ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ନୂଆ ଆଇନ ଆଣିବ କେନ୍ଦ୍ର

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଇବା ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି। ବିଶେଷ କରି ଶୀତ ଦିନେ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଚାଷୀମାନେ ଜାଳୁଥିବା ନଡ଼ା ଯୋଗୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ପ୍ରକାଟ କରିଥିଲେ। ଏଥିପାଇଁ ନଡ଼ା ପୋଡ଼ା ସମସ୍ୟାର ମୁକାବିଲା ପାଇଁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଜଣିକିଆ କମିଟି ଗଠନ କରିଥିଲେ। ହେଲେ କେନ୍ଦ୍ର ସରକାର ନୂଆ ଆଇନ ଜରିଆରେ […]

ft

ft

Hemant Lenka
  • Published: Monday, 26 October 2020
  • Updated: 26 October 2020, 05:15 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ବୃଦ୍ଧି ପାଇବା ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି। ବିଶେଷ କରି ଶୀତ ଦିନେ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଚାଷୀମାନେ ଜାଳୁଥିବା ନଡ଼ା ଯୋଗୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ସୁପ୍ରିମକୋର୍ଟ ମଧ୍ୟ ଚିନ୍ତା ପ୍ରକାଟ କରିଥିଲେ।

ଏଥିପାଇଁ ନଡ଼ା ପୋଡ଼ା ସମସ୍ୟାର ମୁକାବିଲା ପାଇଁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଜଣିକିଆ କମିଟି ଗଠନ କରିଥିଲେ। ହେଲେ କେନ୍ଦ୍ର ସରକାର ନୂଆ ଆଇନ ଜରିଆରେ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ ସ୍ଥାୟୀ ସଂସ୍ଥା ଗଠନ କରିବାକୁ ସୁପ୍ରିମକୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ଗଠନ କରିଥିବା କମିଟିକୁ ମଧ୍ୟ ବାତିଲ କରିବାକୁ କେନ୍ଦ୍ର ସରକାର ଅନୁରୋଧ କରିଥିଲେ। କେନ୍ଦ୍ରର ଅନୁରୋଧ ରକ୍ଷା କରି ସୁପ୍ରିମକୋର୍ଟ ଉକ୍ତ ଜଣିକିଆ କମିଟିକୁ ବାତିଲ କରିଛନ୍ତି।

କେନ୍ଦ୍ର ସରକାର ନୂଆ ଆଇନ ଜରିଆରେ ସ୍ଥାୟୀ ସଂସ୍ଥା ଗଠନ କରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ରୋକିବାକୁ ବିଭିନ୍ନ ପଦକ୍ଷେପ ନେବେ ବୋଲି ଜଣାପଡ଼ିଛି। ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଗଠନ ହେବାକୁ ଥିବା କମିଟି କେବଳ ନଡ଼ା ଯୋଗୁ ସୃଷ୍ଟି ହେଉଥିବା ସମସ୍ୟାର ମୁକାବିଲା କରିବ ନାହିଁ, ବରଂ ଏନସିଆରରେ ଦେଖାଯାଉଥିବା ସମସ୍ତ ପ୍ରକାରର ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରିବ।

ଅକ୍ଟୋବର ୧୬ରେ ସୁପ୍ରିମକୋର୍ଟ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ମଦନ ବି ଲୋକୁରଙ୍କୁ ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶରେ ନଡ଼ା ଜାଳିବା ସମସ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ନିଯୁକ୍ତ କରିଥିଲେ। ଏହି ସମୟରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କମିଟି ଗଠନ କରିବା ନିଷ୍ପତ୍ତି ଉପରେ ପୁଣି ବିଚାର କରିବାକୁ ନିବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ଆଜି ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମହେଟା କହିଥିଲେ ଯେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ନୂଆ ଆଇନ ଜରିଆରେ କମିଟି ଗଠନ କରାଯିବ। ତେଣୁ କୋର୍ଟ ଲୋକୁର କମିଟିକୁ ବାତିଲ କରନ୍ତୁ।

ଏହା ଶୁଣି ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ ଖୁସି ବ୍ୟକ୍ତ କରିଥିଲେ। ଏଥିସହ କହିଥିଲେ ଯେ ଏଭଳି ଭାବେ ସରକାର କାମ କରିବା ଦରକାର। ଏହା କେବଳ ଏକ ଜନସ୍ୱାର୍ଥ ମାମଲା ନୁହେଁ। ଲୋକମାନେ ପ୍ରଦୂଷଣ ଯୋଗୁ ଅନେକ ସମସ୍ୟାରେ ପଡ଼ୁଛନ୍ତି। ଏହା ଏକ ଲୋକ ସମସ୍ୟା। ଏହାକୁ ରୋକିବା ପାଇଁ ଆମକୁ ପଦକ୍ଷେପ ନେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story