ଉପରୁ ଖସି ପଡ଼ିଲେ ୯୦ କେଜି ବାଲା ପଡ଼ୋଶୀ, ଚାଲିଗଲା ୬୦ ବର୍ଷୀୟ ବ୍ୟକ୍ତିଙ୍କ ପ୍ରାଣ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ କାହା ପାଖକୁ କେମିତି ଆସେ ସେକଥା କେହି ବି କହିପାରିବେ ନାହିଁ। ସେହିପରି ଆପଣଙ୍କ ଭାଗ୍ୟ ଯଦି ଟାଣ ଅଛି, ତା’ହେଲେ ଯେତେ ବଡ଼ ବିପଦ ଆସିଲେ ବି ଆପଣଙ୍କର କିଛି ବି ହେବନାହିଁ। ଦିଲ୍ଲୀର ସାରିଆ ରୋହିଲା ଠାରେ ଏମିତି ଏକ ଘଟଣା ଘଟିଛି। ଜଣେ ଲୋକ ତାଙ୍କ ଘର ବାହାରେ ରଖାଯାଇ ଥିବା ଏକ ଟ୍ରଲି ରିକ୍ସା ଉପରେ ଶୋଇଥିବା ବେଳେ ତାଙ୍କ ଉପରେ ହଠାତ୍‌ ଜଣେ ୯୦ କେଜି […]

wews

Hemant Lenka
  • Published: Tuesday, 25 June 2019
  • , Updated: 25 June 2019, 06:37 PM IST

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ କାହା ପାଖକୁ କେମିତି ଆସେ ସେକଥା କେହି ବି କହିପାରିବେ ନାହିଁ। ସେହିପରି ଆପଣଙ୍କ ଭାଗ୍ୟ ଯଦି ଟାଣ ଅଛି, ତା’ହେଲେ ଯେତେ ବଡ଼ ବିପଦ ଆସିଲେ ବି ଆପଣଙ୍କର କିଛି ବି ହେବନାହିଁ। ଦିଲ୍ଲୀର ସାରିଆ ରୋହିଲା ଠାରେ ଏମିତି ଏକ ଘଟଣା ଘଟିଛି। ଜଣେ ଲୋକ ତାଙ୍କ ଘର ବାହାରେ ରଖାଯାଇ ଥିବା ଏକ ଟ୍ରଲି ରିକ୍ସା ଉପରେ ଶୋଇଥିବା ବେଳେ ତାଙ୍କ ଉପରେ ହଠାତ୍‌ ଜଣେ ୯୦ କେଜି ଓଜନର ଲୋକ ପଡ଼ିଯାଇ ଥିଲେ। ଫଳରେ ଉକ୍ତ ଟ୍ରଲି ରିକ୍ସାରେ ଶୋଇଥିବା ୬୦ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। କିନ୍ତୁ ୯୦ କେଜି ଓଜନର ବ୍ୟକ୍ତି ଜଣକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ମୃତକ ମଦନ ଲାଲ ଘର ବାହାରେ ଥିବା ଏକ ଟ୍ରଲି ରିକ୍ସା ଉପରେ ଶୋଇଥିଲେ। ତାଙ୍କ ଝିଅ ଘର ଭିତରେ ଶୋଇଥିଲା। ଏହି ସମୟରେ ମଦନ ଲାଲଙ୍କ ଘରକୁ ଲାଗି କରିଥିବା ୩ ମହଲା କୋଠାର ଛାତ ଉପରେ ବସିଥିବା ରବୀନ୍ଦ୍ର ନାମକ ଜଣେ ବ୍ୟକ୍ତି ହଠାତ ତଳକୁ ଖସି ପଡ଼ିଥିଲେ ଓ ସିଧାସଳଖ ମଦନ ଲାଲଙ୍କ ଉପରେ କଚାଡ଼ି ହୋଇ ପଡ଼ିଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ତୁରନ୍ତ ହସ୍ପିଟାଲ୍‌ ନେଇଥିଲେ। ହେଲେ ସେଠାରେ ଡାକ୍ତର ମଦନ ଲାଲଙ୍କୁ ମୃତ ଘୋଷଣା କରିଥିଲେ।

Related story