ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା: ପୁଲିସର ଦ୍ୱାରସ୍ଥ ହେଲେ ସୁରଜ ପାଞ୍ଚୋଲି

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଅନଙ୍କ ମୃତ୍ୟୁ ମାମାଲରେ ବଲିଉଡ ଅଭିନେତା ସୁରଜ ପଞ୍ଚୋଲିଙ୍କ ନାଁ ବି ସାମ୍ନାକୁ ଆସିଛି। ଦିଶା ଓ ସୁଶାନ୍ତଙ୍କ ମୃତ୍ୟୁ ପଛରେ ସୁରଜଙ୍କ ହାତ ଥିବା ନେଇ ଅନେକ ଖବର ପ୍ରକାଶ ପାଉଛି। ତେବେ ଏହା ବିରୋଧରେ ସୁରଜ ପୁଲିସ୍‌ର ଦ୍ୱାରସ୍ଥ ହୋଇଛନ୍ତି।

ତାଙ୍କୁ ଜାଣିଶୁଣି କିଛି ଲୋକ ଫସାଇବାକୁ ଚେଷ୍ଟା କରୁଥିବାରୁ ପୁଲିସ୍‌ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିବେଦନ କରିଛନ୍ତି। ଖବର ଅନୁସାରେ, କିଛି ୟୁଟ୍ୟୁବ ଚ୍ୟାନେଲ ଓ କିଛି ଲୋକଙ୍କ ବିରୋଧରେ ସୁରଜ ଅଭିଯୋଗ ଦାଖଲ କରିଛନ୍ତି।

ସୁରଜଙ୍କ ଅଭିଯୋଗ ଅନୁସାରେ, ଏହଭଳି ମିଛ ଖବର ପରିବେଷଣ କରୁଥିବା ଲୋକମାନଙ୍କ ବିଷୟରେ ମେଣ୍ଟାଲ ହାରାସମେଣ୍ଟ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର। ଅଗଷ୍ଟ ୧୦ ତାରିଖରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ ହେଁ ଏ ବିଷୟରେ ସୁରଜ କିଛି ବି କହିନାହାନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।