ସେସନ୍ସ କୋର୍ଟକୁ ଗଲା ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଏହି ମାମଲାର ଶୁଣାଣି ସେସନ୍ସ କୋର୍ଟରେ କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଆଡିସନାଲ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମର ବିଶାଲ ଆଜି ମାମଲାର ଶୁଣାଣି ଆଡିସନାଲ ସେସନ୍ସ ଜଜ୍‌ ଅରୁଣ ଭରଦ୍ୱାଜଙ୍କ ନିକଟକୁ ପଠାଇଛନ୍ତି। ସେସନ୍ସ କୋର୍ଟ ଆଇପିସିର ଧାରା ୩୦୬(ଆତ୍ମହତ୍ୟା ପାଇଁ ଉସ୍‌କାଇବା) ଅନୁଯାୟ ମାମଲାର ଶୁଣାଣି କରିବେ। ଶଶି ଥରୁରଙ୍କ […]

y

y

Hemant Lenka
  • Published: Monday, 04 February 2019
  • Updated: 04 February 2019, 04:07 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁରଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଏବେ ନୂଆ ଟ୍ୱିଷ୍ଟ ଆସିଛି। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଏହି ମାମଲାର ଶୁଣାଣି ସେସନ୍ସ କୋର୍ଟରେ କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି।

ଆଡିସନାଲ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ସମର ବିଶାଲ ଆଜି ମାମଲାର ଶୁଣାଣି ଆଡିସନାଲ ସେସନ୍ସ ଜଜ୍‌ ଅରୁଣ ଭରଦ୍ୱାଜଙ୍କ ନିକଟକୁ ପଠାଇଛନ୍ତି। ସେସନ୍ସ କୋର୍ଟ ଆଇପିସିର ଧାରା ୩୦୬(ଆତ୍ମହତ୍ୟା ପାଇଁ ଉସ୍‌କାଇବା) ଅନୁଯାୟ ମାମଲାର ଶୁଣାଣି କରିବେ। ଶଶି ଥରୁରଙ୍କ ନାଁରେ ପୁଲିସ୍‌ ଏହି ଧାରାରେ ମାମଲା ରୁଜୁ କରିଛି। ଆସନ୍ତା ୨୧ ତାରିଖରୁ ସେସନ୍ସ କୋର୍ଟ ଏହାର ଶୁଣାଣି ଆରମ୍ଭ କରିବେ।

ଏହି ଧାରାରେ ଶଶି ଦୋଷୀ ସାବ୍ୟସ୍ତ ହେଲେ, ତାଙ୍କୁ ୧୦ ବର୍ଷ ଜେଲଦଣ୍ଡ ମିଳିବ। ଶଶି ଥରୁରଙ୍କ ନାଁରେ ୩୦୬ ବ୍ୟତୀତ ୪୯୮-ଏରେ ମଧ୍ୟ ମାମଲା ରୁଜୁ ହୋଇଛି।
୨୦୧୪ ଜାନୁଆରୀ ୧୭ରେ ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରୁ ସୁନନ୍ଦାଙ୍କ ମୃତଦେହ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos