୨ ଘଣ୍ଟା ବାଣ ଫୁଟାଇବାକୁ ସୁପ୍ରିମକୋର୍ଟଙ୍କ ସର୍ତ୍ତମୂଳକ ଅନୁମତି

ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ଦୀପାବଳି ଦିନ ୨ ଘଣ୍ଟା ପାଇଁ ତେଲେଙ୍ଗାନାରେ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ତେବେ କେବଳ ଗ୍ରୀନ ଓ କମ୍‌ ପ୍ରଦୂଷଣ ଯୁକ୍ତ ବାଣ ଏହି ୨ ଘଣ୍ଟା ମଧ୍ୟରେ ଫୁଟି ପାରିବ।

ତେଲେଙ୍ଗାନା ସରକାର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦୀପାବଳିରେ ବାଣ ଫୁଟା ଉପରେ ସଂପୂର୍ଣ୍ଣ ବ୍ୟାନ୍‌ ଲଗାଇଥିଲେ। ଏହା ବିରୋଧରେ ତେଲେଙ୍ଗାନା ବାଣ ଦୋକାନୀ ଆସୋସିଏସନ ସୁପ୍ରିମକୋର୍ଟ ଯାଇଥିଲା।

ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଜଷ୍ଟିସ ଏଏମ ଖାନୱିଲକର ଓ ଜଷ୍ଟିସ ସଞ୍ଜୀବ ଖାନ୍ନା ଆବେଦନର ଶୁଣାଣି କରି ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।