ଦୁବାଇରେ ଶ୍ରୀଦେବୀଙ୍କୁ ମାରି ଦେଇଛନ୍ତି ! ପଢନ୍ତୁ କିଏ କରିଛି ଏ ଦାବି

ମୁମ୍ବାଇ: ଆଜି ବି ବିଶ୍ୱାସ ହେଉନି, ଲାଗୁଛି ଯେମିତି ସେ ଆଜିବି ଆମ ଗହଣରେ ଅଛନ୍ତି। କିନ୍ତୁ ସେମିତି କିଛି ନୁହେଁ ତାଙ୍କ ସ୍ମୃତି ସିନା ଆମ ଗହଣରେ ଅଛି କିନ୍ତୁ ତାଙ୍କ ଶରୀର ଆଉ ନାହିଁ। କିଛିଦିନ ହେବ ତାଙ୍କ ଦେହାନ୍ତ ହୋଇଯାଇଛି। ଆମେ କହୁଛୁ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ କଥା। ଦୁଇ ମାସ ପୂର୍ବରୁ ଦୁବାଇରେ ନିଜ ସମ୍ପର୍କୀୟଙ୍କ ବାହାଘରରେ ଯୋଗ ଦେବାକୁ ଯାଇ ୨୪ ଫେବୃଆରୀ ୨୦୧୮ରେ ହୋଟେଲ୍‌ରେ ବାଥ୍‌ ଟବ୍‌ରେ ପଡ଼ି […]

hau

hau

Rakesh Mallick
  • Published: Friday, 18 May 2018
  • Updated: 18 May 2018, 10:26 PM IST

Sports

Latest News

ମୁମ୍ବାଇ: ଆଜି ବି ବିଶ୍ୱାସ ହେଉନି, ଲାଗୁଛି ଯେମିତି ସେ ଆଜିବି ଆମ ଗହଣରେ ଅଛନ୍ତି। କିନ୍ତୁ ସେମିତି କିଛି ନୁହେଁ ତାଙ୍କ ସ୍ମୃତି ସିନା ଆମ ଗହଣରେ ଅଛି କିନ୍ତୁ ତାଙ୍କ ଶରୀର ଆଉ ନାହିଁ। କିଛିଦିନ ହେବ ତାଙ୍କ ଦେହାନ୍ତ ହୋଇଯାଇଛି। ଆମେ କହୁଛୁ ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ କଥା। ଦୁଇ ମାସ ପୂର୍ବରୁ ଦୁବାଇରେ ନିଜ ସମ୍ପର୍କୀୟଙ୍କ ବାହାଘରରେ ଯୋଗ ଦେବାକୁ ଯାଇ ୨୪ ଫେବୃଆରୀ ୨୦୧୮ରେ ହୋଟେଲ୍‌ରେ ବାଥ୍‌ ଟବ୍‌ରେ ପଡ଼ି ତାଙ୍କର ମୃତ୍ୟୁ ହୋଇଥିଲା।

ସେତବେଳେ ତାଙ୍କ ମୃତ୍ୟୁକୁ ନେଇ ଅନେକ ଗୁଜବ ଉଠିଥିଲା। କିଏ କହୁଥିଲା ମଦ ପିଇ ତାଙ୍କର ମୃତ୍ୟୁ ହୋଇଛି ତ କିଏ କହିଥିଲା ତାଙ୍କ ମୃତ୍ୟୁ ଯୋଜନାବଦ୍ଧ ହତ୍ୟାକାଣ୍ଡ। କିନ୍ତୁ ରିପୋର୍ଟ ମୁତାବକ, ଶେଷରେ ଜଣା ପଡ଼ିଥିଲା ଯେ ବାଥ୍‌ଟବ୍‌ରେ ବୁଡି ହିଁ ତାଙ୍କର ମୃତ୍ୟୁ ହୋଇଛି।

ଘଟଣାକୁ ଦୀର୍ଘ ତିନିମାସ ବିତିଯାଇଥିଲେ ମଧ୍ୟ ଏବେ ପୁଣି ଶ୍ରୀଦେବୀ ମୃତ୍ୟୁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।  ଜଣେ ଅବସରପ୍ରାପ୍ତ ପୋଲିସ୍‌ କମିଶନର ବେଦ୍‌ ଭୂଷଣ କହିଛନ୍ତି ଶ୍ରୀଦେବୀଙ୍କ ମୃତ୍ୟୁ ଏକ ଦୁର୍ଘଟଣା ବୋଲି କୁହାଯାଉଥିଲେ ବି ବାସ୍ତବରେ ଏହା ଦୁର୍ଘଟଣା ନୁହେଁ । ଏହା ଏକ ଯୋଜନାବଦ୍ଧ ହତ୍ୟା। ବାଥ୍‌ଟବରେ କାହାରିକୁ ବୁଡାଇ ମାରି ଦେଇ ମୃତ୍ୟୁର ନାଁ ଦେବା କିଛି ବଡ଼ କଥା ନୁହେଁ। ତେଣୁ ଏହା ଏକ ଯୋଜନାବଦ୍ଧ ହତ୍ୟା ବୋଲି ଫ୍ରି ପ୍ରେସ୍‌ ଜର୍ଣ୍ଣାଲକୁ କହିଛନ୍ତି ଏହି ପୂର୍ବତମ ପୋଲିସ୍‌ ଅଧିକାରୀ।

ତାଙ୍କ ମୃତ୍ୟୁର ଦୁଇଦିନ ପରେ  ଦୁବାଇ ପୋଲିସ୍  ଏକ ଫରେନ୍‌ସିକ୍‌ ରିପୋର୍ଟ ଜାରି କରିଥିଲା। ଯେଉଁଥିରୁ ଜଣାପଡିଥିଲା କି ଶ୍ରୀଦେବାଙ୍କ ଶରୀରରେ ଆଲ୍‌କହଲ ରହିଥିଲା । ଯାହାକୁ ଆଧାର କରି ତାଙ୍କ ମୃତ୍ୟୁକୁ ଏକ ଦୁର୍ଘଟଣା ବୋଲି କୁହାଯାଇଥିଲା।

କିନ୍ତୁ  ଭୂଷଣ ଏହାକୁ ପ୍ରତ୍ୟାଖାନ କରିଛନ୍ତି। ସେ କହିଛନ୍ତି- “ମୁଁ ଦୁବାଇରେ ସେହି ହୋଟେଲ୍‌କୁ ଯାଇଥିଲି ଯେଉଁଠି ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଶ୍ରୀଦେବୀ ରହିଥିବା ରୁମ୍‌ ଭିତରକୁ ମତେ ପ୍ରବେଶ କରିବାକୁ ଦିଆଗଲା ନାହିଁ। ଅନ୍ୟ ଏକ ରୁମ୍‌ରେ ରହି ମୁଁ ଘଟଣା ଘଟିଥିବା କକ୍ଷର ସମ୍ପୁର୍ଣ୍ଣ ଚିତ୍ର ଅନୁଭବ କରିଛି ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos