ବାପା ହେଲେ ଜୁନିୟର ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପରିବାରକୁ ଆସିଛନ୍ତି ନୂଆ ଅତିଥି। ଆଜି ତାଙ୍କ ପୁଅ ଆକାଶ ଓ ବୋହୂ ଶ୍ଳୋକା ବାପା ମା’ ହୋଇଛନ୍ତି। ଶ୍ଳୋକା ଆଜି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେବା ପରେ ଅମ୍ବାନୀ ପରିବାରରେ ଖୁସିର ବାତବରଣ ସୃଷ୍ଟି ହୋଇଛି। ଜେଜେବାପା ଓ ଜେଜେ ମା’ ହୋଇଥିବା ମୁକେଶ ଏବଂ ନୀତା ଅମ୍ବାନୀ ମଧ୍ୟ ବେଶ ଆନନ୍ଦିତ ଥିବା ଅମ୍ବାନୀ ପରିବାରର ମୁଖପାତ୍ର ସୂଚନା ଦେଇଛନ୍ତି। ଅମ୍ବାନୀ ପରିବାର ପକ୍ଷରୁ ଜାରି […]

a

a

Hemant Lenka
  • Published: Thursday, 10 December 2020
  • Updated: 10 December 2020, 03:49 PM IST

Sports

Latest News

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପରିବାରକୁ ଆସିଛନ୍ତି ନୂଆ ଅତିଥି। ଆଜି ତାଙ୍କ ପୁଅ ଆକାଶ ଓ ବୋହୂ ଶ୍ଳୋକା ବାପା ମା’ ହୋଇଛନ୍ତି। ଶ୍ଳୋକା ଆଜି ପୁତ୍ର ସନ୍ତାନଙ୍କୁ ଜନ୍ମ ଦେବା ପରେ ଅମ୍ବାନୀ ପରିବାରରେ ଖୁସିର ବାତବରଣ ସୃଷ୍ଟି ହୋଇଛି। ଜେଜେବାପା ଓ ଜେଜେ ମା’ ହୋଇଥିବା ମୁକେଶ ଏବଂ ନୀତା ଅମ୍ବାନୀ ମଧ୍ୟ ବେଶ ଆନନ୍ଦିତ ଥିବା ଅମ୍ବାନୀ ପରିବାରର ମୁଖପାତ୍ର ସୂଚନା ଦେଇଛନ୍ତି।

ଅମ୍ବାନୀ ପରିବାର ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଭଗବାନ କ୍ରୀଷ୍ଣାଙ୍କ ଆର୍ଶୀବାଦ ଓ କୃପାରୁ ଆକାଶ ଏବଂ ଶ୍ଳୋକା ଗର୍ବିତ ବାପା ମା’ ହୋଇଛନ୍ତି। ମୁମ୍ବାଇରେ ଶ୍ଲୋକା ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଉଭୟ ମା’ ଓ ପୁଅ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏହି ଖବର ଅମ୍ବାନୀ ଓ ମେହେତା ପରିବାରରେ ଉତ୍ସବର ମାହୋଲ ସୃଷ୍ଟି କରିଛି।

ଆକାଶ ହେଉଛନ୍ତି ମୁକେଶ ଓ ନୀତା ଅମ୍ବାନୀଙ୍କ ବଡ଼ ପୁଅ। ସେହିପରି ହୀରା ବ୍ୟବସାୟୀ ରସେଲ ମହେତା ଓ ମୋନାଙ୍କ ଝିଅ ହେଉଛନ୍ତି ଶ୍ଲୋକା। ପିଲା ବେଳୁ ଆକାଶ ଓ ଶ୍ଳୋକା ପରସ୍ପରକୁ ଜାଣିଛନ୍ତି। ଉଭୟ ଏକାଠି ଧିରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲରେ ପଢ଼ୁଥିଲେ। ଗତବର୍ଷ ମାର୍ଚ୍ଚ ମାସରେ ସେମାନଙ୍କର ବିବାହ ଶେଷ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos