ଏନସେଫାଲାଇଟିସ ମୃତ୍ୟୁକୁ ନେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ କୋର୍ଟ

ନୂଆଦିଲ୍ଲୀ: ବିହାରରେ ଭୟଙ୍କର ରୂପ ଧାରଣ କରିଥିବା ଉତ୍କଟ ମସ୍ତିଷ୍କ ଜ୍ୱର ବା ଆକ୍ୟୁଟ ଏନ୍‌ସେଫାଲାଇଟିସ୍‌ରେ ଶିଶୁ ମୃତ୍ୟୁ ସଂଖ୍ୟା ୧୮୦ରେ ପହଞ୍ଚିଛି। ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଆଜି ସୁପ୍ରିମକୋର୍ଟ ଉଭୟ ବିହାର ସରକାର ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଏନ୍‌ସେଫାଲାଇଟିସ୍‌ରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଆଜି ଏହାର ଶୁଣାଣି କରି ସୁପ୍ରିମକୋର୍ଟ […]

re

Hemant Lenka
  • Published: Monday, 24 June 2019
  • , Updated: 24 June 2019, 04:26 PM IST

ନୂଆଦିଲ୍ଲୀ: ବିହାରରେ ଭୟଙ୍କର ରୂପ ଧାରଣ କରିଥିବା ଉତ୍କଟ ମସ୍ତିଷ୍କ ଜ୍ୱର ବା ଆକ୍ୟୁଟ ଏନ୍‌ସେଫାଲାଇଟିସ୍‌ରେ ଶିଶୁ ମୃତ୍ୟୁ ସଂଖ୍ୟା ୧୮୦ରେ ପହଞ୍ଚିଛି। ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଏଭଳି ସ୍ଥିତିରେ ଆଜି ସୁପ୍ରିମକୋର୍ଟ ଉଭୟ ବିହାର ସରକାର ଓ କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ଏନ୍‌ସେଫାଲାଇଟିସ୍‌ରେ ଶିଶୁ ମୃତ୍ୟୁ ଘଟଣାକୁ ନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଆଜି ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆସନ୍ତା ୧୦ ଦିନ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି।

ସ୍ୱାସ୍ଥ୍ୟସେବା, ପୁଷ୍ଟି ଓ ହାଇଜିନ୍‌ ବା ପରିମଳ ହେଉଛି ପ୍ରାଥମିକ ଅଧିକାର। ଏଦିଗରେ କେନ୍ଦ୍ର ଓ ରାଜ୍ୟ ସରକାର କି ବ୍ୟବସ୍ଥା ଗ୍ରହଣ କରିଛନ୍ତି, ତା’ର ଜବାବ ଦେବାକୁ କୋର୍ଟ କହିଛନ୍ତି।

ଆବେଦନକାରୀ ଏନସେଫାଲାଇଟିସ୍‌ ଦ୍ୱାରା ଆକ୍ରାନ୍ତ ଶିଶୁଙ୍କ ଚିକିତ୍ସା ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ନିବେଦନ କରିଥିଲେ। ଏଥିସହ ଏନସେଫାଲାଇଟିସ୍‌ରେ ପ୍ରାଣ ହରାଇଥିବା ଶିଶୁଙ୍କ ପରିବାରବର୍ଗଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦେବାକୁ ଦାବି କରିଥିଲେ।

ସୁପ୍ରିମକୋର୍ଟ କହିଛନ୍ତି, “ଉତ୍ତର ପ୍ରଦେଶରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ହେଲେ ସେଠାକାର ରାଜ୍ୟ ସରକାର ଏହାର ଉଚିତ ମୁକାବିଲା କରିଥିଲେ। ବିହାର ସରକାର କାହିଁକି ଏହାର ମୁକାବିଲା କରିପାରୁ ନାହାନ୍ତି? ଏହି ରୋଗ ପାଇଁ ଏବେ ଅନେକ ଗାଁ ଖାଲି ପଡ଼ିଥିବା ରିପୋର୍ଟ ଆମେ ପାଇଛୁ। ଏହାର ସମାଧାନ ତୁରନ୍ତ ହେବା ଦରକାର।”

ଅନ୍ୟପକ୍ଷରେ ମୁଜାଫରପୁରରେ ଥିବା ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟ ମଧ୍ୟ ଏହି ଘଟଣାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେଙ୍କ ବିରୋଧରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପାଣ୍ଡେ ଓ ହର୍ଷବର୍ଦ୍ଧନ ସେମାନଙ୍କ ଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରି ନଥିବାରୁ ଏତେ ସଂଖ୍ୟକ ଶିଶୁଙ୍କ ମୃତ୍ୟୁ ଘଟିଥିବା ଦାବି କରି ଆବେଦନକାରୀ ତମନ୍ନା ହଶିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏଥିସହ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିହାର ସରକାର ବିଫଳ ହୋଇଥିବା କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି କୋର୍ଟ ଆସନ୍ତା ୨୮ ତାରିଖରେ କରିବେ ବୋଲି ଜଣାପଡ଼ିଛି।

Related story