ଟ୍ୟୁସନ ଯାଉଥିବା ବେଳେ ପିଲାଙ୍କ ଉପରେ ମାଡ଼ି ଗଲା ଟ୍ରକ, ୨ ମୃତ

ମାହୋବା: ଉତ୍ତର ପ୍ରଦେଶର ମାହୋବାରେ ଆଜି ସକାଳୁ ସକାଳୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଟ୍ୟୁସନ ଯାଉଥିବା ବେଳେ ଦ୍ରୁତଗାମୀ ଟ୍ରକ୍‌ ମାଡ଼ି ଯିବାରୁ ଘଟଣା ସ୍ଥଳରେ ଦୁଇ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ଘଟଣାରେ ଆଉ ୧୦ ଜଣ ଶିକ୍ଷାର୍ଥୀ ଆହତ ହୋଇଛନ୍ତି। ଆଜି ସକାଳୁ ୧୨ ଜଣ ଛାତ୍ରଛାତ୍ରୀ ସାଇକେଲ ଯୋଗେ ନିକଟସ୍ଥ କୋଚିଂ ସେଣ୍ଟରକୁ ଯାଉଥିଲେ। ତେବେ କୁଲପହର କୋଟୱାଲି ଅନ୍ତର୍ଗତ ସୁଗିରା ଗାଁ ନିକଟରେ ପଛପଟୁ ଆସୁଥିବା ଗୋଟିଏ […]

ra

ra

Hemant Lenka
  • Published: Thursday, 24 December 2020
  • Updated: 24 December 2020, 10:39 AM IST

Sports

Latest News

ମାହୋବା: ଉତ୍ତର ପ୍ରଦେଶର ମାହୋବାରେ ଆଜି ସକାଳୁ ସକାଳୁ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଟ୍ୟୁସନ ଯାଉଥିବା ବେଳେ ଦ୍ରୁତଗାମୀ ଟ୍ରକ୍‌ ମାଡ଼ି ଯିବାରୁ ଘଟଣା ସ୍ଥଳରେ ଦୁଇ ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ସେହିପରି ଏହି ଘଟଣାରେ ଆଉ ୧୦ ଜଣ ଶିକ୍ଷାର୍ଥୀ ଆହତ ହୋଇଛନ୍ତି।

ଆଜି ସକାଳୁ ୧୨ ଜଣ ଛାତ୍ରଛାତ୍ରୀ ସାଇକେଲ ଯୋଗେ ନିକଟସ୍ଥ କୋଚିଂ ସେଣ୍ଟରକୁ ଯାଉଥିଲେ। ତେବେ କୁଲପହର କୋଟୱାଲି ଅନ୍ତର୍ଗତ ସୁଗିରା ଗାଁ ନିକଟରେ ପଛପଟୁ ଆସୁଥିବା ଗୋଟିଏ ଦ୍ରୁତଗାମୀ ଟ୍ରକ୍‌ ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ସ୍ଥାନୀୟ ଲୋକମାନେ ହସ୍ପିଟାଲ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି। ସେହିପରି କ୍ଷତିପୂରଣ ଦାବିରେ ଗାଁ ଲୋକ ରାସ୍ତା ରୋକ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos