ଜଳୁଛି ଦିଲ୍ଲୀ, ଶୁଟ ଆଟ ସାଇଟ୍‌ ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୧୩ ଛୁଇଁଲା

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଦିଲ୍ଲୀରେ ସୋମବାର ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଭୟଙ୍କର ରୂପ ନେଇଛି। ୧୪୪ ଧାରା ଓ କର୍ଫ୍ୟୁ ପରେ ବି ସ୍ଥିତି ନ ସୁଧୁରିବାରୁ ବାଧ୍ୟହୋଇ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଶୁଟ ଆଟ ସାଇଟ୍ ବା ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସୋମବାର ଉତ୍ତର ପୂର୍ବ ଦିଲ୍ଲୀର ଯେଉଁ ସବୁ ଅଞ୍ଚଳରେ ହିଂସାକାଣ୍ଡ ଓ ପୋଡ଼ାଜଳା ହୋଇଥିଲା, ସେଠାରେ […]

yu

yu

Hemant Lenka
  • Published: Tuesday, 25 February 2020
  • Updated: 25 February 2020, 09:55 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ଦିଲ୍ଲୀରେ ସୋମବାର ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଭୟଙ୍କର ରୂପ ନେଇଛି। ୧୪୪ ଧାରା ଓ କର୍ଫ୍ୟୁ ପରେ ବି ସ୍ଥିତି ନ ସୁଧୁରିବାରୁ ବାଧ୍ୟହୋଇ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଶୁଟ ଆଟ ସାଇଟ୍ ବା ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ବିଶେଷ କରି ସୋମବାର ଉତ୍ତର ପୂର୍ବ ଦିଲ୍ଲୀର ଯେଉଁ ସବୁ ଅଞ୍ଚଳରେ ହିଂସାକାଣ୍ଡ ଓ ପୋଡ଼ାଜଳା ହୋଇଥିଲା, ସେଠାରେ ହିଁ ଏଭଳି ନିର୍ଦ୍ଦେଶ କାର୍ଯ୍ୟକାରୀ ହେବ। ଅନ୍ୟପକ୍ଷରେ ଗତକାଲି ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଆଜି ମଧ୍ୟ ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ହିଂସାକାଣ୍ଡରେ ଜଣେ ପୁଲିସ୍‌ କନଷ୍ଟେବଲଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ପାଖାପାଖି ୨୦୦ ଜଣ ଲୋକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୫୬ ଜଣ ପୁଲିସ୍‌ କର୍ମଚାରୀ ରହିଛନ୍ତି।

ଦିଲ୍ଲୀ ପୁଲିସ୍‌ ଏସପି ଯମୁନା ବିହାର ଅଞ୍ଚଳରେ ହିଁ ଶୁଟ ଆଟ ସାଇଟ୍‌ ନିର୍ଦ୍ଦେଶ ଦେଇଛନ୍ତି। ଏସପି କହିଛନ୍ତି, ଉତ୍ତର ପୂର୍ବ ଦିଲ୍ଲୀର ୪ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ଏଥିସହ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୧୪୪ ଧାରା ଓ କର୍ଫ୍ୟୁ ଲାଗିବା ସତ୍ତ୍ୱେ ଜାଫରବାଦ, ମୌଜପୁର, ଚାନ୍ଦ ବାଗ ଓ କରୱାଲ ଅଞ୍ଚଳରେ ହିଂସାକାଣ୍ଡ ଓ ପୋଡ଼ାଜଳା ଦେଖିବାକୁ ମିଳିଥିଲା। ଫଳରେ ଏଭଳି ଶୁଟ ଆଟ ସାଇଟ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ସ୍ଥିତି ଅଣାୟାତ୍ତ ହେବାରୁ ଗାଜିଆବାଦ ସହ ଉତ୍ତରପୂର୍ବ ଦିଲ୍ଲୀକୁ ଲାଗିଥିବା ସୀମାକୁ ସିଲ କରିଦିଆ ଯାଇଛି। ଗାଜିଆବାଦରେ ଥିବା ବାର ଓ ପବ୍ସକୁ ବନ୍ଦ କରିଦିଆଯାଇଛି। ଶଦର ଓ ଅପସାର ସୀମାକୁ ମଧ୍ୟ ସିଲ କରିଦିଆଯାଇଛି। ଅର୍ଥାତ ଉତ୍ତର ପୂର୍ବ ଦିଲ୍ଲୀକୁ ଏବେ ଆଇସୋଲେଟେଡ୍‌ କରାଯାଇଛି।

ସିବିଏସଇ ପକ୍ଷରୁ ଉତ୍ତରପୂର୍ବ ଦିଲ୍ଲୀରେ ଥିବା ସ୍କୁଲ ଗୁଡ଼ିକରେ ପରୀକ୍ଷାକୁ ବାତିଲ କରାଯାଇଛି। ଏତେ ସବୁ କଟକଣା ସତ୍ତ୍ୱେ ସିଆରପିଏଫ ଯବାନଙ୍କୁ ଉପରକୁ ଏସିଡ ମାଡ଼ ହୋଇଥିବା ଖବର ମିଳିଛି। ପୁଲିସ୍‌ ମଧ୍ୟ ଆନ୍ଦୋଳନକାରୀଙ୍କ ଉପରକୁ ଗୁଳି ଓ ଟିୟର ଗ୍ୟାସ ମାଡ଼ କରିଛି। ଜାଫରାବାଦରେ ଆନ୍ଦୋଳନକୁ ମଧ୍ୟ ପୁଲିସ୍‌ ହଟାଇ ଦେଇ ରାସ୍ତା କ୍ଲିୟର କରିଥିବା ଜଣାପଡ଼ିଛି।

ରବିବାର ସଂଧ୍ୟାରୁ ସିଏଏକୁ ନେଇ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ। ପୋଡ଼ାଜଳା, ଭଙ୍ଗାରୁଜା, ଟେକାପଥର ମାଡ଼ରେ ଉତ୍ତର ପୂର୍ବ ଦିଲ୍ଲୀର ଏକାଧିକ ଅଞ୍ଚଳରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା।

ବିଶେଷ କରି ଉତ୍ତରପୂର୍ବ ଦିଲ୍ଲୀର ଭଜନପୁରା ଓ ଜାଫରାବାଦ ଅଞ୍ଚଳ ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ସଂଘର୍ଷ ଅତ୍ୟନ୍ତ ଭୟଙ୍କର ଥିଲା। ଏଠାରେ ଗାଡ଼ି ମଟର ପୋଡ଼ା ଯିବା ସହ ଦୋକାନରେ ନିଆଁ ଲଗାଇ ଦିଆଯାଇଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ଏହାବାଦ ବିଜୟ ପାର୍କ, ଯମୁନା ବିହାର, ଭଜନପୁରା, ଚାନ୍ଦବାଗ୍, କରଓ୍ୱଲନଗର ସମେତ ଗୋକୁଲପୁରୀ ଏବଂ ଜାଫରାବାଦରେ ବ୍ୟାପକ ହିଂସାକାଣ୍ଡ ଘଟିଛି।

ଆନ୍ଦୋଳନକୁ ଦେଖି ଦିଲ୍ଲୀ ମେଟ୍ରୋର ୫ଟି ଷ୍ଟେସନ ବନ୍ଦ ରହିଛି। ଏହି ଷ୍ଟେସନର ପ୍ରବେଶ ଏବଂ ପ୍ରସ୍ଥାନ ବନ୍ଦ ରହିଥିବା ବେଳେ ଟ୍ରେନ ମଧ୍ୟ ଏଠାରେ ରହୁନାହିଁ। ଏହି ୫ଟି ମେଟ୍ରୋ ଷ୍ଟେସନ ହେଲା ଜାଫରାବାଦ, ମୌଜପୁର-ବାବରପୁର, ଗୋକୁଲପୁରୀ, ଜୌହରୀ ଏନକ୍ଲଭ ଏବଂ ଶିବ ବିହାର ଷ୍ଚେସନ।ସୋମବାର ଜାଫରାବାଦ, ମୌଜପୁର, ଖଜୁରୀ ଖାସ ଅଞ୍ଚଳରେ ହିଂସା ବ୍ୟାପିବା ପରେ ଦିଲ୍ଲୀ ପୁଲିସ ବିଭିନ୍ନ ସ୍ଥାନରେ କର୍ଫ୍ୟୁ ଲାଗୁ କରାଯାଇଛି। ସ୍କୁଲ ଓ କଲେଜଗୁଡ଼ିକୁ ବନ୍ଦ ରଖାଯାଇଛି।

ଆଜି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହାଇଦ୍ରାବାଦ ହାଉସ ଠାରେ ୱାନ ଟୁ ୱାନ ଆଲୋଚନା ହୋଇଛି। ଏହି ସମୟରେ ମୌଜପୁର, ଗୋକୁଲପୁରୀ ଓ ବ୍ରହ୍ମାପୁରୀ ଠାରେ ପଥର ମାଡ଼ ଓ ପୋଡ଼ାଜଳା ହୋଇଥିଲା। ଦୁର୍ବୃତ୍ତମାନେ ୫ରୁ ଅଧିକ ବାଇକରେ ନିଆଁ ଲଗାଇ ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଦିଲ୍ଲୀ ପୁଲିସ୍‌ ସହ ଅର୍ଦ୍ଧସାମରୀକ ବାହିନୀଙ୍କୁ ମୁତୟନ କରାଯାଇଛି। ମୌଜପୁର ଓ ଏହାର ଆଖପାଖ ଅଞ୍ଚଳରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ପାଇଁ ଆଜି ସକାଳେ ଏକାଧିକ ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛନ୍ତି। ତେବେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ମଧ୍ୟ ପଥରମାଡ଼ର ଶିକାର ହେବାକୁ ପଡ଼ିଥିଲା। ସେହିପରି ଗୋଟିଏ ଅଗ୍ନିଶମ ଗାଡ଼ିକୁ ବିକ୍ଷୋଭକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି।

ପୁଲିସ୍‌ର ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ଣରୁ ହିଂସା ସୃଷ୍ଟି ହୋଇଥିବା ଇଲାକାରେ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ୍‌ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ବିଭିନ୍ନ ଅଞ୍ଚଳରେ ୩୭ କମ୍ପାନୀ ଅର୍ଦ୍ଧସାମରିକ ବାହିନୀଙ୍କୁ ମୁତୟନ କରାଯାଇଛି। ପୂର୍ବରୁ ସରକାର ଏଠାରେ ସ୍ଥିତି ନିୟନ୍ତ୍ରଣ ପାଇଁ ସେନାଙ୍କୁ ମୁତୟନ କରିବାକୁ ଚାହୁଁଥିବା ଖବର ମିଳିଥିଲା।

ହେଲେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହାକୁ ଖଣ୍ଡନ କରିଛି। ସ୍ଥିତି ନିୟନ୍ତ୍ରଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଦ୍ଧସାମରିକ ବାହିନୀ ଓ ଦିଲ୍ଲୀ ପୁଲିସ୍‌ର ଯବାନ ଅଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ସେହିପରି ଦିଲ୍ଲୀ ସ୍ଥିତିକୁ ଦୃଷ୍ଟିରେ ରଖି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ଜରୁରୀ ବୈଠକ ଆଜି ସକାଳେ ବସିଥିଲା। ଏଥିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପ ରାଜ୍ୟପାଳ ଅନୀଲ ବୈଜଲଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story