ଶ୍ରୀଲଙ୍କାରେ ସମସ୍ତ ପ୍ରକାରର 'ମାସ୍କ' ବ୍ୟାନ୍‌

କଲମ୍ବୋ: ଏପ୍ରିଲ ୨୧ର ଶ୍ରୀଲଙ୍କା ସିରିଜ୍‌ ବୋମା ବିସ୍ଫୋରଣ ପରେ ଆଜି ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ଦେଶରେ ସମସ୍ତ ପ୍ରକାରର ମାସ୍କ ବା ମୁହଁ ଢାଙ୍କୁ ଥିବା ସାମଗ୍ରୀକୁ ବ୍ୟାନ୍‌ କରିଦେଇଛନ୍ତି। ମୁହଁ ଢାଙ୍କିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ପରିଚୟ ମିଳିପାରୁ ନାହିଁ ଏବଂ ଆତଙ୍କବାଦୀମାନେ ଏଭଳି ସୁଯୋଗର ଫାଇଦା ନେଇ ଆକ୍ରମଣ କରିପାରନ୍ତି ବୋଲି ରାଷ୍ଟ୍ରପତି ଆଶଙ୍କା କରିଛନ୍ତି। ଏଭଳି ନିୟମ ଦ୍ୱାରା ମୁସଲିମ ସଂପ୍ରଦାୟର ଝିଅ ଓ ମହିଳା ମାନେ ମଧ୍ୟ ବୁର୍ଖା ପରିଧାନ […]

uu

uu

Hemant Lenka
  • Published: Monday, 29 April 2019
  • Updated: 29 April 2019, 04:08 PM IST

Sports

Latest News

କଲମ୍ବୋ: ଏପ୍ରିଲ ୨୧ର ଶ୍ରୀଲଙ୍କା ସିରିଜ୍‌ ବୋମା ବିସ୍ଫୋରଣ ପରେ ଆଜି ରାଷ୍ଟ୍ରପତି ମୈଥ୍ରୀପାଲ ସିରସେନା ଦେଶରେ ସମସ୍ତ ପ୍ରକାରର ମାସ୍କ ବା ମୁହଁ ଢାଙ୍କୁ ଥିବା ସାମଗ୍ରୀକୁ ବ୍ୟାନ୍‌ କରିଦେଇଛନ୍ତି। ମୁହଁ ଢାଙ୍କିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ପରିଚୟ ମିଳିପାରୁ ନାହିଁ ଏବଂ ଆତଙ୍କବାଦୀମାନେ ଏଭଳି ସୁଯୋଗର ଫାଇଦା ନେଇ ଆକ୍ରମଣ କରିପାରନ୍ତି ବୋଲି ରାଷ୍ଟ୍ରପତି ଆଶଙ୍କା କରିଛନ୍ତି। ଏଭଳି ନିୟମ ଦ୍ୱାରା ମୁସଲିମ ସଂପ୍ରଦାୟର ଝିଅ ଓ ମହିଳା ମାନେ ମଧ୍ୟ ବୁର୍ଖା ପରିଧାନ କରିପାରିବେ ନାହିଁ ବୋଲି ମଧ୍ୟ ଜଣାପଡ଼ିଛି।

ରାଷ୍ଟ୍ରପତିଙ୍କ ଅଫିସରୁ ଜାରି ବିଜ୍ଞପ୍ତି ଅନୁସାରେ, ସୋମବାର ଠାରୁ ଦେଶରେ କେହି ମୁହଁ ଲୁଚାଇ ଦେଉଥିବା 'ମାସ୍କ'ର ବ୍ୟବହାର କରିପାରିବେ ନାହିଁ। ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଇର୍ମରଜେନ୍ସି ରେଗୁଲେନସ୍‌ ବଳରେ ଏଭଳି ବ୍ୟବସ୍ଥାକୁ ଦେଶବ୍ୟାପୀ ଲାଗୁ କରାଯାଇଛି।

ଅନ୍ୟପକ୍ଷରେ, କର୍ଫ୍ୟୁ ପ୍ରତ୍ୟାହାର କରାଯାଇଥିଲେ ହେଁ ଲୋକଙ୍କୁ ଏକକାଳୀନ ଚର୍ଚ୍ଚ ଯିବାକୁ ଅନୁମତି ମିଳୁନାହିଁ। ସେମାନେ ଘରେ କିମ୍ବା ଅନ୍ୟ ସ୍ଥାନରେ ପ୍ରାର୍ଥନା କରିବାକୁ ପରାମର୍ଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos