ଏସ୍‌ସି, ଏସ୍‌ଟି ଏବଂ ଓବିସି ବର୍ଗଙ୍କ ପାଇଁ ୧,୩୮, ୭୦୦ କୋଟି

ନୂଆଦିଲ୍ଲୀ: ମୋଦି-୨ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ହାତ ଖୋଲା ବ୍ୟୟବରାଦ କରିଛନ୍ତି। ଏହି ୩ ବର୍ଗର ବିକାଶ ପାଇଁ ୨୦୨୦-୨୧ ବଜେଟରେ ମୋଟ ୧,୩୮ ୭୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଅନ୍ୟ ପଛୁଆ ବର୍ଗ(ଓବିସି)ର ଲୋକଙ୍କ ବିକାଶ ପାଇଁ ବଜେଟରେ […]

en

en

Hemant Lenka
  • Published: Saturday, 01 February 2020
  • Updated: 01 February 2020, 03:27 PM IST

Sports

Latest News

ନୂଆଦିଲ୍ଲୀ: ମୋଦି-୨ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟ ପଛୁଆ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ହାତ ଖୋଲା ବ୍ୟୟବରାଦ କରିଛନ୍ତି। ଏହି ୩ ବର୍ଗର ବିକାଶ ପାଇଁ ୨୦୨୦-୨୧ ବଜେଟରେ ମୋଟ ୧,୩୮ ୭୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।

ବଜେଟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, “କେନ୍ଦ୍ର ସରକାର ଅନୁସୂଚିତ ଜାତି ଓ ଅନ୍ୟ ପଛୁଆ ବର୍ଗ(ଓବିସି)ର ଲୋକଙ୍କ ବିକାଶ ପାଇଁ ବଜେଟରେ ୮୫ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ସେହିପରି ଅନୁସୂଚିତ ଜନଜାତିଙ୍କ କଲ୍ୟାଣ ପାଣ୍ଠି ବାବଦକୁ ୫୩,୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ବିକାଶ ପାଇଁ ବଜେଟରେ ୯,୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

ଭାରତ ଆଦିବାସୀ ସଂସ୍କୃତି ସାରା ବିଶ୍ୱରେ ଭିନ୍ନ। ଏଥିପାଇଁ ସରକାର ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ଆଦିବାଦୀ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos