ଏଣିକି ପୋଷା କୁକୁର ରାସ୍ତାରେ ମଳ ତ୍ୟାଗ କଲେ ମାଲିକ ଦେବେ ୫୦୦ ଟଙ୍କା ଜରିମାନା, ପଢନ୍ତୁ କେଉଁଠି ଲାଗୁ ହେବ ନିୟମ

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କୁ ପ୍ରଦ୍ୟୁଷଣ ଚିନ୍ତା। ସ୍ୱଚ୍ଛତା ଅଭିଯାନରେ ଦିଲ୍ଲୀ ଦକ୍ଷିଣ ମୁନ୍‌ସିପାଲ କର୍ପୋରେସନର  ଆଉ ଏକ ପଦକ୍ଷେପ। ଏଣିକି ଯଦି କାହାର ପୋଷାକକୁର ଦିଲ୍ଲୀର ରାସ୍ତା କଡ଼ରେ ମଳତ୍ୟାଗ କରେ ଆଉ ମାଲିକ ସଫା ନକରନ୍ତି ତେବେ ତାଙ୍କୁ ୫୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ। ଖୁବ୍‌ଶୀଘ୍ର ଏହି ନିୟମ କଡ଼ାକଡ଼ି ପାଳନ କରାଯିବ। ଏ ସଂପର୍କରେ ଦକ୍ଷିଣ ଦିଲ୍ଲୀ ମୁନ୍‌ସିପାଲ କର୍ପୋରେସନ ପକ୍ଷରୁ ଏନେଇ ପ୍ରସ୍ତାବକୁ ମଞ୍ଜୁର କରାଯାଉଛି। ଦକ୍ଷିଣ ଦିଲ୍ଲୀ ମୁନସିପାଲ କର୍ପୋରେସନର ଉପାଧ୍ୟକ୍ଷ […]

dog

dog

Rakesh Mallick
  • Published: Saturday, 24 March 2018
  • Updated: 24 March 2018, 02:17 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କୁ ପ୍ରଦ୍ୟୁଷଣ ଚିନ୍ତା। ସ୍ୱଚ୍ଛତା ଅଭିଯାନରେ ଦିଲ୍ଲୀ ଦକ୍ଷିଣ ମୁନ୍‌ସିପାଲ କର୍ପୋରେସନର  ଆଉ ଏକ ପଦକ୍ଷେପ। ଏଣିକି ଯଦି କାହାର ପୋଷାକକୁର ଦିଲ୍ଲୀର ରାସ୍ତା କଡ଼ରେ ମଳତ୍ୟାଗ କରେ ଆଉ ମାଲିକ ସଫା ନକରନ୍ତି ତେବେ ତାଙ୍କୁ ୫୦୦ଟଙ୍କା ଜରିମାନା ଦେବାକୁ ପଡ଼ିବ।

ଖୁବ୍‌ଶୀଘ୍ର ଏହି ନିୟମ କଡ଼ାକଡ଼ି ପାଳନ କରାଯିବ। ଏ ସଂପର୍କରେ ଦକ୍ଷିଣ ଦିଲ୍ଲୀ ମୁନ୍‌ସିପାଲ କର୍ପୋରେସନ ପକ୍ଷରୁ ଏନେଇ ପ୍ରସ୍ତାବକୁ ମଞ୍ଜୁର କରାଯାଉଛି। ଦକ୍ଷିଣ ଦିଲ୍ଲୀ ମୁନସିପାଲ କର୍ପୋରେସନର ଉପାଧ୍ୟକ୍ଷ ନନ୍ଦିନୀ ଶର୍ମା କହିଛନ୍ତି ଯେ, ପୋଷା କୁକୁର ରଖୁଥିବା ବ୍ୟକ୍ତିମାନେ   ସକାଳେ ସଂଧ୍ୟାରେ ବୁଲେଇ ଆଣିଲା ବେଳେ ରାସ୍ତା କଡ଼ରେ ମଳ ତ୍ୟାଗ କରାଉଛନ୍ତି।  ଏହା ଏକ ନିତିଦନିଆ ଅଭ୍ୟାସରେ ପରିଣତ ହୋଇଗାଣି। ଏହା ଯୋଗୁଁ  ଦିଲ୍ଲୀ ସହର ଅଧିକ ଅପରିଷ୍କାର ହେବା ସହ ଯାବତୀୟ ଦୁର୍ଗନ୍ଧରେ ଲୋକେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛି। ତେଣୁ ଏହାକୁ ରୋକିବା ପାଇଁ ଦିଲ୍ଲୀ ପ୍ରଶାସନ ପକ୍ଷରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି। ଜରିମାନା ବ୍ୟବସ୍ଥା ରହିଲେ ଲୋକେ ସଚେତନ ହେବେ। ଆଉ ପରିବେଶ ସୁରକ୍ଷା ନେଇ ଏହା ଏକ ଭିନ୍ନ ପଦକ୍ଷେପ ହୋଇପାରିବ ବୋଲି ନନ୍ଦିନୀ ଶର୍ମା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos