ଇସ୍ତଫା ଜିଦ୍‌ରେ ସୋନିଆ ଅଟଳ, କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ନୂଆଦିଲ୍ଲୀ: କଂଗ୍ରେସର ମଙ୍ଗୁଆଳ ପଦକୁ ନେଇ ଏବେ ଦଳରେ ମତଭେଦ ଦେଖିବାକୁ ମିଳିଛି। କିଛି ବରିଷ୍ଠ ନେତା ଦୃଢ଼ ନେତୃତ୍ୱ ସପକ୍ଷରେ ମତ ଦେଉଥିବା ବେଳେ ଆଉ କିଛି ନେତା ଗାନ୍ଧି ପରିବାର ହିଁ କଂଗ୍ରେସର ମଙ୍ଗୁଆଳ ହୁଅନ୍ତୁ ବୋଲି ଦାବି କରିଛନ୍ତି। ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ୨୦ରୁ ଅଧିକ ବରିଷ୍ଠ ନେତା ଚିଠି ଲେଖିବା ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆଜି […]

b

b

Hemant Lenka
  • Published: Monday, 24 August 2020
  • Updated: 24 August 2020, 02:27 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସର ମଙ୍ଗୁଆଳ ପଦକୁ ନେଇ ଏବେ ଦଳରେ ମତଭେଦ ଦେଖିବାକୁ ମିଳିଛି। କିଛି ବରିଷ୍ଠ ନେତା ଦୃଢ଼ ନେତୃତ୍ୱ ସପକ୍ଷରେ ମତ ଦେଉଥିବା ବେଳେ ଆଉ କିଛି ନେତା ଗାନ୍ଧି ପରିବାର ହିଁ କଂଗ୍ରେସର ମଙ୍ଗୁଆଳ ହୁଅନ୍ତୁ ବୋଲି ଦାବି କରିଛନ୍ତି। ଦଳର ନେତୃତ୍ୱ ପରିବର୍ତ୍ତନ ପାଇଁ ୨୦ରୁ ଅଧିକ ବରିଷ୍ଠ ନେତା ଚିଠି ଲେଖିବା ପରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ନିଜ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

ଆଜି ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀଣି କମିଟି ବୈଠକ ଆରମ୍ଭରୁ ହିଁ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଚାହୁଁଥିବା ଘୋଷଣା କରିଥିଲେ। ତେବେ ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନୋହନ ସିଂହ ଓ ବରିଷ୍ଠ ନେତେ କେସି ଭେନୁଗୋପାଲ ବିରୋଧ କରିଥିଲେ। ତେବେ ସୋନିଆ ଇସ୍ତଫା ଜିଦ୍‌ରେ ଅଟଳ ରହିବା ସହ କାର୍ଯ୍ୟକାରିଣୀ କମିଟିକୁ ନୂଆ ଅଧ୍ୟକ୍ଷ ବାଛିବା ପ୍ରକ୍ରିୟା ଆରମ୍ଭ କରିବାକୁ କହିଛନ୍ତି। ନୂଆ ଅଧ୍ୟକ୍ଷ ନିଯୁକ୍ତି ହେବା ଯାଏ, ସେ ଏହି ପଦରେ ରହିବାକୁ ଏକ ପ୍ରକାରର ସହମତି ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ କିଛି ବରିଷ୍ଠ ନେତା ରାହୁଲ ଗାନ୍ଧି ପୁଣି କଂଗ୍ରେସ ଅଧ୍ୟକ୍ଷ ହୁଅନ୍ତୁ ବୋଲି ଦାବି କରିଛନ୍ତି। ତେବେ ରାହୁଲ ଏଥିରେ ରାଜି ହୋଇ ନଥିବା କଂଗ୍ରେସ ସୂତ୍ରରୁ ସାମ୍ନାକୁ ଆସିଛି। ସେହିପରି କିଛି ନେତା ଗାନ୍ଧି ପରିବାର ବାହାରୁ କାହାକୁ କଂଗ୍ରେସ ମୁଖିଆ କରିବାକୁ ମତ ଦେଇଛନ୍ତି।

ତେବେ ଏହାକୁ ବିରୋଧ କରି ଆଜି ଏଆଇସିସି କାର୍ଯ୍ୟାଳୟ ଆଗରେ ଶତାଧିକ କଂଗ୍ରେସ କର୍ମୀ ବିକ୍ଷୋଭ କରିଛନ୍ତି। ସେମାନେ ଗାନ୍ଧି ପରିବାରର ସଦସ୍ୟ ହିଁ କଂଗ୍ରେସ ମୁଖିଆ ହୁଅନ୍ତୁ ବୋଲି ଦାବି କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନ କରୁଥିବା ଜଗଦୀଶ ଶର୍ମା କହିଛନ୍ତି, “ଆମେ ଦଳର ସଭାପତି ଗାନ୍ଧି ପରିବାରର ମଧ୍ୟରୁ କେହି ହୁଅନ୍ତୁ ବୋଲି ଦାବି କରୁଛୁ। ଯଦି ଗାନ୍ଧି ପରିବାର ବାହାରୁ କେହି ମୁଖିଆ ହୁଅନ୍ତି, ତା’ହେଲେ ଦଳ ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯିବ ଓ ଭାଙ୍ଗି ଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos