ନାସାର ଆକଳନ: ଏଇ ମାସରେ ମଙ୍ଗଳଗ୍ରହକୁ  ମାଡ଼ ହୋଇପାରେ ବଡ଼ଧରଣର ସୌରଝଡ଼

ୱାସିଂଟନ୍‌: ଚଳିତ ମାସରେ ଏକ ବଡ଼ଧରଣର ସୌରଝଡ଼ ମଙ୍ଗଳ ଗ୍ରହକୁ ମାଡ଼ ହୋଇପାରେ। ଫଳରେ ଲାଲଗ୍ରହରେ ବିକିରଣର ମାତ୍ରା ଦ୍ୱିଗୁଣିତ ହୋଇପାରେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି। ଗତ ସେପ୍ଟେମ୍ବର ୧୧ ତାରିଖରେ ମଙ୍ଗଳଗ୍ରହରେ ଏକ ବଡ଼ଧରଣର ବିକିରଣ ସୃଷ୍ଟି ହୋଇଥିଲା।  ଯାହା ପୂର୍ବରୁ ସୃଷ୍ଟି ହୋଇଥିବା ବିକିରଣର ମାତ୍ରାଠାରୁ ୨୫ ଗୁଣା ଅଧିକ ଥିଲା। ପୂର୍ବରୁ ୨୦୧୪ରେ ଏମିତି ଏକ ବିରଳ ଘଟଣା ଘଟିଥିଲା।  ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ପୃଥିବୀ […]

p-444

p-444

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 11:58 AM IST

Sports

Latest News

ୱାସିଂଟନ୍‌: ଚଳିତ ମାସରେ ଏକ ବଡ଼ଧରଣର ସୌରଝଡ଼ ମଙ୍ଗଳ ଗ୍ରହକୁ ମାଡ଼ ହୋଇପାରେ। ଫଳରେ ଲାଲଗ୍ରହରେ ବିକିରଣର ମାତ୍ରା ଦ୍ୱିଗୁଣିତ ହୋଇପାରେ ବୋଲି ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ପକ୍ଷରୁ କୁହାଯାଇଛି।

ଗତ ସେପ୍ଟେମ୍ବର ୧୧ ତାରିଖରେ ମଙ୍ଗଳଗ୍ରହରେ ଏକ ବଡ଼ଧରଣର ବିକିରଣ ସୃଷ୍ଟି ହୋଇଥିଲା।  ଯାହା ପୂର୍ବରୁ ସୃଷ୍ଟି ହୋଇଥିବା ବିକିରଣର ମାତ୍ରାଠାରୁ ୨୫ ଗୁଣା ଅଧିକ ଥିଲା। ପୂର୍ବରୁ ୨୦୧୪ରେ ଏମିତି ଏକ ବିରଳ ଘଟଣା ଘଟିଥିଲା।  ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ପୃଥିବୀ ପୃଷ୍ଟରେ ସୌରଝଡ଼ର ପ୍ରଭାବ ରହୁଛି।

ହେଲେ ମଙ୍ଗଳ ଗ୍ରହରେ ଏବେ ଯେଉଁ ସୌରଝଡ଼ ସୃଷ୍ଟି ହେବ ତା’ର ପ୍ରଭାବ ପୃଥିବୀ ପୃଷ୍ଟରେ ଅନୁଭୂତ ହେଉଥିବା ବିକିରଣ ଠାରୁ ଯଥେଷ୍ଟ ଅଧିକ ରହିବ । ଚଳିତମାସରେ ଏହି ସୌରଝଡ଼ର ଆବିର୍ଭାବ ହେବାର ସମ୍ଭାବନା ରହିଛି। ତେବେ ଏହି ସୌରଝଡ଼ ଯେବେ ମଙ୍ଗଳ ଗ୍ରହର ବାୟୁମଣ୍ଡଳକୁ ମାଡ଼ ହେବ ଅପ୍ରତ୍ୟାଶିତ ଭାବେ ବିକିରଣର ମାତ୍ରା ବୃଦ୍ଧି ପାଇବ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos