ଅସୁନ୍ଦର ପରମ୍ପରା: ଲୋକସଭାରେ ସାଂସଦଙ୍କ ସ୍ଲୋଗାନ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ: ୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ନୂଆ କରି ଶପଥ ନେଉଥିବା ସାଂସଦମାନଙ୍କ ସ୍ଲୋଗାନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ପଦ ଓ ଗୋପନୀୟତାର ଶପଥ ପାଠ ସମୟରେ ସାଂସଦମାନେ ଈଶ୍ୱରଙ୍କ ନାଁ ନିଅନ୍ତି। ହେଲେ ଚଳିତ ଲୋକସଭା ଅଧିବେଶସନର ଶପଥ ପାଠ ସମୟରେ କିଏ ଜୟ ଶ୍ରୀରାମ ନାରା ଦେଉଥିଲେ ତ ଆଉ କିଏ ଆଲ୍ଲା ହୁ ଆକବରର ନାରା ଦେଇଥିଲେ। ଏପରି କି ଶପଥ ପାଠ ଶେଷରେ କେହି କେହି ସଦସ୍ୟ ନିଜ ଦଳର […]

e

e

Hemant Lenka
  • Published: Thursday, 20 June 2019
  • Updated: 20 June 2019, 10:43 PM IST

Sports

Latest News

ନୂଆଦିଲ୍ଲୀ: ୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ନୂଆ କରି ଶପଥ ନେଉଥିବା ସାଂସଦମାନଙ୍କ ସ୍ଲୋଗାନକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ପଦ ଓ ଗୋପନୀୟତାର ଶପଥ ପାଠ ସମୟରେ ସାଂସଦମାନେ ଈଶ୍ୱରଙ୍କ ନାଁ ନିଅନ୍ତି। ହେଲେ ଚଳିତ ଲୋକସଭା ଅଧିବେଶସନର ଶପଥ ପାଠ ସମୟରେ କିଏ ଜୟ ଶ୍ରୀରାମ ନାରା ଦେଉଥିଲେ ତ ଆଉ କିଏ ଆଲ୍ଲା ହୁ ଆକବରର ନାରା ଦେଇଥିଲେ।

ଏପରି କି ଶପଥ ପାଠ ଶେଷରେ କେହି କେହି ସଦସ୍ୟ ନିଜ ଦଳର ସୁପ୍ରିମୋଙ୍କ ଜୟ ଜୟକାର ବି କରିଥିଲେ। ଗଣତନ୍ତ୍ର ମନ୍ଦିରରେ ପ୍ରଥମଥର ପାଇଁ ସଦସ୍ୟଙ୍କ ଶପଥପାଠ ଉତ୍ସବ ବେଳର ଏଭଳି ସ୍ଲୋଗାନ୍ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଅସ୍ଥାୟୀ ବାଚସ୍ପତି ବୀରେନ୍ଦ୍ର କୁମାର ଜୁନ୍‌ ୧୭ରୁ ଜୁନ୍‌ ୧୯ ଯାଏ ନୂଆ କରି ନିର୍ବାଚିତ ହୋଇଥିବା ସାଂସଦମାନଙ୍କୁ ଲୋକସଭାରେ ଶପଥ ପାଠ କରାଇଥିଲେ। ଏହି ସମୟରେ କିଏ ଜୟ ଶ୍ରୀରାମ ନାରା ଦେଉଥିବା ବେଳେ ଆଉ କିଏ ଜୟ ମା କାଳୀ, ହରହର ମହାଦେବ, ରାଧେ ରାଧ, ଜୟ ମମତା ଓ ଜୟ ନବୀନ ଭଳି ସ୍ଲୋଗାନ ଦେଇଥିଲେ। ତେବେ ଏଭଳି ନାରା ଭୋଟ୍ ପ୍ରଚାର ବେଳେ କିମ୍ବା ଧର୍ମପୀଠରେ ଦିଆଯାଏ।

ହେଲେ ଗଣତନ୍ତ୍ରର ସର୍ବୋଚ୍ଚ ମନ୍ଦିରରେ ଏଭଳି ନାରାବାଜି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସଦସ୍ୟମାନେ ଶପଥପାଠ ସମୟରେ ସତେ ଯେମିତି ବିରୋଧୀ ଓ ସରକାରୀ ଦଳଙ୍କ ମଧ୍ୟରେ ସ୍ଲୋଗାନ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିଲା, ସେଭଳି ମନେ ହେଉଥିଲା। ଯେତେବେଳେ ତୃଣମୂଳ କଂଗ୍ରେସରୁ କୌଣସି ସାଂସଦ ଶପଥପାଠ କରିବାକୁ ଯାଉଥିଲେ, ସେହି ସମୟରେ ଟ୍ରେଜେରୀ ବେଞ୍ଚରୁ ଜୟ ଶ୍ରୀରାମ ଧ୍ୱନି ଶୁଭୁଥିଲା।

ପ୍ରତିଜବାବରେ ଟିଏମସି ସଦସ୍ୟ ବି ଜୟ ହିନ୍ଦ, ଜୟ ବେଙ୍ଗଲ, ଜୟ ମା ଦୁର୍ଗା ସ୍ଲୋଗାନ ଦେଉଥିଲେ। ଏନେଇ ଲୋକସଭାର ଅଧିକାରୀମାନେ ବାରମ୍ବାର ସଦସ୍ୟମାନଙ୍କୁ ବାରଣ କରୁଥିଲେ ହେଁ ଏହାକୁ କେହି ଖାତିର କରି ନଥିଲେ। ଓଡ଼ିଶାର ସାଂସଦମାନେ ମଧ୍ୟ ଏହି ରେସ୍‌ରୁ ବାଦ୍‌ ପଡ଼ି ନଥିଲେ। ସବୁଠାରୁ ବଡ଼ ବୟାନ ଦେଇଥିଲେ କେନ୍ଦ୍ରାପଡ଼ାର ବିଜେଡି ସାଂସଦ ଅନୁଭବ ମହାନ୍ତି। ସେ ଶପଥ ପାଠ କରି ସାରିବା ପରେ ଜୟ ନବୀନ ଓ ଜୟ ଓଡ଼ିଶା ସ୍ଲୋଗାନ ଦେଇଥିଲେ।

ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ପାର୍ଲାମେଣ୍ଟ ହାଉସର ରୁଲ୍ସ ଅଫ୍ ପ୍ରୋସିଜିଓର ଅନୁଯାୟୀ ଗୃହରେ କୌଣସି ବି ସ୍ଲୋଗାନବାଜିକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ। କିନ୍ତୁ ନୂଆ ବାଚସ୍ପତି ଭାବେ ଗୃହରେ ନିଜ ଅଭିଭାଷଣ ଶେଷରେ ଖୋଦ୍ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ବନ୍ଦେ ମାତରଂ ସ୍ଲୋଗାନ୍ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story