ରାଗରେ ମାଇକ୍ ସହ ମହିଳାଙ୍କ ଓଢ଼ଣୀ ଟାଣିଦେଲେ ସିଦ୍ଧରମୈୟା, ଦେଖନ୍ତୁ ଭିଡିଓ
ବେଙ୍ଗାଲୁରୁ: କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟାଙ୍କ ଏକ ଅଜବ କାରନାମା କ୍ୟାମେରାରେ କଏଦ ହୋଇଛି। ବର୍ତ୍ତମାନ କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍ ସରକାର ଗଠନ କରିଥିବା ବେଳେ ସିଦ୍ଧରମୈୟାଙ୍କ ଏଭଳି ଆଚରଣ ନୂଆ ବିବାଦ ସୃଷ୍ଟି କରିଛି। ବିଭିନ୍ନ ଗଣମାଧ୍ୟମ ଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ସିଦ୍ଧରମୈୟା ଜଣେ ମହିଳାଙ୍କ ମାଇକ୍ ଛଡ଼ାଇ ଆଣୁଛନ୍ତି। ଏହି ସମୟରେ ରାଗରେ ଥରୁ ଥିବା ସିଦ୍ଧରମୈୟା ମାଇକ୍ ସହ ମହିଳାଙ୍କ ଓଢ଼ଣୀ ମଧ୍ୟ ଟାଣି ଆଣୁଥିବା ଦେଖିବାକୁ ମିଳୁଛି।
ମହିଳା ଜଣଙ୍କ ମହୀଶୂର ଜିଲ୍ଲା ଅନ୍ତର୍ଗତ ଡ.ୟଥୀନ୍ଦ୍ରଙ୍କ ନିର୍ବାଚନମଣ୍ଡଳୀ ବରୁଣର ଜଣେ କଂଗ୍ରେସ କର୍ମୀ। ଡ.ୟଥୀନ୍ଦ୍ର ହେଉଛନ୍ତି ସିଦ୍ଧରମୈୟାଙ୍କ ପୁଅ। କେବଳ ନିର୍ବାଚନ ବେଳେ ଆମ ବିଧାୟକ ଦେଖାଯାଉଛନ୍ତି ଏବଂ ଅନ୍ୟ ସମୟରେ ସିଏ କୁଆଡ଼େ ଯାଉଛନ୍ତି ବୋଲି ମହିଳା ଜଣଙ୍କ ସିଦ୍ଧରମୈୟାଙ୍କୁ ପ୍ରଶ୍ନ କରିଥିଲେ। ଏତିକି ଶୁଣିବା ମାତ୍ରେ ସିଦ୍ଧରମୈୟା ରାଗିଯିବା ସହ ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ଗାଳି କରିଥିଲେ। ଏହାପରେ ତାଙ୍କୁ ବସି ପଡ଼ିବାକୁ ବାଧ୍ୟ କରିବା ସହ ଠେଲାପେଲା କରିଥିଲେ। ଏହାପରେ ତାଙ୍କ ହାତରୁ ମାଇକ୍ ସହ ତାଙ୍କ ଓଢ଼ଣୀ ମଧ୍ୟ ଟାଣି ଆଣିଥିଲେ।
ଦେଖନ୍ତୁ ଭିଡିଓ: ସୌଜନ୍ୟ: ଏଏନ୍ଆଇ
#WATCH Former Karnataka Chief Minister and Congress leader Siddaramaiah misbehaves with a woman at a public meeting in Mysuru. #Karnataka pic.twitter.com/MhQvUHIc3x
— ANI (@ANI) January 28, 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।