ଚିନ୍ମୟାନନ୍ଦଙ୍କୁ ଆଶ୍ୱସ୍ତି: ଦୁଷ୍କର୍ମ ଅଭିଯୋଗ ଆଣିଥିବା ଛାତ୍ରୀ କୋର୍ଟରେ ବୟାନ ବଦଳାଇଲେ

ଲକ୍ଷ୍ନୌ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବର୍ଷକ ତଳେ ଜଣେ ୨୩ ବର୍ଷୀୟ ଆଇନ ବିଭାଗ ଛାତ୍ରୀ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ହେଲେ ଏବେ ଛାତ୍ରୀ ଜଣଙ୍କ କୋର୍ଟରେ ନିଜର ବୟାନ ବଦଳାଇ ଦେଇଛନ୍ତି। ଏଥିସହ ସେ ଚିନ୍ମୟାନନ୍ଦଙ୍କ ବିରୋଧରେ ଆଣିଥିବା ସମସ୍ତ ସଂଗୀନ ଅଭିଯୋଗକୁ ହଠାତ୍‌ ପ୍ରତ୍ୟାହାର କରି ନେଇଛନ୍ତି। ଲକ୍ଷ୍ନୌର ସ୍ୱତନ୍ତ୍ର କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ପୀଡ଼ିତାଙ୍କ ୟୁ-ଟର୍ଣ୍ଣ ପୂରା […]

j

j

Hemant Lenka
  • Published: Wednesday, 14 October 2020
  • Updated: 14 October 2020, 05:19 PM IST

Sports

Latest News

ଲକ୍ଷ୍ନୌ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଚିନ୍ମୟାନନ୍ଦଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ବର୍ଷକ ତଳେ ଜଣେ ୨୩ ବର୍ଷୀୟ ଆଇନ ବିଭାଗ ଛାତ୍ରୀ ତାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ। ହେଲେ ଏବେ ଛାତ୍ରୀ ଜଣଙ୍କ କୋର୍ଟରେ ନିଜର ବୟାନ ବଦଳାଇ ଦେଇଛନ୍ତି। ଏଥିସହ ସେ ଚିନ୍ମୟାନନ୍ଦଙ୍କ ବିରୋଧରେ ଆଣିଥିବା ସମସ୍ତ ସଂଗୀନ ଅଭିଯୋଗକୁ ହଠାତ୍‌ ପ୍ରତ୍ୟାହାର କରି ନେଇଛନ୍ତି।

ଲକ୍ଷ୍ନୌର ସ୍ୱତନ୍ତ୍ର କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିବା ବେଳେ ପୀଡ଼ିତାଙ୍କ ୟୁ-ଟର୍ଣ୍ଣ ପୂରା ଘଟଣାରେ ନୂଆ ମୋଡ଼ ଆଣିଛି। ଗତବର୍ଷ ଛାତ୍ରୀଙ୍କ ଅଭିଯୋଗ ପରେ ପୁଲିସ୍‌ ଚିନ୍ମୟାନନ୍ଦଙ୍କୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଚଳିତ ବର୍ଷ ଫେବୃଆରୀରେ ଜାମିନ ମିଳିଥିଲା।

ମାମଲାର ତ୍ୱରିତ ଶୁଣାଣି ପାଇଁ ଆହ୍ଲାବାଦ ହାଇକୋର୍ଟ ସ୍ୱତନ୍ତ୍ର କୋର୍ଟ ପ୍ରତିଷ୍ଠା କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଛାତ୍ରୀ ଜଣଙ୍କ ସ୍ୱତନ୍ତ୍ର ବିଚାରପତିଙ୍କ ଆଗରେ ହାଜର ହୋଇଥିଲେ। ଏହି ସମୟରେ ବିଚାରପତି ତାଙ୍କୁ ଅଭିଯୋଗ ସମ୍ପର୍କରେ ପଚାରି ଥିଲେ। ହେଲେ ଛାତ୍ରୀ ଜଣଙ୍କ ସମସ୍ତ ଅଭିଯୋଗକୁ ପ୍ରତ୍ୟାହାର କରିନେଉଥିବା କହିଥିଲେ। ଛାତ୍ରୀ ଜଣଙ୍କ ନିଜ ବୟାନ ପ୍ରତ୍ୟାହାର କରିଥିବାରୁ ସରକାରୀ ଓକିଲ ଯୁବତୀଙ୍କ ନାଁରେ ୩୪୦ ଅନୁଯାୟୀ ମାମଲା ରୁଜୁ କରିବାକୁ କୋର୍ଟଙ୍କୁ ନିବେଦନ କରିଥିଲେ। କୋର୍ଟ ଛାତ୍ରୀ ଜଣଙ୍କୁ ଏହାର ଜବାବ ଦେବାକୁ କହିଛନ୍ତି। ମାମଲା ଶୁଣାଣି ଆଜି ପୁଣି ହେବ ବୋଲି ଜଣାପଡ଼ିଛି।

ଏହି ଛାତ୍ରୀ ଜଣଙ୍କ ଚିନ୍ମୟାନନ୍ଦଙ୍କ ମାଲିକାନାରେ ଥିବା ଶାହାଜାହାନପୁର ସ୍ଥିତ ଏକ ଆଇନ କଲେଜରେ ପାଠପଢ଼ୁଥିଲେ। ଚିନ୍ମୟାନନ୍ଦ ତାଙ୍କୁ ଅଶ୍ଳୀଳ ଭିଡିଓ ଶୁଟିଂ କରି ତାଙ୍କୁ ବର୍ଷାଧିକାଳ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣଙ୍କ ଫେସବୁକରେ ଏକ ଭିଡିଓ ଭାଇରାଲ କରି ପୂରା ଘଟଣା ସମ୍ପର୍କରେ କହିଥିଲେ। ଏହାପରେ ଦେଶବ୍ୟାପୀ ଚାଞ୍ଚଲ୍ୟ ଖେଳିଯାଇଥିଲା।

ତେବେ ଚିନ୍ମୟାନନ୍ଦ ପାଲଟା ଅଭିଯୋଗ ଆଣି ଛାତ୍ରୀ ଜଣଙ୍କ ତାଙ୍କୁ ୫ କୋଟି ଟଙ୍କା ମାଗୁଥିବା କହିଥିଲେ। ଏଥିପାଇଁ ଛାତ୍ରୀଙ୍କ ସହ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଏବେ ସମସ୍ତେ ଜାମିନରେ ରହିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରି ୪୭୦୦ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଛି। ଏଥିରେ ୧୦୫ ଜଣଙ୍କ ବୟାନ ରେକର୍ଡ କରାଯାଇଥିବା ବେଳେ ୨୦ ସାକ୍ଷୀଙ୍କୁ କୋର୍ଟରେ ହାଜର କରାଯାଇଥିଲା। କିନ୍ତୁ ଛାତ୍ରୀ ଜଣଙ୍କ ଏବେ ନିଜ ବୟାନକୁ ବଦଳାଇଛନ୍ତି। ଚିନ୍ମୟାନନ୍ଦଙ୍କ ଉପରେ ଲଗାଇଥିବା ସମସ୍ତ ଅଭିଯୋଗକୁ ସେ ପ୍ରତ୍ୟାହାର କରିଛନ୍ତି।

ତେବେ ଛାତ୍ରୀ ଜଣଙ୍କ କାହିଁକି ବୟାନ ବଦଳାଇଲେ ତାହା ସ୍ପଷ୍ଟ ହୋଇନାହିଁ। ସେ ସବୁବେଳେ ଅଭିଯୋଗରେ ସତ୍ୟତା ଥିବା କଥା କହୁଥିଲେ। କିନ୍ତୁ ହଠାତ ଏବେ କ’ଣ ହେଲା ଯେ ସେ ମାମଲା ପ୍ରତ୍ୟାହର କଲେ ବୋଲି ଚାରିଆଡ଼େ ପ୍ରଶ୍ନ ଉଠିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos