ସାମ୍ବାଦିକଙ୍କୁ ମାଡ଼ ମାରି ବିଦା ହେଲେ ଏସ୍‌ଏଚ୍‌ଓ ଏବଂ କନଷ୍ଟେବଲ

ମୀରଟ: ମାଲ ଗାଡ଼ି ଲାଇନ୍‌ଚ୍ୟୁତ ହେବାର ଖବର ପ୍ରସାରଣ କରିବା ବେଳେ ଜଣେ ସାମ୍ବାଦିକ ଓ ତାଙ୍କ ସହଯୋଗୀଙ୍କୁ ଉତ୍ତର ପ୍ରଦେଶ ଶାମଲି ଜିଆରପି ଏସ୍‌ଏଚ୍‌ଓ ଏବଂ କନଷ୍ଟେବଲ ମାଡ଼ ମାରିଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଉଭୟକୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ରାତି ପ୍ରାୟ ୯ଟା ବେଳେ ଶାମିଲର ଧିମନପୁରଠାରେ ଏକ ମାଲଗାଡ଼ିର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଏହି ଖବର ପାଇ ଏସ୍‌ଏଚ୍‌ଓ ରାକେଶ କୁମାରଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ […]

sa

Hemant Lenka
  • Published: Wednesday, 12 June 2019
  • , Updated: 12 June 2019, 04:42 PM IST

ମୀରଟ: ମାଲ ଗାଡ଼ି ଲାଇନ୍‌ଚ୍ୟୁତ ହେବାର ଖବର ପ୍ରସାରଣ କରିବା ବେଳେ ଜଣେ ସାମ୍ବାଦିକ ଓ ତାଙ୍କ ସହଯୋଗୀଙ୍କୁ ଉତ୍ତର ପ୍ରଦେଶ ଶାମଲି ଜିଆରପି ଏସ୍‌ଏଚ୍‌ଓ ଏବଂ କନଷ୍ଟେବଲ ମାଡ଼ ମାରିଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଉଭୟକୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ରାତି ପ୍ରାୟ ୯ଟା ବେଳେ ଶାମିଲର ଧିମନପୁରଠାରେ ଏକ ମାଲଗାଡ଼ିର ଦୁଇଟି ବଗି ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଏହି ଖବର ପାଇ ଏସ୍‌ଏଚ୍‌ଓ ରାକେଶ କୁମାରଙ୍କ ନେତୃତ୍ୱରେ ଏକ ପୁଲିସ୍‌ ଟିମ୍‌ ସେଠାରେ ପହଞ୍ଚିଥିଲା।

ଏହି ସମୟରେ ସ୍ଥାନୀୟ ଗଣମାଧ୍ୟମ ପାଇଁ କାର୍ଯ୍ୟ କରୁଥିବା ସାମ୍ବାଦିକ ଓ ତାଙ୍କ ସହଯୋଗୀ ମଧ୍ୟ ସେଠାରେ ପହଞ୍ଚିଥିଲେ। ତେବେ ଖବର ପ୍ରସାରଣକୁ ନେଇ ରାକେଶ କୁମାରଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ରାକେଶ କୁମାର ଏବଂ ତାଙ୍କ ସହଯୋଗୀ ସାମ୍ବାଦିକ ଅମିତ ଶର୍ମାଙ୍କୁ ମାଡ଼ ମାରିଥିଲେ। ଖାଲି ସେତିକି ନହେଁ ଅମିତ ଶର୍ମାଙ୍କୁ ମାଡ଼ ମାରିବା ପରେ ରାକେଶ କୁମାର ତାଙ୍କୁ ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ସ୍ଥାନୀୟ ଜିଆରପି ଥାନାକୁ ନେଇ ଅଟକ ରଖିଥିଲେ।

ଥାନା ମଧ୍ୟରେ ଅମିତ ଶର୍ମାଙ୍କୁ ଉଲ୍ଲଗ୍ନ କରି ରାକେଶ କୁମାର ତାଙ୍କ ମୁହଁ ଉପରେ ପରିସ୍ରା ମଧ୍ୟ କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ସାମ୍ବାଦିକମାନେ ଏକାଠି ହୋଇ ଆଜି ଜିଆରପି ଥାନା ଘେରାଉ କରିଥିଲେ। ଉତ୍ତର ପ୍ରଦେଶ ପୁଲିସ୍‌ ଘଟଣାକୁ ଗୁରୁତ୍ୱର ସହ ନେଇ ରାକେଶ କୁମାର ଓ କନଷ୍ଟେବଲ ସଞ୍ଜୟ ପାୱରଙ୍କୁ ନିଲମ୍ବନ କରିଛି। ଏଥିସହ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି। ଏମାନଙ୍କୁ କଠୋର ଦଣ୍ଡ ଦିଆଯିବ ବୋଲି ଉତ୍ତର ପ୍ରଦେଶ ପୁଲିସ୍‌ ପ୍ରତିଶ୍ରୁତି ଦେଇଛି।

Related story