ଫାଇଜର କରୋନା ଟିକାକୁ ଆଉ ଗୋଟିଏ ଦେଶରେ ମିଳିଲା ଅନୁମତି

ସିଙ୍ଗାପୁର: ବ୍ରିଟେନ, ବାହାରିନ ଓ ଆମେରିକା ପରେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ସିଙ୍ଗାପୁରରେ ଗ୍ରୀନ ସିଗ୍ନାଲ ମିଳିଛି। ଡିସେମ୍ବର ଶେଷ ଭାଗରେ ଏହାର ପ୍ରଥମ ଡୋଜ୍‌ ଲୋକଙ୍କୁ ଦିଆଯିବ ବୋଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଘୋଷଣା କରିଛନ୍ତି। ସେ କହିଛନ୍ତି, ୨୦୨୧ର ୩ୟ କ୍ୱାର୍ଟର ସୁଦ୍ଧା ଦେଶର ସମସ୍ତ ୫.୭ ମିଲିୟନ ଲୋକଙ୍କୁ କରୋନା ଟିକା ପ୍ରଦାନ କରାଯିବ। ଏହାକୁ ଦେଶର ସମସ୍ତ ନାଗରିକ ଓ ସିଙ୍ଗାପୁରରେ ଦୀର୍ଘଦିନ ହେଲା ବସବାସ […]

d

d

Hemant Lenka
  • Published: Monday, 14 December 2020
  • Updated: 14 December 2020, 03:53 PM IST

Sports

Latest News

ସିଙ୍ଗାପୁର: ବ୍ରିଟେନ, ବାହାରିନ ଓ ଆମେରିକା ପରେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ସିଙ୍ଗାପୁରରେ ଗ୍ରୀନ ସିଗ୍ନାଲ ମିଳିଛି। ଡିସେମ୍ବର ଶେଷ ଭାଗରେ ଏହାର ପ୍ରଥମ ଡୋଜ୍‌ ଲୋକଙ୍କୁ ଦିଆଯିବ ବୋଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ ଲୁଙ୍ଗ ଘୋଷଣା କରିଛନ୍ତି।

ସେ କହିଛନ୍ତି, ୨୦୨୧ର ୩ୟ କ୍ୱାର୍ଟର ସୁଦ୍ଧା ଦେଶର ସମସ୍ତ ୫.୭ ମିଲିୟନ ଲୋକଙ୍କୁ କରୋନା ଟିକା ପ୍ରଦାନ କରାଯିବ। ଏହାକୁ ଦେଶର ସମସ୍ତ ନାଗରିକ ଓ ସିଙ୍ଗାପୁରରେ ଦୀର୍ଘଦିନ ହେଲା ବସବାସ କରୁଥିବା ଲୋକଙ୍କୁ ସଂପୂର୍ଣ୍ଣ ଭାଗେ ମାଗଣାରେ ଉପଲବ୍ଧ କରାଯିବ।

ସେହିପରି କରୋନା ଟିକା ନେବାକୁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଏହା ସ୍ୱେଚ୍ଛାକୃତ। କିନ୍ତୁ ଟିକା ସୁରକ୍ଷିତ ବୋଲି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ଲି ନିଜେ ଓ ଆଉ କିଛି ସରକାରୀ ଅଧିକାରୀ ଆରମ୍ଭରୁ ଫାଇଜର ଟିକା ଗ୍ରହଣ କରିବେ। ସେହିପରି ପ୍ରଥମ ଦଫାରେ ସ୍ୱାସ୍ଥ୍ୟକର୍ମୀ, ଅନ୍ୟ ଫ୍ରଣ୍ଟଲାଇନ ୱାର୍କର୍ସ ଓ ବୟସ୍କମାନଙ୍କର ଟିକା କରଣ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos