କରୋନାକୁ ମାତ୍‌ ଦେବାରେ ୯୨% ସକ୍ଷମ ରୁଷ ଟିକା

ମସ୍କୋ: ରୁଷ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିକ-ଭିକୁ ନେଇ ଭଲ ଖବର ଆସିଛି। ଏବେ ବିଭିନ୍ନ ଦେଶ ଓ ରୁଷରେ ଏହି ଟିକାର ଫେଜ-୩ ଟ୍ରାଏଲ ଚାଲିଛି। ଏସବୁ ଭିତରେ ପ୍ରାଥମିକ ରିପୋର୍ଟ ଆସିଛି। ଯେଉଁଥିରୁ ଜଣାପଡ଼ିଛି ଯେ ସ୍ପୁଟନିକ-ଭି କରୋନାକୁ ମାତ ଦେବାରେ ସକ୍ଷମ। ଏନେଇ ରୁଷ ଫେଡରେସନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସ୍ପୁଟନିକ ଭିର ଫେଜ ୩ ଟ୍ରାଏଲ ବେଲାରୁସ, ୟୁଏଇ, ଭେଞ୍ଜୁଆଲା ଭଳି ଏକାଧିକ ରାଷ୍ଟ୍ରରେ କରାଯାଉଛି। ଭାରତରେ ମଧ୍ୟ […]

yh

yh

Hemant Lenka
  • Published: Wednesday, 11 November 2020
  • Updated: 11 November 2020, 06:27 PM IST

Sports

Latest News

ମସ୍କୋ: ରୁଷ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିକ-ଭିକୁ ନେଇ ଭଲ ଖବର ଆସିଛି। ଏବେ ବିଭିନ୍ନ ଦେଶ ଓ ରୁଷରେ ଏହି ଟିକାର ଫେଜ-୩ ଟ୍ରାଏଲ ଚାଲିଛି। ଏସବୁ ଭିତରେ ପ୍ରାଥମିକ ରିପୋର୍ଟ ଆସିଛି। ଯେଉଁଥିରୁ ଜଣାପଡ଼ିଛି ଯେ ସ୍ପୁଟନିକ-ଭି କରୋନାକୁ ମାତ ଦେବାରେ ସକ୍ଷମ।

ଏନେଇ ରୁଷ ଫେଡରେସନ ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ସ୍ପୁଟନିକ ଭିର ଫେଜ ୩ ଟ୍ରାଏଲ ବେଲାରୁସ, ୟୁଏଇ, ଭେଞ୍ଜୁଆଲା ଭଳି ଏକାଧିକ ରାଷ୍ଟ୍ରରେ କରାଯାଉଛି। ଭାରତରେ ମଧ୍ୟ ଏହାର ଫେଜ-୨ ଓ ଫେଜ-୩ ଟ୍ରାଏଲ ଆରମ୍ଭ କରିବାକୁ ଅନୁମତି ମିଳିଛି।
ସ୍ପୁଟନିକ-ଭିକୁ ରୁଷ ସରକାର ଅଗଷ୍ଟ ମାସରେ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ହେଁ ଏହାର ପରୀକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା।

ଏହାପରେ ରୁଷ ସରକାର ମଧ୍ୟ ଦେଶରେ ଫେଜ୍‌ ୩ ଟ୍ରାଏଲ ଆରମ୍ଭ କରିଥିଲେ। ଏଥିରେ ପ୍ରାୟ ୧୦ ହଜାର ଲୋକଙ୍କୁ ସାମିଲ କରାଯାଇଛି। ଟ୍ରାଏଲରୁ ଜଣାପଡ଼ିଛି ଯେ କରୋନାକୁ ମାତ୍‌ ଦେବାରେ ଏହାର କ୍ଷମତା ୯୦%ରୁ ଅଧିକ।

ସେହିପରି ଟ୍ରାଏଲ ବେଳେ ଟିକାର କୌଣସି ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଟିକା ନେଇଥିବା ଲୋକଙ୍କ ଉପରେ ଏବେ ବି ନଜର ରହିଛି। ଟିକା ନେବାର ୨୧ ଦିନ ପରେ ପ୍ରାଥମିକ ରିପୋର୍ଟ ଆସିଛି। ଏହି ରିପୋର୍ଟ ଉତ୍ସାହ ଜନକ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos