ବାବ୍ରୀ ରାୟ: କଂଗ୍ରେସ ରଖିଲା ଏମିତି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ଧରି ଚାଲିଥିବା ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ରାୟ ପ୍ରକାଶ କରିଛନ୍ତି। ତେବେ ଦୀର୍ଘ ଦିନର ଶୁଣାଣି ପରେ କୋର୍ଟ ଆଜି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ସିବିଆଇ ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ଭଳି ହେଭିୱେଟଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ହେଲେ କୋର୍ଟ ବାବ୍ରୀ ମସଜିଦ ଭାଙ୍ଗିବା […]

y

y

Hemant Lenka
  • Published: Wednesday, 30 September 2020
  • Updated: 30 September 2020, 03:36 PM IST

Sports

Latest News

ନୂଆଦିଲ୍ଲୀ: ଦୀର୍ଘ ୨୮ ବର୍ଷ ଧରି ଚାଲିଥିବା ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ରାୟ ପ୍ରକାଶ କରିଛନ୍ତି। ତେବେ ଦୀର୍ଘ ଦିନର ଶୁଣାଣି ପରେ କୋର୍ଟ ଆଜି ଘଟଣାର ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ବାବ୍ରୀ ମସଜିଦ ଭଙ୍ଗା ଘଟଣାରେ ସିବିଆଇ ବିଜେପିର ବରିଷ୍ଠ ନେତା ଏଲକେ ଆଡଭାନୀ, ମୁରଲୀ ମନୋହର ଯୋଶୀ ଓ ଉମା ଭାରତୀଙ୍କ ଭଳି ହେଭିୱେଟଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା। ହେଲେ କୋର୍ଟ ବାବ୍ରୀ ମସଜିଦ ଭାଙ୍ଗିବା ପଛରେ ଅପରାଧିକ ଷଡ଼ଯନ୍ତ୍ର ଥିବା କୌଣସି ପ୍ରମାଣ ମିଳିନାହିଁ ବୋଲି କୋର୍ଟ କହିଛନ୍ତି।

ଏହି ରାୟ ପରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି, ବାବ୍ରୀ ରାୟ ସୁପ୍ରିମକୋର୍ଟ ଅଯୋଧ୍ୟା ପ୍ରସଙ୍ଗରେ ଦେଇଥିବା ରାୟକୁ କାଉଣ୍ଟର କରିବା ପାଇଁ ଦିଆଯାଇଛି। ବାବ୍ରୀ ରାୟ ସାମ୍ବିଧାନିକ ଭାବମୂର୍ତ୍ତି ବିରୋଧୀ। କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାର ସ୍ୱତନ୍ତ୍ର କୋର୍ଟ ଦେଇଥିବା ରାୟ ବିରୋଧରେ ଆବେଦନ କରିବା ଉଚିତ।

ସମଗ୍ର ଦେଶ ଦେଖିଛି ଯେ ବିଜେପି-ଆରଏସଏସ କେଉଁଭଳି ଭାବେ ରାଜନୀତିକ ଷଡ଼ଯନ୍ତ୍ର କରି ଦେଶର ସାଂପ୍ରଦାୟିକ ଏକତାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସେମାନେ କ୍ଷମତାକୁ ବ୍ୟବହାର କରି ଭାଇଚାରାକୁ ନଷ୍ଟ କରିଥିଲେ। ଯେଉଁ ଭାରତୀୟମାନେ ସମ୍ବିଧାନ ଉପରେ ଆସ୍ଥା ରଖିଛନ୍ତି(କେବଳ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଛାଡ଼ି) ସେମାନେ ସ୍ୱତନ୍ତ୍ର ସିବିଆଇ ଅଦଲାତ ଦେଇଥିବା ରାୟ ବିରୋଧରେ ଆବେଦନ କରିବେ।

ବାବ୍ରୀ ମସଜିଦ ଭଙ୍ଗା ବେଳେ ଉତ୍ତର ପ୍ରଦେଶରେ କ୍ଷମତାସୀନ ବିଜେପି ସରକାର ଷଡ଼ଯନ୍ତ୍ର କରି ସମ୍ବିଧାନର ମୂଲ୍ୟବୋଧକୁ ନଷ୍ଟ କରିଦେଇଥିଲେ। ସୁପ୍ରିମକୋର୍ଟ ବାବ୍ରୀ ମସଜିଦ ଭାଙ୍ଗିବା ଘଟଣାକୁ ଆଇନ ବିରୋଧୀ ବୋଲି କହିଥିଲେ। ୨୦୧୯ ନଭେମ୍ବର ୯ରେ ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ସବୁ ତଥ୍ୟକୁ ତର୍ଜମା କରି ଏଭଳି କଥା କହିଥିଲେ। କିନ୍ତୁ ଆଜି ସ୍ୱତନ୍ତ୍ର ସିବିଆଇ ଅଦାଲତ କେଉଁ ରାୟ ଦେଲେ ସେକଥା ସମସ୍ତେ ଦେଖିଲେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos