ପୁଣି ହୃଦୟ ଜିତିଲେ ସୋନୁ ସୁଦ୍‌, ପିଲାଙ୍କ ପାଠ ପଢ଼ା ପାଇଁ ପଠାଇଲେ ସ୍ମାର୍ଟଫୋନ

ନୂଆଦିଲ୍ଲୀ: କରୋନା ଲକଡାଉନ ବେଳେ ପ୍ରବାସୀଙ୍କ ପାଖରେ ଦେବଦୂତ ସାଜି ଛିଡ଼ା ହୋଇଥିବା ବଲିଉଡ ଅଭିନେତା ସୋନୁ ସୁଦ୍‌ ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। କରୋନା ଲକଡାଉନ ଯୋଗୁ ଅନଲାଇନରେ କ୍ଲାସ କରାଯାଉଛି। ତେବେ ଦୁର୍ଗମ ଓ ଗରିବ ପିଲାମାନେ ସ୍ମାର୍ଟଫୋନ ଅଭାବରୁ ପାଠ ପଢ଼ିପାରୁନାହାନ୍ତି।

ବିଶେଷକରି ଗ୍ରାମାଞ୍ଚଳର ପିଲାମାନେ ଏହି ସମସ୍ୟାରେ ଅଧିକ ସଂଖ୍ୟାରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ଅସୁବିଧାକୁ ଦୂର କରିବା ପାଇଁ ପୁଣିଥରେ ସୋନୁ ସୁଦ୍‌ ଆଗକୁ ଆସିଛନ୍ତି।

ବୁଧବାର ହରିୟାଣା କୋଟି ଗାଁରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପାଖରେ କିଛି ସ୍ମାର୍ଟଫୋନ ପହଞ୍ଚିଛି। ଏହି ଫୋନଗୁଡ଼ିକୁ ସୋନୁ ସୁଦ ତାଙ୍କ ସାଙ୍ଗ କରନ ଗିଲହୋତ୍ରାଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ ପଠାଇଛନ୍ତି।


ମୋର୍ଣ୍ଣି ଗାଁର ପିଲାମାନେ ଅନଲାଇନ ମାଧ୍ୟମରେ ପାଠ ପଢ଼ିବା ପାଇଁ ବହୁ ଦୂରକୁ ଯାଉଥିଲେ। ସ୍ମାର୍ଟଫୋନ ନଥିବାରୁ ସେମାନେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିଲେ।  ଏନେଇ ଖବର ପ୍ରକାଶ ପାଇବା ପରେ ସୋନୁ ସୁଦ୍‌ ସମସ୍ତଙ୍କୁ ସ୍ମାର୍ଟ ଫୋନ ଦେବେ ବୋଲି ଘୋଷଣା କରିଥିଲେ। ଘୋଷଣାର ଗୋଟିଏ ଦିନ ପରେ ସ୍କୁଲରେ ସ୍ମାର୍ଟଫୋନ ଆସି ପହଞ୍ଚି ଯାଇଛି।

ସ୍ମାର୍ଟଫୋନ ପାଇବା ପରେ ଶିକ୍ଷାର୍ଥୀମାନେ ସ୍କୁଲରୁ ହିଁ ସୋନୁ ସୁଦଙ୍କୁ ଭିଡିଓ କଲ କରିଥିଲେ। ସୋନୁ ସୁଦ୍‌ ମଧ୍ୟ ପିଲାମାନଙ୍କ ସହ କଥା ହୋଇ ଖୁସି ବ୍ୟକ୍ତ କରିଥିଲେ। ସୋନୁ ଟ୍ୱିଟ କରିଛନ୍ତି ଯେ ସବୁ ପିଲା ସେମାନଙ୍କ ଅନଲାଇନ କ୍ଲାସ ପାଇଁ ସ୍ମାର୍ଟଫୋନ ପାଇଥିବା ଦୃଶ୍ୟ ଦେଖି ମୋ ଦିନ ଆରମ୍ଭ କରିଥିବାରୁ ମୁଁ ବହୁତ ଖୁସି। ଭାରତ ପଢ଼ିଲେ ହିଁ ଭାରତ ଆଗକୁ ବଢ଼ିବ। ସେ ଖବର ପ୍ରକାଶ କରିଥିବା ସାମ୍ବାଦିକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଆହୁରି ପଢ଼ନ୍ତୁ

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ଉତ୍ତର ପ୍ରଦେଶ ପରେ ମଧ୍ୟପ୍ରଦେଶ: ନାବାଳିକାଙ୍କୁ ୩ ଜଣଙ୍କ ଗଣଦୁଷ୍କର୍ମ

ଟ୍ରୋଲର୍ ପଚାରିଲେ ‘ଡ୍ରଗ୍ସ ହେ କ୍ୟା?’, ଅଭିଷେକ କହିଲେ…

ତଦନ୍ତରେ ଖୁସି ନାହାନ୍ତି ୟୁପି ଦୁଷ୍କର୍ମ ପୀଡ଼ିତାଙ୍କ ବାପା, ସିବିଆଇ ତଦନ୍ତ ଦାବି

ଲକଡାଉନ: ଟିକେଟ ଟଙ୍କା ଫେରି ପାଇବେ ବିମାନ ଯାତ୍ରୀ

ଉଥାପ୍ପାଙ୍କ ନାଁରେ ଯୋଡ଼ି ହେଲା ଅଲୋଡ଼ା ରେକର୍ଡ: ବିରାଟ କୋହଲିଙ୍କୁ ବି ଅତିକ୍ରମ କଲେ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ଡେଇଁଲା, ମୃତ୍ୟୁସଂଖ୍ୟା ପ୍ରାୟ ୯୯ ହଜାର

ସୀମା ଲଙ୍ଘିଲା ପାକିସ୍ତାନ, ଗୁଳି ମାଡ଼ରେ ୩ ଭାରତୀୟ ଯବାନ ସହିଦ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଭିଡିଓ ଶେୟାର କରି ବର୍ଷିଲେ ପ୍ରିୟଙ୍କା

କାଶ୍ମୀରରେ ଆତଙ୍କବାଦୀଙ୍କୁ ସକ୍ରିୟ କରିବାକୁ ହାତ ମିଳାଇଛନ୍ତି ପାକ୍-ଚୀନ

ଯୌନ ନିର୍ଯାତନା ଅଭିଯୋଗ; ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଆସିଲା ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ