ସେନା ପୋଷାକରେ ଆତଙ୍କୀ, ହାଇଆଲର୍ଟ

କଲମ୍ବୋ: ଶ୍ରୀଲଙ୍କାରେ ଏପ୍ରିଲ ୨୧ରେ ଆତଙ୍କବାଦୀଙ୍କ ସିରିଜ ବୋମା ଆକ୍ରମଣ ଘଟିଥିଲା। ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ରକ୍ତର ହୋଲି ଖେଳିଥିବା ଆଇଏସ୍‌ ଆତଙ୍କବାଦୀମାନେ ଆହୁରି ବଡ଼ଧରଣର ହମ୍‌ଲା କରିବାକୁ ଯୋଜନା କରୁଥିବାର ସୂଚନା ମିଳିଛି। ବିଶେଷ କରି ଆତଙ୍କୀମାନେ ବିସ୍ଫୋରକ ଭରା ଭ୍ୟାନ୍‌ ବ୍ୟବହାର କରିବା ସଙ୍ଗେସଙ୍ଗେ ସେନା ପୋଷାକ ପିନ୍ଧି ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି। ଏଭଳି ଖବର ମିଳିବା ପରେ ସମଗ୍ର ଶ୍ରୀଲଙ୍କାରେ ହାଇଆଲର୍ଟ ଜାରି କରାଯାଇଛି। ମିନିଷ୍ଟ୍ରିଆଲ ସିକ୍ୟୁରିଟି […]

w

w

Hemant Lenka
  • Published: Monday, 29 April 2019
  • Updated: 29 April 2019, 03:31 PM IST

Sports

Latest News

କଲମ୍ବୋ: ଶ୍ରୀଲଙ୍କାରେ ଏପ୍ରିଲ ୨୧ରେ ଆତଙ୍କବାଦୀଙ୍କ ସିରିଜ ବୋମା ଆକ୍ରମଣ ଘଟିଥିଲା। ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ରକ୍ତର ହୋଲି ଖେଳିଥିବା ଆଇଏସ୍‌ ଆତଙ୍କବାଦୀମାନେ ଆହୁରି ବଡ଼ଧରଣର ହମ୍‌ଲା କରିବାକୁ ଯୋଜନା କରୁଥିବାର ସୂଚନା ମିଳିଛି। ବିଶେଷ କରି ଆତଙ୍କୀମାନେ ବିସ୍ଫୋରକ ଭରା ଭ୍ୟାନ୍‌ ବ୍ୟବହାର କରିବା ସଙ୍ଗେସଙ୍ଗେ ସେନା ପୋଷାକ ପିନ୍ଧି ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।

ଏଭଳି ଖବର ମିଳିବା ପରେ ସମଗ୍ର ଶ୍ରୀଲଙ୍କାରେ ହାଇଆଲର୍ଟ ଜାରି କରାଯାଇଛି। ମିନିଷ୍ଟ୍ରିଆଲ ସିକ୍ୟୁରିଟି ଡିଭିଜନ୍‌(ଏମ୍‌ଏସ୍‌ଡି)ର ମୁଖ୍ୟ ଏ ସଂକ୍ରାନ୍ତରେ ଏକ ଚିଠି ସମସ୍ତ ବିଭାଗ ଓ ସୁରକ୍ଷା କର୍ମକର୍ତ୍ତାଙ୍କୁ ପଠାଇଛନ୍ତି। ଏଥିରେ ସେ ଶ୍ରୀଲଙ୍କାରେ ଆହୁରି ବଡ଼ଧରଣର ଆତଙ୍କୀ ହମ୍‌ଲା ହେବାର ଆଶଙ୍କା ଥିବା କଥା କହିଛନ୍ତି।

ଏହି ଚିଠିରେ କୁହାଯାଇଛି ଯେ ଆଇଏସ୍‌ ଆତଙ୍କବାଦୀମାନେ ଏବେ ସେନା ପୋଷାକ ପିନ୍ଧି ଶ୍ରୀଲଙ୍କାରେ ପ୍ରବେଶ କରିଛନ୍ତି। ଏବେ ସମଗ୍ର ଦେଶରେ ସେନା ମୁତୟନ କରାଯାଇଛି। ଏମାନଙ୍କ ଆଖିରେ ଧୂଳି ଦେଇ ଧର୍ମାନୁଷ୍ଠାନ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି। କିଛି ଆତଙ୍କୀ ସେନା ପୋଷାକରେ ରହିଥିବା ବେଳେ ଆଉ କିଛି ଭ୍ୟାନ୍‌ରେ ବିସ୍ଫୋରକ ଖଞ୍ଜି ଆତ୍ମଘାତୀ ହମ୍‌ଲା କରିବାକୁ ଚାହୁଁଛନ୍ତି। ଏଭଳି ଖବର ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସମଗ୍ର ଶ୍ରୀଲଙ୍କାରେ ହାଇଆଲର୍ଟ କରାଯାଇଛି।

ଅନ୍ୟପକ୍ଷରେ ଏପ୍ରିଲ ୨୧ରେ ଘଟିଥିବା ସିରିଜ୍‌ ବୋମା ବିସ୍ଫୋରଣରେ ୨୫୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଶ୍ରୀଲଙ୍କାରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଗତକାଲି ଏହାକୁ ପ୍ରତ୍ୟାହାର କରାଯାଇଛି। ତେବେ ଆଜି ଏଭଳି ସୂଚନା ସରକାର ଓ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos