପୁଟି ପଦ ନେଇ ନାହିଁ। ସେହିପରି ଠାକରେ ପରିବାର ରାଜ୍ୟ ଓ ଜାତୀୟ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଦିତ୍ୟ ଠାକରେ ମୁଖ୍ୟ ପଦରେ ରହିବେ କି ନାହିଁ, ତା’ର ନିଷ୍ପତ୍ତି ଉଦ୍ଧବ ଠାକରେ ନେବେ। ଏବେ ମୁଁ ସେ ସମ୍ପର୍କରେ କିଛି କହିବି ନାହିଁ।”

ଶିବସେନା ଓ ବିଜେପି ମହାରାଷ୍ଟ୍ରରେ ସମାନ ସଂଖ୍ୟକ ଆସନରେ ଲଢ଼ିବେ ବୋଲି ପୂର୍ବରୁ ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ପଦ ପାଇଁ ମଧ୍ୟ ଅଢ଼େଇ ବର୍ଷର ଫର୍ମୁଲା ଲାଗୁ କରିବା ଦରକାର ବୋଲି ଶିବସେନା କହିଛି। ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବର ମାସରେ ମହାରାଷ୍ଟ୍ର ବିଧାନସଭା ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Related story