ଷଷ୍ଠ ପର୍ଯ୍ୟାୟରେ ୬୩% ଭୋଟିଂ, ପଶ୍ଚିମବଙ୍ଗରେ ହିଂସା

ନୂଆଦିଲ୍ଲୀ: ଇଭିଏମରେ ତ୍ରୁଟି, ବୁଥ ରିଗିଂ ଅଭିଯୋଗ ଓ କେତେକ ସ୍ଥାନରେ ହିଂସାର ଖବର ମଧ୍ୟରେ ଆଜି ୬ଷ୍ଠ ପର୍ଯ୍ୟାୟ ପାଇଁ ଭୋଟିଂ ଶେଷ ହୋଇଛି। ଆଜି ଦିଲ୍ଲୀ ଓ ଅନ୍ୟ ୬ଟି ରାଜ୍ୟର ୫୯ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ପ୍ରାୟ ୧୦.୧୮ କୋଟି ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ଆଜି ୬୩% ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ଏହି ପର୍ଯ୍ୟାୟରେ ସମୁଦାୟ ୯୭୯ ଜଣ ପ୍ରାର୍ଥୀ ଥିଲେ। ଭୋଟିଂ ପରେ ଏମାନଙ୍କ ଭାଗ୍ୟ ଇଭିଏମରେ […]

e

e

Hemant Lenka
  • Published: Sunday, 12 May 2019
  • Updated: 12 May 2019, 08:27 PM IST

Sports

Latest News

ନୂଆଦିଲ୍ଲୀ: ଇଭିଏମରେ ତ୍ରୁଟି, ବୁଥ ରିଗିଂ ଅଭିଯୋଗ ଓ କେତେକ ସ୍ଥାନରେ ହିଂସାର ଖବର ମଧ୍ୟରେ ଆଜି ୬ଷ୍ଠ ପର୍ଯ୍ୟାୟ ପାଇଁ ଭୋଟିଂ ଶେଷ ହୋଇଛି। ଆଜି ଦିଲ୍ଲୀ ଓ ଅନ୍ୟ ୬ଟି ରାଜ୍ୟର ୫୯ଟି ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ପ୍ରାୟ ୧୦.୧୮ କୋଟି ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ଆଜି ୬୩% ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି।

ଏହି ପର୍ଯ୍ୟାୟରେ ସମୁଦାୟ ୯୭୯ ଜଣ ପ୍ରାର୍ଥୀ ଥିଲେ। ଭୋଟିଂ ପରେ ଏମାନଙ୍କ ଭାଗ୍ୟ ଇଭିଏମରେ ସିଲ୍‌ ହୋଇଯାଇଛି। ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ସମଗ୍ର ଦେଶରେ ଭୋଟ ହାର ସନ୍ଧ୍ୟା ୭ଟା ସୁଦ୍ଧା ୬୩% ରହିଛି। ଏକାଧିକ ବୁଥରେ ଧାର୍ଯ୍ୟ ସମୟ ପରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଥିବାରୁ ଏହି ସଂଖ୍ୟା ବୃଦ୍ଧି ପାଇପାରେ। ୨୦୧୪ରେ ଏହି ସବୁ ଆସନରେ ୭୧.୮୬% ଭୋଟିଂ ହୋଇଥିଲା।

ପଶ୍ଚିମବଙ୍ଗରେ ସର୍ବାଧିକ ୮୦.୯୧% ଭୋଟିଂ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ସର୍ବନିମ୍ନ ୫୩.୩୭% ଭୋଟର ମତଦାନ କରିଛନ୍ତି। ସେହିପରି ଦିଲ୍ଲୀରେ ଭୋଟ୍‌ ହାର ୫୬.୧୧%, ହରିଆଣାରେ ୬୨.୯୧%, ବିହାରରେ ୫୯.୨୯%, ଝାରଖଣ୍ଡରେ ୬୪.୪୬% ଓ ମଧ୍ୟପ୍ରଦେଶରେ ଭୋଟିଂ ହାର ୬୦.୪୦% ରହିଛି।

ଆଜି ଭୋଟିଂ ବେଳେ ପଶ୍ଚିମବଙ୍ଗ ଓ ବିହାରରେ ବ୍ୟାପକ୍‌ ହିଂସାକାଣ୍ଡ ଘଟିଛି। ପଶ୍ଚିମବଙ୍ଗରେ ଟିଏମସି କର୍ମୀମାନେ ଏକାଧିକ ସ୍ଥାନରେ ବିଜେପି କର୍ମୀଙ୍କ ଉପରେ, ଏପରିକି ବିଜେପିର ଜଣେ ମହିଳା ପ୍ରାର୍ଥୀଙ୍କୁ ଟିଏମସି କର୍ମୀ ଆକ୍ରମଣ କରିଥିଲେ। କେତେକ ସ୍ଥାନରେ ଟିଏମସି କର୍ମୀମାନେ ସର୍ବସମ୍ମୁଖରେ ବନ୍ଧୁକ ଦେଖାଇ ଭୋଟରଙ୍କୁ ଭୟଭୀତ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ବିହାରର ବଙ୍କତାର ଶେଖୱାନ ଗାଁରେ ବିଜେପି ସାଂସଦ ସଞ୍ଜୟ ଜୈଶ୍ଵାଲଙ୍କ ଉପରେ ଭୟଙ୍କର ଆକ୍ରମଣ କରିବାକୁ ଉଦ୍ୟମ ହୋଇଥିଲା। ତେବେ ପୁଲିସ୍‌ର ଗୁଳି ଚାଳନା ଯୋଗୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ। ଅନ୍ୟପକ୍ଷରେ ଦିଲ୍ଲୀର ଅନେକ ବୁଥରେ ଇଭିଏମ ଠିକ ଭାବେ କାମ କରୁ ନଥିବା ଅଭିଯୋଗ ହୋଇଥିଲା। ଏହି କାରଣରୁ ଦିଲ୍ଲୀରେ ୫.୫% ଇଭିଏମ ବଦଳା ଯାଇଥିବା ଜଣାପଡ଼ିଛି।

ଆଜି ଦିଲ୍ଲୀର ୭ଟି ଯାକ ଆସନ ପାଇଁ ଭୋଟିଂ ହୋଇଥିଲା। ସକାଳୁ ସକାଳୁ ବହୁ ହେଭିୱେଟ୍‌ ଓ ସେଲେବ୍ରିଟି ଧାଡ଼ିରେ ଛିଡ଼ା ହୋଇ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ। ଦିଲ୍ଲୀରେ ଏଥର ତ୍ରିମୁଖୀ ଲଢ଼େଇ ହେଉଛି। ବିଜେପି, କଂଗ୍ରେସ ଓ ଆପ୍‌ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ରାଜନୀତିକ ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି। କଂଗ୍ରେସ ପକ୍ଷରୁ ଶୀଲା ଦୀକ୍ଷିତ, ବିଜେନ୍ଦ୍ର ସିଂହ ଅଜୟ ମାକେନ୍‌ ଓ ଅରବିନ୍ଦ ସିଂହ ଲଭଲୀଙ୍କ ଭଳି ହେଭିୱେଟ୍‌ ରହିଛନ୍ତି। ବିଜେପି ଗୌତମ ଗମ୍ଭୀର, ମନୋଜ ତିୱାରୀ ଓ ହର୍ଷବର୍ଦ୍ଧନ ଭଳି ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି। ଆପ୍‌ ପକ୍ଷରୁ ଅତିଶୀ ଏବେ ବେଶ ଚର୍ଚ୍ଚାରେ ରହିଛନ୍ତି। ଆଜିର ଭୋଟିଂ ପରେ ଏଭିଏମ୍‌ରେ ଏସବୁ ହେଭିୱେଟ୍‌ଙ୍କ ଭାଗ୍ୟ ସିଲ ହୋଇଯାଇଛି।

ଉତ୍ତର ପ୍ରଦେଶରେ ୧୪ଟି ଆସନ ପାଇଁ ଭୋଟିଂ ହୋଇଥିଲା। ମାନେକା ଗାନ୍ଧି ଓ ଅଖିଲେଶ ସିଂହ ଯାଦବ ଆଜି ନିଜ ନିଜ ନିର୍ବାଚନମଣ୍ଡଳୀରେ ମତଦାନ କରିଛନ୍ତି। ସେହିପରି ବିହାରର ୮ଟି, ହରିଆନାର ୧୦ଟି, ଝାରଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି ଓ ପଶ୍ଚିମବଙ୍ଗର ୮ଟି ଆସନ ପାଇଁ ମଧ୍ୟ ଭୋଟ୍‌ ପଡ଼ିଛି। ଆଜି ଭୋଟ୍‌ ଗ୍ରହଣ ହୋଇଥିବା ୫୯ଟି ଆସନରୁ ୨୦୧୪ରେ ବିଜେପି(ଏନଡିଏ) ୪୫ଟି ଆସନ ଜିତିଥିଲା। ସେହିପରି ତୃଣମୂଳ କଂଗ୍ରେସ ୮ଟି, କଂଗ୍ରେସ ୨ଟି, ସମାଜବାଦୀ ପାର୍ଟି ଏବଂ ଲୋକଜନଶକ୍ତି ପାର୍ଟି ଗୋଟିଏ ଲେଖାଏ ଆସନ ଜିତିବାରେ ସକ୍ଷମ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story