ଫେରିଲେ ସୁଦାନରେ ଫସି ରହିଥିବା ୧୪୩ ଭାରତୀୟ

ନୂଆଦିଲ୍ଲୀ: ଦକ୍ଷିଣ ସୁଦାନର ଗୃହଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ‘ଅପରେସନ୍ ସଙ୍କଟମୋଚନ’ ସଫଳ ହୋଇଛି।  ଆଜି ଭୋରରୁ ଉଦ୍ଧାର ହୋଇଥିବା ୧୪୩ ଲୋକଙ୍କୁ ଧରି ତିରୁଭନନ୍ତପୁରମ୍‌ ପହଞ୍ଚିଛି। ଉଦ୍ଧାର ହୋଇଆସିଥିବା ନାଗରିକଙ୍କ ମଧ୍ୟରୁ ଦୁଇ ଜଣ ନେପାଳୀ, ୧୦ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ‘ଅପରେସନ୍ ସଙ୍କଟମୋଚନ’ର ପୂରା ଦାୟିତ୍ୱ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍ ଭି.କେ ସିଂଙ୍କୁ ଦିଆଯାଇଛି। ଏନେଇ ବୈଦେଶିକ ବିଭାଗ ପକ୍ଷରୁ […]

southsudan

Rakesh Mallick
  • Published: Friday, 15 July 2016
  • , Updated: 15 July 2016, 03:26 PM IST

ନୂଆଦିଲ୍ଲୀ: ଦକ୍ଷିଣ ସୁଦାନର ଗୃହଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ‘ଅପରେସନ୍ ସଙ୍କଟମୋଚନ’ ସଫଳ ହୋଇଛି।  ଆଜି ଭୋରରୁ ଉଦ୍ଧାର ହୋଇଥିବା ୧୪୩ ଲୋକଙ୍କୁ ଧରି ତିରୁଭନନ୍ତପୁରମ୍‌ ପହଞ୍ଚିଛି। ଉଦ୍ଧାର ହୋଇଆସିଥିବା ନାଗରିକଙ୍କ ମଧ୍ୟରୁ ଦୁଇ ଜଣ ନେପାଳୀ, ୧୦ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ‘ଅପରେସନ୍ ସଙ୍କଟମୋଚନ’ର ପୂରା ଦାୟିତ୍ୱ ବୈଦେଶିକ ବିଭାଗ ରାଷ୍ଟ୍ରମନ୍ତ୍ରୀ ଜେନେରାଲ୍ ଭି.କେ ସିଂଙ୍କୁ ଦିଆଯାଇଛି। ଏନେଇ ବୈଦେଶିକ ବିଭାଗ ପକ୍ଷରୁ ଗତକାଲି ଟ୍ୱିଟ୍‌ କରି ସୂଚନା ଦିଆଯାଇଥିଲା।

ଜୁବା ସହରର କିଛି ଅଞ୍ଚଳରେ ବିଦ୍ରୋହୀ ଓ ସୈନିକଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି। ବୈଦେଶିକ ମନ୍ତ୍ରଣାଳୟ ଅନୁସାରେ  ଦକ୍ଷିଣ ସୁଦାନରେ ପ୍ରାୟ ୬୦୦ ଭାରତୀୟ ରହିଛନ୍ତି। ସେଥିମଧ୍ୟରୁ ୪୫ ଜଣ ଜୁବାରେ ରହୁଥିବା ବେଳେ  ପ୍ରାୟ ୧୫୦ ଅନ୍ୟ ସ୍ଥାନରେ ରହୁଛନ୍ତି। ବର୍ତ୍ତମାନ ଯାଏଁ ପ୍ରାୟ ୩୦୦ ଭାରତୀୟ  ଦକ୍ଷିଣ ସୁଦାନରୁ ଆସିବା ପାଇଁ ଭାରତୀୟ ଦୂତାବାସରେ ପଞ୍ଜୀକରଣ କରିଛନ୍ତି।

Related story