କର୍ଣ୍ଣାଟକା ଝଟକା ପରେ ସିଦ୍ଧରମୈୟା ଓ ଦୀନେଶ ଗୁଣ୍ଡୁ ରାଓଙ୍କ ଇସ୍ତଫା

ବେଙ୍ଗାଲୁରୁ: କର୍ଣ୍ଣାଟକା ଉପ ନିର୍ବାଚନରେ କଂଗ୍ରେସ ମାତ୍ର ୨ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଆଜି କଂଗ୍ରେସର କର୍ଣ୍ଣାଟକା ମୁଖ୍ୟ ଦୀନେଶ ଗୁଣ୍ଡୁ ରାଓ ଓ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରେମୈୟା ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଗୁଣ୍ଡୁ ରାଓ କହିଛନ୍ତି, “ମୁଁ ହାଇକମାଣ୍ଡଙ୍କ ସହ କଥା ହୋଇଛି। ମୋ ନିଷ୍ପତ୍ତି ସମ୍ପର୍କରେ ଏଆଇସିସି ସାଧାରଣ ସମ୍ପାଦକଙ୍କୁ ଜଣାଇଛି। ମୋ ଇସ୍ତଫାପତ୍ର ମୁଁ ସୋନିଆ ଗାନ୍ଧିଙ୍କ ପାଖକୁ […]

bv

bv

Hemant Lenka
  • Published: Monday, 09 December 2019
  • Updated: 09 December 2019, 05:34 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକା ଉପ ନିର୍ବାଚନରେ କଂଗ୍ରେସ ମାତ୍ର ୨ଟି ଆସନ ଜିତିବାକୁ ସକ୍ଷମ ହୋଇଛି। ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଆଜି କଂଗ୍ରେସର କର୍ଣ୍ଣାଟକା ମୁଖ୍ୟ ଦୀନେଶ ଗୁଣ୍ଡୁ ରାଓ ଓ କଂଗ୍ରେସ ବିଧାୟକ ଦଳ ନେତା ସିଦ୍ଧରେମୈୟା ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଗୁଣ୍ଡୁ ରାଓ କହିଛନ୍ତି, “ମୁଁ ହାଇକମାଣ୍ଡଙ୍କ ସହ କଥା ହୋଇଛି। ମୋ ନିଷ୍ପତ୍ତି ସମ୍ପର୍କରେ ଏଆଇସିସି ସାଧାରଣ ସମ୍ପାଦକଙ୍କୁ ଜଣାଇଛି। ମୋ ଇସ୍ତଫାପତ୍ର ମୁଁ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇ ଦେବି।”

ସିଦ୍ଧରମୈୟା କହିଛନ୍ତି, “କର୍ଣ୍ଣାଟକା ଉପ ନିର୍ବାଚନରେ ମିଳିଥିବା ଜନାଦେଶକୁ ମୁଁ ଗ୍ରହଣ କରୁଛି। ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ମୁଁ ନିଜକୁ ଦାୟୀ କରୁଛି। ଏଥିସହ ମୁଁ କଂଗ୍ରେସ ବିଧାୟକ ଦଳ ନେତା ଓ ବିରୋଧୀ ଦଳ ନେତା ପଦରୁ ମଧ୍ୟ ଇସ୍ତଫା ଦେଉଛି। ମୋତେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମୁଁ ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ ଦେଉଛି। ଆଗକୁ ମୁଁ କଂଗ୍ରେସକୁ ଅଧିକ ସଶକ୍ତ କରିବା ପାଇଁ କାର୍ଯ୍ୟ କରିବି।”

୧୫ଟି ଆସନରେ ହୋଇଥିବା ଉପ ନିର୍ବାଚନରେ ବିଜେପି ୧୨ଟିରେ ଜିତିଥିବା ବେଳେ କଂଗ୍ରେସ ୨ ଓ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos