୨୦୦୯ ଅଦାଲତ ଅବମାନନା ମାମଲା: ବୃହତ୍ତର ବେଞ୍ଚ କରିବେ ପ୍ରଶାନ୍ତ ଭୂଷଣଙ୍କ ଶୁଣାଣି

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନାଁରେ ଥିବା ୨୦୦୯ ମସିହା ଅଦାଲତ ଅବମାନନା ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ କରି ଦେଇଛନ୍ତି। ଏଥିସହ ମାମଲାର ଶୁଣାଣି ବୃହତ୍ତର ବେଞ୍ଚରେ କରିବାକୁ ଜଷ୍ଟିସ ଅରୁଣ ମିଶ୍ର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି। ଆଜି ମାମଲାର ଶୁଣାଣି ବେଳେ ଜଷ୍ଟିସ ମିଶ୍ର କହିଥିଲେ, ମୋ ପାଖରେ ବହୁତ କମ ସମୟ ରହିଛି। ଆଉ କିଛି ଦିନ ପରେ ମୋର କାର୍ଯ୍ୟକାଳ ଶେଷ ହୋଇଯିବ। ଏହି ମାମଲାରେ ବିସ୍ତୃତ ଭାବେ […]

v

v

Hemant Lenka
  • Published: Tuesday, 25 August 2020
  • Updated: 25 August 2020, 03:43 PM IST

Sports

Latest News

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ନାଁରେ ଥିବା ୨୦୦୯ ମସିହା ଅଦାଲତ ଅବମାନନା ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ସ୍ଥଗିତ କରି ଦେଇଛନ୍ତି। ଏଥିସହ ମାମଲାର ଶୁଣାଣି ବୃହତ୍ତର ବେଞ୍ଚରେ କରିବାକୁ ଜଷ୍ଟିସ ଅରୁଣ ମିଶ୍ର ପ୍ରଧାନ ବିଚାରପତିଙ୍କୁ ଅନୁରୋଧ କରିଛନ୍ତି।

ଆଜି ମାମଲାର ଶୁଣାଣି ବେଳେ ଜଷ୍ଟିସ ମିଶ୍ର କହିଥିଲେ, ମୋ ପାଖରେ ବହୁତ କମ ସମୟ ରହିଛି। ଆଉ କିଛି ଦିନ ପରେ ମୋର କାର୍ଯ୍ୟକାଳ ଶେଷ ହୋଇଯିବ। ଏହି ମାମଲାରେ ବିସ୍ତୃତ ଭାବେ ଶୁଣାଣି ହେବାର ଆବଶ୍ୟକ ରହିଛି। ବାକ୍‌ ସ୍ୱାଧୀନତା ବନାମ ଅଦାଲତ ଅବମାନନାକୁ ନେଇ ବିବାଦ ସୃଷ୍ଟି ହୋଇଛି। ତେଣୁ ସିଜେଆଇ ଏହାକୁ ବୃହତ୍ତର ବେଞ୍ଚ କିମ୍ବା କୌଣସି ଏକ ଉପଯୁକ୍ତ ବେଞ୍ଚରେ ମାମଲାର ଶୁଣାଣି ପାଇଁ ଲିଷ୍ଟିଂ କରନ୍ତୁ।

ଏବେ ପ୍ରଶାନ୍ତ ଭୂଷଣଙ୍କ ନାଁରେ ଥିବା ୨୦୦୯ ମସିହା ଅଦାଲତ ଅବମାନନା ମାମଲାର ଶୁଣାଣି ସେପ୍ଟେମ୍ବର ୧୦କୁ ଘୁଞ୍ଚାଇ ଦିଆଯାଇଛି। ୨୦୦୯ ମସିହା ନଭେମ୍ବର ମାସରେ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କ ନାଁରେ ଅଦାଲତ ଅବମାନନା ନୋଟିସ ଜାରି କରିଥିଲେ।

ପ୍ରଶାନ୍ତ ଭୂଷଣ ଗୋଟିଏ ମ୍ୟାଗାଜିନକୁ ସାକ୍ଷାତକାର ଦେଇ କିଛି ବିଚାରପତି ଓ ପୂର୍ବତନ ବିଚାରପତିଙ୍କୁ ଦୁର୍ନୀତି ଗ୍ରସ୍ତ ବୋଲି କହିଥିଲେ। ମାମଲାର ଶୁଣାଣି ବେଳେ ପ୍ରଶାନ୍ତ ଭୂଷଣଙ୍କ ଓକିଲ ରାଜୀବ ଧୱନ ଏହାକୁ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଇବାକୁ ଅନୁରୋଧ କରିଥିଲେ। ସେ ଆଇନରେ ଥିବା କିଛି ପ୍ରଶ୍ନ ପଚାରିବାର ରହିଛି, ଯାହାର ଉତ୍ତର କେବଳ ସାମ୍ବିଧାନିକ ଖଣ୍ଡପୀଠ ହିଁ ଦେଇପାରିବେ।  କିଛି ବିଚାରପତିଙ୍କୁ ଦୁର୍ନୀତି ଗ୍ରସ୍ତ କହିବାର ଅର୍ଥ କେମିତି ଅଦାଲତର ଅବମାନନା ବୋଲି ଧୱନ ପ୍ରଶ୍ନ କରିଥିଲେ।

ସୁପ୍ରିମକୋର୍ଟ ଏହାର ଶୁଣାଣି ପାଇଁ ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ଗଠନ କରିଥିଲେ। ଏହି ବେଞ୍ଚ ହିଁ ଏହାର ଶୁଣାଣି ଆଜି ଯାଏ କରିଥିଲେ। ହେଲେ ଏବେ ଏହାକୁ ଅନ୍ୟ ଏକ ବେଞ୍ଚ ପଠାଇବାକୁ ନିଷ୍ପତ୍ତି ହୋଇଛି।

ଅନ୍ୟପକ୍ଷରେ ନିକଟରେ ପ୍ରଶାନ୍ତ ଭୂଷଣ କରିଥିବା ଏକ ଟ୍ୱିଟକୁ ନେଇ ମଧ୍ୟ ତାଙ୍କ ନାଁରେ ଅଦାଲତ ଅବମାନନା ମାମଲାର ଶୁଣାଣି ଚାଲିଛି। ଏଥିପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ ମଧ୍ୟ କରାଯାଇଛି। ହେଲେ ଏଯାଏ ତାଙ୍କୁ ଦଣ୍ଡବିଧାନ କରାଯାଇନାହିଁ।

ସୁପ୍ରିମକୋର୍ଟ ତାଙ୍କୁ ବାରମ୍ବାର କ୍ଷମା ମାଗିବାକୁ କହୁଛନ୍ତି। କ୍ଷମା ମାଗିଲେ ତାଙ୍କ ଦଣ୍ଡ ବିଧାନ କୋହଳ କରାଯିବ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ହେଲେ ପ୍ରଶାନ୍ତ ଭୂଷଣ ନିଜ ଜିଦ୍‌ରେ ଅଟଳ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story